Masthead

ମାଛଧରାରୁ ମହାଭାରତ

ମୟୂରଭଞ୍ଜ (ବଡ଼ ଖବର ବ୍ୟୁରୋ): ମାଛଧରାକୁ କେନ୍ଦ୍ରକରି ହେଲା ମହାଭାରତ। ଶେଷରେ ମାଛ ଧରାଳୀକୁ ମାରି ପଙ୍କରେ ପୋତିଲେ ଦୁର୍ବୁତ୍ତ । ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅନ୍ତର୍ଗତ ଭାଗବତଚନ୍ଦ୍ରପୁର ପଞ୍ଚାୟତର ଧାନଶୋଳ ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ଧାନଶୋଳ ଗ୍ରାମ ଲୋଧା ସାହିର ଏକ ପୋଖରୀକୁ ପଞ୍ଚାୟତରୁ ଲିଜ ସୂତ୍ରରେ ନେଇ ମାଛ ଚାଷ କରୁଥିଲେ ଗିରିଧାରୀ ସିଂ । ଗତ ବୁଧବାର ଅପରାହ୍ନରେ ଏକ ମଶାରି ନେଇ ଉକ୍ତ ପୋଖରୀରୁ ମାଛ ଧରିବାକୁ ଯାଇଥିଲେ ସନ୍ତୋଷ ଭକ୍ତା । ଖବର ପାଇ ଲିଜଧାରୀ ଗିରିଧାରୀ ଓ ତାଙ୍କର ଦୁଇ ପୁଅ ପୋଖରୀ ନିକଟରେ ପହଞ୍ଚି ସନ୍ତୋଷକୁ ମରଣାନ୍ତକ ଆକ୍ରମଣ କରିଥିଲେ । ସନ୍ତୋଷ ଗୁରୁତର ହୋଇ ତଳେ ପଡିଯିବା ପରେ ମାଛଧରାରେ ବ୍ୟବହୃତ ମଶାରିରେ ସନ୍ତୋଷକୁ ଗୋଡାଇ ପୋଖରୀ ପଙ୍କରେ ପୋତି ଦେଇ ପଳାଇଥିଲେ ଅଭିଯୁକ୍ତ ମାନେ ।

ଗୁରୁବାର ଦିନ କେତେକ ପିଲା ପୋଖରୀରେ ଗାଧୋଇବା ସମୟରେ ଭାସୁଥିବା ମଶାରିର ଦଉଡିକୁ ଟାଣିବା ପରେ ସନ୍ତୋଷର ମୃତ ଦେହ ବାହାରକୁ ଆସିଥିଲା । ଘଟଣା ସମ୍ପର୍କରେ ବେତନଟୀ ପୋଲିସ ଖବର ପାଇ ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇଛି । ଅଭିଯୁକ୍ତ ଗିରିଧାରୀ ସିଂ ଓ ତାର ପୁଅ କୁନା ସିଂକୁ ପୋଲିସ ଗିରଫ କରିଛି । ଅନ୍ୟ ଜଣେ ଅଭିଯୁକ୍ତ ଫେରାର ଅଛି । ଏ ନେଇ ବେତନଟୀ ଥାନାରେ୧୦୬/୨୦୨୧ରେ ଏକ ହତ୍ୟା ମାମଲା ରୁଜୁ କରି ପୋଲିସ ତଦନ୍ତ ଚଳାଇଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’