Masthead

ରାଜଧାନୀରେ ଗର୍ଜିଲେ ଡ୍ରାଇଭର

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଚାଲିଚାଲି ଆସିଲେ, ଲୋୟର ପିଏମଜିରେ ଚକା ପକାଇ ବସିଲେ । ରାଜଧାନୀ ରାଜରାସ୍ତାରେ ଗର୍ଜିଲେ ଡ୍ରାଇଭର । ଲୋୟର ପିଏମଜିରେ ଜୋରଦାର ଆନ୍ଦୋଳନ। ନିଜର ହକ୍ ପାଇଁ ମିଳିତ ଶକ୍ତି ପ୍ରଦର୍ଶନ । ଚାରି ଘଣ୍ଟା ଧରି ପୋଲିସ ସହ ମୁହାଁ ମୁହିଁ ହୋଇଥିଲେ ଆନ୍ଦୋଳନକାରୀ। କୌଣସି ମାନି ନ ଥିଲେ ଡ୍ରାଇଭର। ସମ୍ମାନ, ସୁରକ୍ଷା ପେନସନ ଭଳି ୧୧ ଦାବି ଥିଲା ଡ୍ରାଇଭର ମହାସଂଘର । ଦାବି ଗୁଡ଼ିକ ହେଲା-ଡ୍ରାଇଭରଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଆଇନ, ପ୍ରତି ଶହେ କିଲୋମିଟରରେ ଗାଡ଼ିଗୁଡିକ ପାର୍କ, ବିଶ୍ରାମଗାର ଓ ଶୌଚାଳୟ ବ୍ୟବସ୍ଥ, ୫୫ ବର୍ଷ ପରେ ପେନସନ୍ ଦିଆଯାଉ, ଦୁର୍ଘଟଣାରେ ପ୍ରାଣ ହରାଇଲେ ୨୦ଲକ୍ଷ, ଅର୍କମଣ୍ୟ ହେଲେ ୧୦ଲକ୍ଷ,ଚିକିତ୍ସା ଲାଗି ୫ଲକ୍ଷ ବୀମା ବ୍ୟବସ୍ଥା ।

ସେପଟେ ଗତ ୨୧ ତାରିଖରୁ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଡ୍ରାଇଭରମାନେ ଚାଲି ଚାଲି ଭୁବନେଶ୍ୱର ମୁହାଁ ହୋଇଥିଲେ। ଏହାପରେ ଆଜି ରାଜଧାନୀରେ ହଜାର ହଜାର ସଂଖ୍ୟାରେ ଡ୍ରାଇଭର ପହଞ୍ଚିବା ପରେ ଲୋୟର ପିଏମଜିରେ ଦେଇଥିଲେ ଧାରଣା। ତେବେ ଡ୍ରାଇଭର ମହାସଙ୍ଘର ଏକ ପ୍ରତିନିଧି ଦଳ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିଛି। ତା ସହ ଅନ୍ୟ ଦାବିଗୁଡିକ ପାଇଁ ୧୫ ଦିନର ସମୟ ନେଇଛନ୍ତି ରାଜ୍ୟ ସରକାର। ଯାହାକୁ ନେଇ ଆନ୍ଦୋଳଙ୍କୁ ସ୍ଥଗିତ ରଖିଛି ସଙ୍ଘ। ହକ ପାଇଁ ଲୋୟର ପିଏମଜିରେ ଗର୍ଜିଲେ ଡ୍ରାଇଭର ମହାସଙ୍ଘ। ୧୧ ଦଫା ଦାବିରୁ ୫ ଟି ଦାବିକୁ ପୁରା କରିବାକୁ ନେଇ ରାଜ୍ୟ ସରକାର ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନକୁ ସ୍ଥଗିତ ରଖିଛି ଡ୍ରାଇଭର ମହାସଂଘ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 SI ସ୍କାମ୍ , ମାମଲା ରୁଜୁ କଲା ସିବିଆଇ 🔴 ଖସୁଛି ପାରଦ, ବଢୁଛି ଥଣ୍ଡା 🔴 କାଲି ଇଭିଏମରୁ ଖୋଲିବ ପ୍ରାର୍ଥୀଙ୍କ ଭାଗ୍ୟ 🔴 LNJPରେ ଆହତ ବ୍ୟକ୍ତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ 🔴 ଆଜି ପ୍ରଥମାଷ୍ଟମୀ, ନୂଆ ବସ୍ତ୍ର ପିନ୍ଧିବେ ଘରର ଜ୍ୟେଷ୍ଠମାନେ 🔴 ‘ଦିଲ୍ଲୀ ବିସ୍ଫୋରଣ, ଦୋଷୀଙ୍କୁ ଛଡା ଯିବନି’ 🔴 ଦିଲ୍ଲୀ ବିସ୍ଫୋରଣ, ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ 🔴 ଦିଲ୍ଲୀ ବିସ୍ଫୋରଣ, ୧୩ ଜଣଙ୍କୁ ଅଟକ ରଖି ପଚରାଉଚରା 🔴 ଭୋଟ ଦେଉଛି ନୂଆପଡ଼ା 🔴 ଅଭିନେତା ଧର୍ମେନ୍ଦ୍ରଙ୍କ ମୃତ୍ୟୁ ଖବର ଗୁଜବ 🔴 SI ସ୍କାମ୍ , ମାମଲା ରୁଜୁ କଲା ସିବିଆଇ 🔴 ଖସୁଛି ପାରଦ, ବଢୁଛି ଥଣ୍ଡା 🔴 କାଲି ଇଭିଏମରୁ ଖୋଲିବ ପ୍ରାର୍ଥୀଙ୍କ ଭାଗ୍ୟ 🔴 LNJPରେ ଆହତ ବ୍ୟକ୍ତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ 🔴 ଆଜି ପ୍ରଥମାଷ୍ଟମୀ, ନୂଆ ବସ୍ତ୍ର ପିନ୍ଧିବେ ଘରର ଜ୍ୟେଷ୍ଠମାନେ 🔴 ‘ଦିଲ୍ଲୀ ବିସ୍ଫୋରଣ, ଦୋଷୀଙ୍କୁ ଛଡା ଯିବନି’ 🔴 ଦିଲ୍ଲୀ ବିସ୍ଫୋରଣ, ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ 🔴 ଦିଲ୍ଲୀ ବିସ୍ଫୋରଣ, ୧୩ ଜଣଙ୍କୁ ଅଟକ ରଖି ପଚରାଉଚରା 🔴 ଭୋଟ ଦେଉଛି ନୂଆପଡ଼ା 🔴 ଅଭିନେତା ଧର୍ମେନ୍ଦ୍ରଙ୍କ ମୃତ୍ୟୁ ଖବର ଗୁଜବ