Masthead

ସରକାରୀ ସାହାଯ୍ୟ ସାତ ସ୍ୱପ୍ନ

ମୟୂରଭଞ୍ଜ (ବଡ଼ ଖବର ବ୍ୟୁରୋ): ଅସହାୟ ହୋଇପଡିଛି ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ ମରର୍ଦା ଗାଁର ଚାରି ବର୍ଷର କୁନି ଝିଅ ଦିଵ୍ୟାସା । ଯେଉଁ ସମୟରେ ଖେଳକୁଦରେ ଓ ପାଠ ପଢ଼ାରେ ଆଗକୁ ବଢିବା କଥା ସେ ସମୟରେ ପଛେଇଯାଇଛି କୁନି ଦିଵ୍ୟାସା । ଆଖି କର୍କଟରେ ସମ୍ପୂର୍ଣ ନଷ୍ଟ ହୋଇଯାଇଛି ତାର ବାମ ଆଖି । ଦିନମଜୁରିଆ ଥିବା ବାପା ବସନ୍ତ କୁମାର ଭୋଳ ମା ମନୋରମା ଭୋଳ  ରଖିଥିବା ଧନ ସମ୍ପୂର୍ଣ ଖର୍ଚ୍ଚ କରିସାରିବା ପରେ ଥକିପଡିଛନ୍ତି ।

ସମାଜ ପାଖରେ ହାର ମାନିଛନ୍ତି ।ବିଭିନ୍ନ ରାଜନେତା, ପ୍ରଶାସନିକ ଅଧିକାରୀ ବାରମ୍ବାର ହତାଶ କରିଛନ୍ତି, ସେଥିପାଇଁ ସରକାର ଏବଂ ସରକାରୀ ବାବୁମାନଙ୍କ ଉପରୁ ଉଠିଯାଇଛି ତାଙ୍କ ଆଶା ଭରସା । ବାରମ୍ବାର ଅଭିଯୋଗ ପରେ ମଧ୍ୟ ମିଳୁନି କିଛି ସୁଫଳ । କେନ୍ଦ୍ର ସରକାର ଓ ଓଡିଶା ସରକାରଙ୍କ ଦିବ୍ୟାଙ୍ଗଙ୍କୁ ପ୍ରଥମ ସାହାଯ୍ୟ ଓ ସମ୍ମାନ ନୀତିକୁ ମିଳୁନି ଉଚିତ ନ୍ୟାୟ । ସ୍ଥାନୀୟ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବିଡିଓଙ୍କ ପର୍ଯ୍ୟନ୍ତ ଗୁହାରି କରି କରି ନୟାନ୍ତ ହୋଇ ସାରିଲେଣି । ହେଲେ କେହି ଏ ବାବଦରେ କର୍ଣ୍ଣପାତ କରୁ ନଥିବା ଅଭିଯୋଗ ହୋଇଛି । ଦିବ୍ୟାଙ୍ଗଙ୍କୁ ସମ୍ମାନ ଆଉ ଉନ୍ନତି ପାଇଁ ମାଳ ମାଳ ସରକାରୀ ଯୋଜନା ଥିବାବେଳେ ସ୍ଥାନୀୟ ପ୍ରଶାସନିକ ବାବୁ ମାନଙ୍କ ବେପରୱା ମନୋଭାବ ପାଇଁ ଯୋଜନା କିଛି ହିତାଧିକାରୀଙ୍କ ପାଖକୁ ପହଞ୍ଚି ପାରୁ ନଥିବା ଅଭିଯୋଗ ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା