୫ ଗିରଫ, ୪୦୦ ଗ୍ରାମ ସୁନା ଉଦ୍ଧାର

ସୋର (ବଡ଼ ଖବର): ବାଲେଶ୍ୱର ଜିଲ୍ଲା ସୋର ପୋଲିସକୁ ମିଳିଛି ଆଉ ଏକ ବଡ ସଫଳତା । ଜଣେ ଗହଣା ବ୍ୟବସାୟୀଙ୍କ ନିକଟରୁ ଡକାୟତି ଘଟଣାରେ ୫ଜଣଙ୍କୁ ପୋଲିସ ଗିରଫ କରିଛି । ଅଭିଯୁକ୍ତମାନଙ୍କଠାରୁ ୪୦୦ ଗ୍ରାମ ସୁନା ଉଦ୍ଧାର ହୋଇଛି । ଗତ ୫ ତାରିଖରେ କେନ୍ଦୁଝର ଆନନ୍ଦପୁର ଅଞ୍ଚଳର ଜଣେ ଗହଣା ବ୍ୟବସାୟୀ ବାଲେଶ୍ୱରେ କିଛି ଗହଣା ବ୍ୟବସାୟୀଙ୍କୁ ଗହଣା ଦେଇ ସୋର ଅଭିମୁଖେ ଆସୁଥିଲେ । ୧୬ ନଂ ଜାତୀୟ ରାଜପଥର ବିଦୁ ନିକଟରେ ଦୁଇଟି ବାଇକରେ ୬ ଜଣ ଯୁବକ ଆସି ମାରଣାସ୍ତ୍ରରେ ଆକ୍ରମଣ କରି ଉକ୍ତ ବ୍ୟବସାୟୀଙ୍କ ନିକଟରେ ଥିବା ୬୦୦ ଗ୍ରାମର ସୁନାଗହଣା ଲୁଟିନେଇଥିଲେ । ଗହଣା ବ୍ୟବସାୟୀ ଜଣକ ସୋର ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ କରି ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, ଯାଜପୁର ଓ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢାଉ କରି ୫ଜଣ ଡକାୟତଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ୪୦୦ ଗ୍ରାମ ସୁନା ଉଦ୍ଧାର କରିବା ସହ ଏକ ତେଲଙ୍ଗା କଟୁରି ଓ ୨ଟି ବାଇକ୍, ୧୦ଟି ମୋବାଇଲ ଜବତ କରିଛି । ତେବେ ଗିରଫ ହୋଇଥିବା ଡକାୟତମାନଙ୍କ ମଧ୍ୟରେ ଜଣେ ଇଞିନିୟରଂ ଛାତ୍ର ଥିବା ଜଣାପଡିଛି । ଗିରଫ ଡକାୟତମାନେ ହେଲେ ରେମୁଣା ଥାନା ଅଞ୍ଚଳର ସାନ୍ତନୁ ଦାସ, ରମାକାନ୍ତ ଦାସ, ରତିକାନ୍ତ ଦାସ,ଚିନ୍ମୟ ଦାସ ଓ ସଦର ଥାନା ଅଞ୍ଚଳର ଜିତେନ୍ଦ୍ର ମହାପାତ୍ର । ପୋଲିସ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’