୪୪ ବର୍ଷ ଧରି ଚାଲିଥିବା ସାଂସଦ ଜୀ କା ଦରବାର ଏବେ ଖାଲି

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ସାଂସଦ ଜୀ କା ଦର୍ବାର । ଚାକିଆରେ ଥିବା ଦୁର୍ଦ୍ଦାନ୍ତ ଅପରାଧୀ ଅତିକ୍ ଅହମ୍ମଦର ଅଫିସ୍ ସାଂସଦ ଜୀ କା ଦାର୍ବାର ନାମରେ ଜଣାଶୁଣା । ନେତା, ପୋଲିସ ଅଫିସର, ପ୍ରଶାସନିକ ଅଧିକାରୀ, ମାଫିଆ ପ୍ରଭୃତି ପ୍ରକାରର ଲୋକ ଏହି ଅଫିସକୁ ଆସୁଥିଲେ । ଦର୍ବାର ଚାଲିଲା ବେଳେ ଅତିକ୍ ଡନ୍ ପରି ଲୋକମାନଙ୍କ ସହିତ କଥାବାର୍ତ୍ତା କରୁଥିଲା । ଚୁଟକୀରେ ସମସ୍ତ କାର୍ଯ୍ୟକଳାପ ପରିଚାଳନା କରିବା ସହ ସମାଧାନ ମଧ୍ୟ କରୁଥିଲା । ଚାକିଆ ଏବଂ ଆଖପାଖ ଅଞ୍ଚଳ ତଥା ଖାଲଦାବାଦର ସ୍ଥାନୀୟ ଲୋକମାନେ ଏବେ ମଧ୍ୟ କୁହନ୍ତି ଅତିକ୍ କିପରି ଲୋକଙ୍କୁ ଡରାଇ ଧମକାଇ ତା’ର ଅପରାଧ ସାମ୍ରାଜ୍ୟ ଚଳାଇଥିଲା । ଯେତେବେଳେ ଆତିକ୍ କିମ୍ବା ତା’ର କୌଣସି ଘନିଷ୍ଠ ସହଯୋଗୀ ନିର୍ବାଚନରେ ପ୍ରାର୍ଥୀ ହେଉଥିଲେ ସାଂସଦ ଜୀ କା ଦର୍ବାର ଏକ ଯୁଦ୍ଧ କୋଠରୀରେ ପରିଣତ ହେଉଥିଲା । ସ୍ଥାନୀୟ ଲୋକମାନେ ସାଂସଦ ଜୀ କା ଦର୍ବାର ବିଲ୍ଡିଂ ଚାରିପାଖରେ ଥିବା ରାସ୍ତାରେ ଯିବା ଆସିବା କରିବାକୁ ସାହସ କରୁନଥିଲେ ।

ଯେତେବେଳେ ଅତିକ୍ ଦାମୀଗାଡ଼ି ଲ୍ୟାଣ୍ଡ କ୍ରୁଜରରେ ତା’ ଅଫିସକୁ ଆସୁଥିଲା ସେତେବେଳେ ସ୍ଥାନୀୟ ଲୋକମାନେ ରାସ୍ତା ଛାଡିଦେଉଥିଲେ । ପ୍ରୟାଗରାଜ ଉନ୍ନୟନ କର୍ତ୍ତୃପକ୍ଷଙ୍କ ବିନା ପ୍ଲାନ୍ ଏଷ୍ଟିମେଟରେ ଆତିକର ଅଫିସର ଏକ ଅଂଶ ୨୦୦୭ରେ ଭାଙ୍ଗି ଦିଆଯାଇଥିଲା । ସେତେବେଳେ ଧରାପଡିଯାଇଥିଲା ଏହି ଅଫିସରେ କ’ଣ ଚାଲିଥିଲା । ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି, ଉମେଶ ପାଲ ଏବଂ ତାଙ୍କର ଦୁଇ ବନ୍ଧୁକଧାରୀଙ୍କ ହତ୍ୟା ପରେ ପୋଲିସ ଦ୍ୱାରା ଗିରଫ ହୋଇଥିବା ଅତିକର ପ୍ରମୁଖ ସହଯୋଗୀମାନେ କହିଥିଲେ, ଅତିକର ଅଫିସ ମୁଖ୍ୟତଃ ଅସ୍ତ୍ରଶସ୍ତ୍ର, ନଗଦ ଏବଂ ଡକ୍ୟୁମେଣ୍ଟ ଲୁଚାଇବା ପାଇଁ ବ୍ୟବହୃତ ହେଉଥିଲା । ଅପରାଧିକ କାର୍ଯ୍ୟକଳାପର ପେଣ୍ଠସ୍ଥଳ ଥିଲା ଅତିକର ଅଫିସ । ଯେତେବେଳେ କୌଣସି ବ୍ୟକ୍ତି ଚାକିଆ ଅଫିସ ରାସ୍ତାରେ ଯାତାୟାତ ବେଳେ ଗାଡ଼ିର ହର୍ଣ୍ଣ ବଜାଉଥିଲେ, ସେତେବେଳେ ତାଙ୍କୁ ଅତିକର ଲୋକମାନେ ଉଠାଇ ଆଣୁଥିଲେ । ନିସ୍ତୁକ ମାଡ଼ ମାରୁଥିଲେ ।

ଏପରିକି ଗାଡ଼ି ମଧ୍ୟ ପୋଡି ଦେଉଥିଲେ । ଏ ସମ୍ପର୍କରେ ପ୍ରୟାଗରାଜ ଜିଲ୍ଲାର ବିଭିନ୍ନ ଥାନାରେ ଅଭିଯୋଗ ହୋଇଛି । ଖାଲି ସେତିକି ନୁହେଁ, ଅତିକ୍ ଓ ତା’ ସହଯୋଗୀଙ୍କ କାର୍ଯ୍ୟକଳାପକୁ ଯେଉଁମାନେ ବିରୋଧ କରୁଥିଲେ ସେମାନଙ୍କୁ ଅପହରଣ କରି ଅଫିସରେ ଅଟକ ରଖାଯାଉଥିଲା । ଦିଆଯାଉଥିଲା ଅକଥନୀୟ ଶାରୀରିକ ନିର୍ଯାତନା । ଓକିଲ ଉମେଶ ପାଲଙ୍କୁ ମଧ୍ୟ ୨୦୦୭ରେ ଅପହରଣ କରାଯାଇ ଅତିକର ଅଫିସରେ ଅଟକ ରଖାଯିବା ସହ ନିର୍ଯାତନା ଦିଆଯାଇଥିଲା । ପ୍ରୟାଗରାଜ ଉନ୍ନୟନ କର୍ତ୍ତୃପକ୍ଷଙ୍କ ବିନା ପ୍ଲାନ୍ ଏଷ୍ଟିମେଟରେ ନିର୍ମାଣ ହୋଇଥିବା ଅତିକର ପୈତୃକ ଘରକୁ ୨୦୨୦ ସେପ୍ଟେମ୍ବରରେ ଭାଙ୍ଗି ଦିଆଯାଇଥିଲା । ଏହି ସମୟରେ ସେଠାରୁ ବହୁ ବିଦେଶୀ ଅସ୍ତ୍ରଶସ୍ତ୍ର ସହିତ ୭୦ ଲକ୍ଷ ଟଙ୍କା ପୋଲିସ ଜବତ କରିଥିଲା । ଏବେ ଖାଁ ଖାଁ ସାଂସଦ ଜୀ କା ଦର୍ବାର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ