Masthead

ଆସୁଛି ରାଜ୍ୟପାଳଙ୍କ ସ୍ୱରରେ..

ଭୁବନନେଶ୍ୱର, (ବଡ଼ ଖବର ବ୍ୟୁରୋ): ‘ଏ ଭାଷା ଓଡ଼ିଆ । ଶାସ୍ତ୍ରୀୟ ଭାଷା । ଏ ସଭ୍ୟତା, ଏ ସଂସ୍କୃତି, ଏ ମାଟି, ଜାତି ମହାନ । ତା’ର ପାଣି, ପବନ କଥା କହେ ।’ ଏମିତି କିଛି ଢଙ୍ଗରେ ଓଡ଼ିଆ ସଂସ୍କୃତି, ଐତିହ୍ୟର ଗୁଣଗାନ କରିଛନ୍ତି ରାଜ୍ୟପାଳ । ଖାଲି ଗୁଣଗାନ କରିନାହାନ୍ତି ପ୍ରଶଂସା ମଧ୍ୟ କରିଛନ୍ତି । ଓଡ଼ିଶାର ଜୟଗାନ କରିଛନ୍ତି ରାଜ୍ୟପାଳ । ଗର୍ବ, ଗୌରବରେ ଓଡ଼ିଶାର ଗୀତ ଗାଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଭୁବନେଶ୍ୱରର ଏକ ଷ୍ଟିଡ଼ିିଓରେ ଗୀତଟି ରେକର୍ଡ କରାଯାଇଛି । ଆଗାମୀ ଉକ୍ରଳ ଦିବସରେ ଲୋକାର୍ପିତ ହେବ ଏହି ସଙ୍ଗୀତ । ସଙ୍ଗୀତକୁ ପ୍ରସ୍ତୁତ କରିବା ସହ ଏହାର ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମାନନ୍ଦ । ଅତି ସୁନ୍ଦର ଭାବରେ ସଙ୍ଗୀତକୁ ଗାନ କରିଛନ୍ତି ରାଜ୍ୟପାଳ । ତାଙ୍କ ସହିତ ଓଡିଶାର ଆଗଧାଡ଼ିର ୧୪ ଜଣ କଣ୍ଠଶିଳ୍ପୀ ଏଥିରେ କଣ୍ଠଦାନ କରିଛନ୍ତି । ପୂର୍ବରୁ ଅନେକ ଥର ଓଡ଼ିଶାକୁ ପ୍ରଶଂସା କରିସାରିଛନ୍ତି ରାଜ୍ୟପାଳ । ଆଉ ଏହି ସମୟରେ ସଙ୍ଗୀତ ମାଧ୍ୟମରେ ଗୁଣଗାନ କରିବା, ଦର୍ଶାଉଛି ଯେ ଓଡ଼ିଶା ପ୍ରତି ତାଙ୍କ ଭଲ ପାଇବା କେତେ ନିବିଡ଼ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା