ଘରେ ରହି ମାପି ପାରିବେ ଆଣ୍ଟିବଡି

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ବଜାରକୁ ଆସୁଛି ଆଣ୍ଟିବଡି ଡିଟେକ୍ସନ୍ କିଟ୍ । ଡିଆରଡିଓ ଦ୍ୱାରା ଡେଭଲପ୍ ହୋଇଥିବା ଏହି କିଟ୍ ଆସନ୍ତା ଜୁନରେ ବଜାରରେ ଉପଲବ୍ଧ ହେବ । ଏହି କିଟର ଦାମ ମାତ୍ର ୭୫ଟଙ୍କା । ଘରେ ରହି ଦେହରେ କେତେ ଆଣ୍ଟିବଡି ଅଛି ଜାଣିହେବ । ମାତ୍ର ୭୫ ମିନିଟ୍ରେ ଜାଣିହେବ ଦେହରେ କେତେ ପରିମାଣର ଆଣ୍ଟିବଡି ଅଛି । ଡିଆରଡିଓ ପକ୍ଷରୁ ବିକଶିତ କରାଯିବା ପରେ ବିଶେଷଜ୍ଞମାନେ ୧ହଜାର ରୋଗୀ ଦେହରେ ଏହାକୁ ପରୀକ୍ଷା କରିଥିଲେ ।

୨୦୨୧ ଏପ୍ରିଲରେ ଏହାକୁ ପରୀକ୍ଷା କରିବା ପାଇଁ ଇଣ୍ଡିଆନ୍ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ ଅନୁମୋଦନ କରିଥିଲା । ସଫଳତା ମିଳିବା ପରେ ଆଣ୍ଟିବଡି ଡିଟେକ୍ସନ୍ କିଟ୍କୁ ବଜାରରେ ବିକ୍ରି କରିବା ପାଇଁ ଡିିସିଜିଆଇ ସବୁଜ ସଙ୍କେତ ଦେଇଛି । ତେବେ ବଜାରରେ ଉପଲବ୍ଧ ହେବା ପରେ ବର୍ତ୍ତମାନର ସ୍ଥିତିରେ ପ୍ରତିମାସରେ ଆଣ୍ଟିବଡି ଡିଟେକ୍ସନ୍ କିଟ୍ ମାତ୍ର ୫୦୦ଟି ତିଆରି ହୋଇପାରିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ