Masthead

ପରୋପକାର ବ୍ୟକ୍ତି ଗୌନ୍ତିଆ ଦଳଗଞ୍ଜନ ପ୍ରଧାନଙ୍କ ଦେହାନ୍ତ

ବଲାଙ୍ଗିର(ବଡ଼ ଖବର ବ୍ୟୁରୋ): ଆରପାରିରେ ପରୋପକାର ବ୍ୟକ୍ତି ତଥା ଗୌନ୍ତିଆ ଦଳଗଞ୍ଜନ୍ ପ୍ରଧାନ। ବଲାଙ୍ଗିର ଜିଲ୍ଲା ବିଲାଇସର୍ଡ଼ା ପଂଚାୟତ ଅନ୍ତର୍ଗତ କଶ୍ରୁପାଲି ଗାଁ ସ୍ଥିତ ନିଜ ବାସଭବନରେ ବିୟୋଗ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା। ଗତ ମାସେ କାଳ ହେଲା ସେ ଘରେ ଶଯ୍ୟାଶାୟୀ ଥିଲେ। ଆଜି ତାଙ୍କର ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁ ସମୟରେ ବଡ଼ ପୁଅ ତଥା ହିନ୍ଦୀ ଶିକ୍ଷକ ଧିରେନ୍ କୁମାର ପ୍ରଧାନ , ମଝିଆ ପୁଅ ତଥା ଆଇନଜୀବୀ ସଞ୍ଜୟ କୁମାର ପ୍ରଧାନ, ସାନ ପୁଅ ତଥା ବରିଷ୍ଠ ସାମ୍ବାଦିକ ଓ ସମ୍ପାଦକ ବିଜୟ କୁମାର ପ୍ରଧାନ, ପୁତ୍ର ବଧୂ ଗୀତାଞ୍ଜଳି ପ୍ରଧାନ, ସଂଘମିତ୍ରା ପ୍ରଧାନ, ପଙ୍କଜିନୀ ପ୍ରଧାନ, ନାତି ନାତୁଣୀ ଜନ୍ମେଶ ପ୍ରଧାନ, ଶୁଭଙ୍କର ପ୍ରଧାନ ଓ ଶୁଭଶ୍ରୀ ପ୍ରଧାନ, ଝିଅ ଜ୍ବାଇଁ ଶର୍ମିଷ୍ଠା ପ୍ରଧାନ ଓ ଡୋଳାମଣି ପ୍ରଧାନଙ୍କ ସହ ମାମୁଁ ମାଇଁ ଓ ଗୌନ୍ତିଆ ପରିବାରର ଅନେକ ଲୋକ ଉପସ୍ଥିତ ଥିଲେ।

ତାଙ୍କ ଆଦେଶ ଅନୁସାରେ କଶ୍ରୁପାଲି ଗାଁ ସ୍ଥିତ ନିଜ ଚାଷ ଜମିରେ ଶେଷ ସଂସ୍କାର କରାଯାଇଥିଲା । ବଡ଼ ପୁଅ ଧିରେନ ପ୍ରଧାନ ମୁଖାଗ୍ନୀ ଦେଇଥିଲେ। ଜଣେ ପରୋପକାର, ମେଳାପି, ମିଷ୍ଟଭାଷୀ ତଥା ସ୍ପଷ୍ଟବାଦୀ ବ୍ୟକ୍ତି ଭାବେ ଗାଁ ତଥା ଆଖପାଖ ଅଞ୍ଚଳରେ ଜଣାଶୁଣା । ତାଙ୍କ ଅକାଳ ବିୟୋଗ ଖବର ପାଇ ବହୁ ଲୋକ ଶେଷ ଦର୍ଶନ କରିବା ପାଇଁ ଆସିଥିଲେ। ଡାକ୍ତର ଅଶୋକ ପଧାନ, ହେଡ ମାଷ୍ଟର ସେବଦତ୍ତ ପ୍ରଧାନଙ୍କ ସହିତ ଅନେକ ବ୍ୟକ୍ତି ବିଶେଷ ତାଙ୍କର ଶେଷ ଦର୍ଶନ କରିଥିଲେ। ତାଙ୍କ ବିୟୋଗରେ ଶୋକର ଛାୟା ଖେଳି ଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା