Masthead

ରାଜଧାନୀରେ ଗର୍ଜିଲେ ଡ୍ରାଇଭର

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଚାଲିଚାଲି ଆସିଲେ, ଲୋୟର ପିଏମଜିରେ ଚକା ପକାଇ ବସିଲେ । ରାଜଧାନୀ ରାଜରାସ୍ତାରେ ଗର୍ଜିଲେ ଡ୍ରାଇଭର । ଲୋୟର ପିଏମଜିରେ ଜୋରଦାର ଆନ୍ଦୋଳନ। ନିଜର ହକ୍ ପାଇଁ ମିଳିତ ଶକ୍ତି ପ୍ରଦର୍ଶନ । ଚାରି ଘଣ୍ଟା ଧରି ପୋଲିସ ସହ ମୁହାଁ ମୁହିଁ ହୋଇଥିଲେ ଆନ୍ଦୋଳନକାରୀ। କୌଣସି ମାନି ନ ଥିଲେ ଡ୍ରାଇଭର। ସମ୍ମାନ, ସୁରକ୍ଷା ପେନସନ ଭଳି ୧୧ ଦାବି ଥିଲା ଡ୍ରାଇଭର ମହାସଂଘର । ଦାବି ଗୁଡ଼ିକ ହେଲା-ଡ୍ରାଇଭରଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଆଇନ, ପ୍ରତି ଶହେ କିଲୋମିଟରରେ ଗାଡ଼ିଗୁଡିକ ପାର୍କ, ବିଶ୍ରାମଗାର ଓ ଶୌଚାଳୟ ବ୍ୟବସ୍ଥ, ୫୫ ବର୍ଷ ପରେ ପେନସନ୍ ଦିଆଯାଉ, ଦୁର୍ଘଟଣାରେ ପ୍ରାଣ ହରାଇଲେ ୨୦ଲକ୍ଷ, ଅର୍କମଣ୍ୟ ହେଲେ ୧୦ଲକ୍ଷ,ଚିକିତ୍ସା ଲାଗି ୫ଲକ୍ଷ ବୀମା ବ୍ୟବସ୍ଥା ।

ସେପଟେ ଗତ ୨୧ ତାରିଖରୁ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଡ୍ରାଇଭରମାନେ ଚାଲି ଚାଲି ଭୁବନେଶ୍ୱର ମୁହାଁ ହୋଇଥିଲେ। ଏହାପରେ ଆଜି ରାଜଧାନୀରେ ହଜାର ହଜାର ସଂଖ୍ୟାରେ ଡ୍ରାଇଭର ପହଞ୍ଚିବା ପରେ ଲୋୟର ପିଏମଜିରେ ଦେଇଥିଲେ ଧାରଣା। ତେବେ ଡ୍ରାଇଭର ମହାସଙ୍ଘର ଏକ ପ୍ରତିନିଧି ଦଳ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିଛି। ତା ସହ ଅନ୍ୟ ଦାବିଗୁଡିକ ପାଇଁ ୧୫ ଦିନର ସମୟ ନେଇଛନ୍ତି ରାଜ୍ୟ ସରକାର। ଯାହାକୁ ନେଇ ଆନ୍ଦୋଳଙ୍କୁ ସ୍ଥଗିତ ରଖିଛି ସଙ୍ଘ। ହକ ପାଇଁ ଲୋୟର ପିଏମଜିରେ ଗର୍ଜିଲେ ଡ୍ରାଇଭର ମହାସଙ୍ଘ। ୧୧ ଦଫା ଦାବିରୁ ୫ ଟି ଦାବିକୁ ପୁରା କରିବାକୁ ନେଇ ରାଜ୍ୟ ସରକାର ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନକୁ ସ୍ଥଗିତ ରଖିଛି ଡ୍ରାଇଭର ମହାସଂଘ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ