Masthead

ପରୋପକାର ବ୍ୟକ୍ତି ଗୌନ୍ତିଆ ଦଳଗଞ୍ଜନ ପ୍ରଧାନଙ୍କ ଦେହାନ୍ତ

ବଲାଙ୍ଗିର(ବଡ଼ ଖବର ବ୍ୟୁରୋ): ଆରପାରିରେ ପରୋପକାର ବ୍ୟକ୍ତି ତଥା ଗୌନ୍ତିଆ ଦଳଗଞ୍ଜନ୍ ପ୍ରଧାନ। ବଲାଙ୍ଗିର ଜିଲ୍ଲା ବିଲାଇସର୍ଡ଼ା ପଂଚାୟତ ଅନ୍ତର୍ଗତ କଶ୍ରୁପାଲି ଗାଁ ସ୍ଥିତ ନିଜ ବାସଭବନରେ ବିୟୋଗ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା। ଗତ ମାସେ କାଳ ହେଲା ସେ ଘରେ ଶଯ୍ୟାଶାୟୀ ଥିଲେ। ଆଜି ତାଙ୍କର ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁ ସମୟରେ ବଡ଼ ପୁଅ ତଥା ହିନ୍ଦୀ ଶିକ୍ଷକ ଧିରେନ୍ କୁମାର ପ୍ରଧାନ , ମଝିଆ ପୁଅ ତଥା ଆଇନଜୀବୀ ସଞ୍ଜୟ କୁମାର ପ୍ରଧାନ, ସାନ ପୁଅ ତଥା ବରିଷ୍ଠ ସାମ୍ବାଦିକ ଓ ସମ୍ପାଦକ ବିଜୟ କୁମାର ପ୍ରଧାନ, ପୁତ୍ର ବଧୂ ଗୀତାଞ୍ଜଳି ପ୍ରଧାନ, ସଂଘମିତ୍ରା ପ୍ରଧାନ, ପଙ୍କଜିନୀ ପ୍ରଧାନ, ନାତି ନାତୁଣୀ ଜନ୍ମେଶ ପ୍ରଧାନ, ଶୁଭଙ୍କର ପ୍ରଧାନ ଓ ଶୁଭଶ୍ରୀ ପ୍ରଧାନ, ଝିଅ ଜ୍ବାଇଁ ଶର୍ମିଷ୍ଠା ପ୍ରଧାନ ଓ ଡୋଳାମଣି ପ୍ରଧାନଙ୍କ ସହ ମାମୁଁ ମାଇଁ ଓ ଗୌନ୍ତିଆ ପରିବାରର ଅନେକ ଲୋକ ଉପସ୍ଥିତ ଥିଲେ।

ତାଙ୍କ ଆଦେଶ ଅନୁସାରେ କଶ୍ରୁପାଲି ଗାଁ ସ୍ଥିତ ନିଜ ଚାଷ ଜମିରେ ଶେଷ ସଂସ୍କାର କରାଯାଇଥିଲା । ବଡ଼ ପୁଅ ଧିରେନ ପ୍ରଧାନ ମୁଖାଗ୍ନୀ ଦେଇଥିଲେ। ଜଣେ ପରୋପକାର, ମେଳାପି, ମିଷ୍ଟଭାଷୀ ତଥା ସ୍ପଷ୍ଟବାଦୀ ବ୍ୟକ୍ତି ଭାବେ ଗାଁ ତଥା ଆଖପାଖ ଅଞ୍ଚଳରେ ଜଣାଶୁଣା । ତାଙ୍କ ଅକାଳ ବିୟୋଗ ଖବର ପାଇ ବହୁ ଲୋକ ଶେଷ ଦର୍ଶନ କରିବା ପାଇଁ ଆସିଥିଲେ। ଡାକ୍ତର ଅଶୋକ ପଧାନ, ହେଡ ମାଷ୍ଟର ସେବଦତ୍ତ ପ୍ରଧାନଙ୍କ ସହିତ ଅନେକ ବ୍ୟକ୍ତି ବିଶେଷ ତାଙ୍କର ଶେଷ ଦର୍ଶନ କରିଥିଲେ। ତାଙ୍କ ବିୟୋଗରେ ଶୋକର ଛାୟା ଖେଳି ଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା