Before Header

ହସ୍ପିଟାଲର କ୍ଷମତା ଆଗରେ ସବୁ ମୃତ୍ୟୁ ମୂଲ୍ୟହୀନ

0 1,005

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିସ୍ଫୋରଣ, ଦାୟିତ୍ୱହୀନତା ଏବଂ ଷଡ଼ଯନ୍ତ୍ରର ଗନ୍ଧ । କାଲି କହୁଥିଲେ ଦିଲ୍ଲୀପ ବଞ୍ଚିଛି ଆଉ ଆଜି କହୁଛନ୍ତି ସେ ଆଉ ନାହିଁ । ଶେଷରେ ଆଖି ବୁଜିଲେ ଦିଲ୍ଲୀପ ସାମନ୍ତରାୟ । ହାଇଟେକ୍ ବିସ୍ଫୋରଣ ଘଟଣାରେ ମୃତ୍ୟୁସଂଖ୍ୟା ୩ରେ ପହଂଚିଛି । ଯେଉଁ ଦିଲ୍ଲୀପ ସମାନ୍ତରାୟ ଜୀବିତ ଅଛନ୍ତି ବୋଲି ହସ୍ପିଟାଲ ପକ୍ଷରୁ ଶୁକ୍ରବାର ଦିନସାରା ସଫେଇ ଦେଉଥିଲା ଶନିବାର ଖବର ଆସିଲା ତାଙ୍କର ମୃତୁ୍ୟ ହେଇଗଲା । ଦିଲ୍ଲୀପଙ୍କ ମୃତ୍ୟୁ ସହ ହାଇଟେକ୍ ବିସ୍ଫୋରଣ, ରୋଗୀଙ୍କ ଜୀବନ, ହସ୍ପିଟାଲର ଦାୟିତ୍ୱହୀନତା ଓ ପ୍ରଶାସନର ନିଷ୍କ୍ରିୟତା ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଶେଷରେ ଆଖି ବୁଜିଲେ ଦିଲ୍ଲୀପ ସାମନ୍ତରାୟ ।

ଦିଲ୍ଲୀପ ବଂଚିଥିଲେ ଦ୍ୱନ୍ଦ୍ୱ ବଢିଲା, ହରଡ଼ଘଣାରେ ହସ୍ପିଟାଲ ପଡ଼ିଲା । ସକାଳୁ ଖବର ଆସିଲା, ଦିଲ୍ଲୀପ ବି ଚାଲିଗଲେ । ହାଇଟେକ୍ ଟ୍ରାଜେଡି ନେଇଛି ଅତି ସାଂଘାତିକ ରୂପ । ବିସ୍ଫୋରଣ, ଦାୟିତ୍ୱହୀନତା ଏବଂ ଷଡ଼ଯନ୍ତ୍ରର ଗନ୍ଧ । ହାଇଟେକ୍ ବିସ୍ଫୋରଣ ଘଟଣାରେ ମୃତ୍ୟୁସଂଖ୍ୟା ୩ରେ ପହଂଚିଛି । ପୂର୍ବରୁ ପୁରୀ ଡେଲାଙ୍ଗ ବ୍ଲକ ବଅଁଙ୍ଗ ଗାଁର ଦିଲ୍ଲୀପ ସାମନ୍ତରାୟ ମୃତ୍ୟୁ ହୋଇଥିଲା ଖବର ପାଇ ତାଙ୍କ ପତ୍ନୀ ସୌମ୍ୟଶ୍ରୀ ଆତ୍ମହତ୍ୟା କରିଥିଲେ । କିନ୍ତୁ ଶୁକ୍ରବାର ହସ୍ପିଟାଲ କହିଲା, ଦିଲ୍ଲୀପ ଜୀବିତ ଅଛନ୍ତ । ମୃତକ ହେଉଛନ୍ତି କଟକ ଜିଲ୍ଲା ଅଡ଼ସପୁରର ଜ୍ୟୋତି ରଞ୍ଜନ ମଲ୍ଲିକ । ଏହି ଘଟଣାରେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରି ହାଇଟେକ୍ ହସ୍ପିଟାଲ ଆଗରେ ଧାରଣା ଦେଇ ଜ୍ୟୋତିଙ୍କ ପରିବାର କହିଥିଲେ ଆମ ଜ୍ୟୋତିକୁ ଆମକୁ ଫେରାଇ ଦିଅ ।

ଏଭଳି ଚରମ ଅବହେଳା ପାଇଁ ହାଇଟେକ୍ ହସ୍ପିଟାଲ ମୁଖ୍ୟ ତିରୁପତି ପାଣିଗ୍ରାହୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ସାରା ରାଜ୍ୟରେ ସ୍ୱର ଉଠିଥିଲା । ଶନିବାର ସକାଳୁ କିନ୍ତୁ ହାଇଟେକ୍ ଏମିତି ଖବର ଦେଲା ଯାହା ସମସ୍ତଙ୍କୁ ହତବାକ୍ କରିଦେଇଛି । ଯେଉଁ ଦିଲ୍ଲୀପ ସମାନ୍ତରାୟ ଜୀବିତ ଅଛନ୍ତି ବୋଲି ହସ୍ପିଟାଲ ପକ୍ଷରୁ ଶୁକ୍ରବାର ଦିନସାରା ସଫେଇ ଦେଉଥିଲା ଶନିବାର ଖବର ଆସିଲା ତାଙ୍କର ମୃତ୍ୟୁ ହେଇଗଲା । ଦିଲ୍ଲୀପଙ୍କ ମୃତ୍ୟୁ ସହ ହାଇଟେକ୍ ବିସ୍ଫୋରଣ, ରୋଗୀଙ୍କ ଜୀବନ, ହସ୍ପିଟାଲର ଦାୟିତ୍ୱହୀନତା ଓ ପ୍ରଶାସନର ନିଷ୍କ୍ରିୟତା ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସେପଟେ ଜ୍ୟୋତି ମୃତ୍ୟୁକୁ ନେଇ ଦ୍ୱନ୍ଦ୍ୱର ଅବସାନ ହେବା ସହ ତାଙ୍କର ପରିବାର ନ୍ୟାୟ ଆଶାରେ ପୋଲିସ ଦ୍ୱାରସ୍ଥ ହୋଇଛନ୍ତି ।

ଏପଟେ ଯେଉଁ ଦିଲ୍ଲୀପଙ୍କ ମୃତ୍ୟୁ ସହ ତାଙ୍କର ପରିବାର ଛାରଖାର ହୋଇଯାଇଥିଲା ତାଙ୍କ ପତ୍ନୀ ଆଖି ବୁଜି ଦେଇଥିଲେ, ଜ୍ୟୋତି ମଲ୍ଲିକ ମୃତ ଦେହକୁ ଦିଲ୍ଲୀପଙ୍କ ମୃତ ଶରୀର ଭାବି ପରିବାର ଲୋକେ ଶବ ସକ୍ରାର କରିଦେଇଥିଲେ କେହି ସହଜରେ ଗ୍ରହଣ କରିପାରୁନାହାନ୍ତି । ଏହା ଶୁଣିବାକୁ ମିଳୁଛି ଯେ ଚିକିତ୍ସାଧୀନ ଅବସ୍ଥାରେ ଦିଲ୍ଲୀପ ନିଜ ପତ୍ନୀ ସୌମ୍ୟାଶ୍ରୀଙ୍କୁ ଖୋଜିଥିଲେ । ସୌମ୍ୟାଶ୍ରୀ ଗର୍ଭବତୀ ଥିଲେ । ତାଙ୍କ ସ୍ୱାସ୍ଥ୍ୟ କେମିତି ଅଛି ଜାଣିବାକୁ ଚାହିଁଥିଲେ । ଏଠାରେ ସୂଚନା ଦେବାକୁ ଚାହିଁବୁ ଯେ ସୌମ୍ୟାଙ୍କ ଗର୍ଭରେ ଥିବା ସନ୍ତାନର ମଧ୍ୟ ମୃତ୍ୟୁ ହୋଇଛି । ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ଲାଗୁଛି ଯେମିତି ହସ୍ପିଟାଲର କ୍ଷମତା ଆଗରେ ସବୁ ମୃତ୍ୟୁ ଗୁଡ଼ିକ ମୂଲ୍ୟହୀନ ।

Leave A Reply

Your email address will not be published.