Masthead

ନଭେମ୍ବର ୩୦ ଯାଏ ବିଦେଶକୁ ବିମାନ ସେବା ବନ୍ଦ

(ବଡ଼ ଖବର ବ୍ୟୁରୋ):  ମହାମାରୀ କରୋନା ପାଇଁ ପୁଣିଥରେ ବନ୍ଦ ହେଲା ବିମାନ ସେବା । ନଭେମ୍ବର ୩୦ ଯାଏଁ ଅନ୍ତର୍ଜାତୀୟ ବ୍ୟବସାୟିକ ବିମାନ ସେବା ଉପରେ ରୋକ ଲଗାଇଛି ଡିଜିଏସ । ଗତକାଲି କେନ୍ଦ୍ର ସରକାର କରୋନା ମହାମାରୀକୁ ଦୃଷ୍ଟିରେ ରଖି ନଭେମ୍ବର ୩୦ ଯାଏଁ କଟକଣାକୁ ବୃଦ୍ଧି କରିଥିଲେ । ଆଉ ଆଜି ଏହାକୁ ପାଳନ କରି ଡିଜିଏସ ବିମାନ ଉଡାଣ ଉପରେ କଟକଣାକୁ ବଢାଇଛି ।

ତେବେ ଆଜି ଡିଜିଏସ ଗୋଟିଏ ପ୍ରେସ ବିଜ୍ଞପ୍ତିରେ କହିଛି, ଆସନ୍ତା ନଭେମ୍ବର ୩୦ ତାରିଖ ରାତି ୧୧.୫୯ ଯାଏ ଭାରତରୁ ଓ ଭାରତକୁ ବ୍ୟବସାୟିକ ବିମାନ ଚଳାଚଳ ବନ୍ଦ ରହିବ । ସେହିଭଳି ଯାତ୍ରୀବାହୀ ବିମାନ ଚଳାଚଳ ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଅନ୍ତର୍ଜାତୀୟ କାରଗୋ ଅପରେସନକୁ ଏଥିରୁ ବାଦ ଦିଆଯାଇଛି । ତେବେ ପୂର୍ବରୁ ଭାରତରୁ ଓ ଭାରତକୁ ସମସ୍ତ ପ୍ରକାରର ଜରୁରୀ ବିମାନ ଚଳାଚଳ ଜାରି ରହିବ ବୋଲି ଡିଜିଏସ କହିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’