Masthead

ମାଛଧରାରୁ ମହାଭାରତ

ମୟୂରଭଞ୍ଜ (ବଡ଼ ଖବର ବ୍ୟୁରୋ): ମାଛଧରାକୁ କେନ୍ଦ୍ରକରି ହେଲା ମହାଭାରତ। ଶେଷରେ ମାଛ ଧରାଳୀକୁ ମାରି ପଙ୍କରେ ପୋତିଲେ ଦୁର୍ବୁତ୍ତ । ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅନ୍ତର୍ଗତ ଭାଗବତଚନ୍ଦ୍ରପୁର ପଞ୍ଚାୟତର ଧାନଶୋଳ ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ଧାନଶୋଳ ଗ୍ରାମ ଲୋଧା ସାହିର ଏକ ପୋଖରୀକୁ ପଞ୍ଚାୟତରୁ ଲିଜ ସୂତ୍ରରେ ନେଇ ମାଛ ଚାଷ କରୁଥିଲେ ଗିରିଧାରୀ ସିଂ । ଗତ ବୁଧବାର ଅପରାହ୍ନରେ ଏକ ମଶାରି ନେଇ ଉକ୍ତ ପୋଖରୀରୁ ମାଛ ଧରିବାକୁ ଯାଇଥିଲେ ସନ୍ତୋଷ ଭକ୍ତା । ଖବର ପାଇ ଲିଜଧାରୀ ଗିରିଧାରୀ ଓ ତାଙ୍କର ଦୁଇ ପୁଅ ପୋଖରୀ ନିକଟରେ ପହଞ୍ଚି ସନ୍ତୋଷକୁ ମରଣାନ୍ତକ ଆକ୍ରମଣ କରିଥିଲେ । ସନ୍ତୋଷ ଗୁରୁତର ହୋଇ ତଳେ ପଡିଯିବା ପରେ ମାଛଧରାରେ ବ୍ୟବହୃତ ମଶାରିରେ ସନ୍ତୋଷକୁ ଗୋଡାଇ ପୋଖରୀ ପଙ୍କରେ ପୋତି ଦେଇ ପଳାଇଥିଲେ ଅଭିଯୁକ୍ତ ମାନେ ।

ଗୁରୁବାର ଦିନ କେତେକ ପିଲା ପୋଖରୀରେ ଗାଧୋଇବା ସମୟରେ ଭାସୁଥିବା ମଶାରିର ଦଉଡିକୁ ଟାଣିବା ପରେ ସନ୍ତୋଷର ମୃତ ଦେହ ବାହାରକୁ ଆସିଥିଲା । ଘଟଣା ସମ୍ପର୍କରେ ବେତନଟୀ ପୋଲିସ ଖବର ପାଇ ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇଛି । ଅଭିଯୁକ୍ତ ଗିରିଧାରୀ ସିଂ ଓ ତାର ପୁଅ କୁନା ସିଂକୁ ପୋଲିସ ଗିରଫ କରିଛି । ଅନ୍ୟ ଜଣେ ଅଭିଯୁକ୍ତ ଫେରାର ଅଛି । ଏ ନେଇ ବେତନଟୀ ଥାନାରେ୧୦୬/୨୦୨୧ରେ ଏକ ହତ୍ୟା ମାମଲା ରୁଜୁ କରି ପୋଲିସ ତଦନ୍ତ ଚଳାଇଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା