Masthead

ମହାନ ବିପ୍ଳବୀ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀରେ ଜାଣନ୍ତୁ ବଳିଦାନର ଗାଥା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜି ହେଉଛି ବୀର ସୁରେନ୍ଦ୍ର ସାଏଙ୍କ ୨୧୩ ତମ ଜୟନ୍ତୀ । ତାଙ୍କ ଜୟନ୍ତୀ ଅବସରରେ ସମ୍ବଲପୁର ଜେଲଛକ ଠାରେ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି ସମ୍ବଲପୁର ବାସିନ୍ଦା । ସମ୍ବଲପୁରର ବୀର ସୁରେନ୍ଦ୍ର ସାଏ । ୧୮୦୯ ମସିହା ଆଜିର ଦିନରେ ସେ ଜନ୍ମଗ୍ରହଣ କରିଥିଲେ । ୧୮୫୭ ସିପାହୀ ବିଦ୍ରୋହ ପୂର୍ବରୁ ସେ ବ୍ରିଟିଶ ସରକାରଙ୍କ ବିରୋଧରେ ଆନ୍ଦୋଳନ ଆରମ୍ଭ କରିଥିଲେ ।
ଜୀବନକାଳର ସେ ଅଧା ସମୟ କାରାଗାରରେ ବିତାଇଥିଲେ । ଶେଷ ନିଶ୍ୱାସ ଯାଏଁ ସେ ବନ୍ଦୀ ଜୀବନ ବିତାଇଥିଲେ । ବହୁବର୍ଷ ପୂର୍ବରୁ ସେ ଇଂରେଜ ଶାସନ ଓ ବିଦେଶୀ ସାମ୍ରାଜ୍ୟବାଦ ବିରୋଧରେ ଆରମ୍ଭ କରି ସାରିଥିଲେ ବିଦ୍ରୋହ ଓ ସଶସ୍ତ୍ର ସଂଘର୍ଷ । ଇଂରେଜମାନେ ସିପାହୀ ବିଦ୍ରୋହକୁ ବର୍ଷ କେଇଟା ମଧ୍ୟରେ ଦମନ କରିବାରେ ଏକପ୍ରକାର ସଫଳ ହୋଇଥିଲେ। ସେମାନଙ୍କ ନିକଟରେ ସାଧନ ନଥିଲା, ଆଧୁନିକ ଅସ୍ତ୍ରଶସ୍ତ୍ର ନଥିଲା କି ପ୍ରଶିକ୍ଷଣ ବ୍ୟବସ୍ଥା ନଥିଲା।

ତଥାପି ଦୀର୍ଘ ୭ ବର୍ଷ ଧରି ସେମାନେ ଶକ୍ତିଶାଳୀ ଇଂରେଜ ଫୌଜକୁ ନୟାନ୍ତ କରି ରଖିଥିଲେ। ଯେତେବେଳେ ଆକୁମାରୀ ହିମାଚଳ ଦେଶର ସମସ୍ତ ଅଞ୍ଚଳ ଇଂରେଜ ଶାସନାଧୀନ ହୋଇସାରିଥିଲା, ସେତେବେଳେ କେବଳ ସୁରେନ୍ଦ୍ର ସାଏ ଓ ତାଙ୍କ ସହଯୋଗୀଙ୍କ ପାଇଁ ସମ୍ବଲପୁର ଥିଲା ବ୍ୟତିକ୍ରମ। ବ୍ରିଟିଶ ସାମ୍ରାଜ୍ୟରେ ପୂର୍ଣ୍ଣରୂପେ ବିଲୀନ ହେବାରେ ସମ୍ବଲପୁର ଥିଲା ଦେଶର ଶେଷ ସ୍ୱାଧୀନ ରାଜ୍ୟ।
ମେଜର ଇମ୍ପେଙ୍କ ଶାନ୍ତି ପ୍ରସ୍ତାବରେ ରାଜି ହୋଇ ସୁରେନ୍ଦ୍ର ସଦଳବଳେ ଆତ୍ମସମର୍ପଣ କରିଥିଲେ ୧୮୬୨ ମସିହାରେ ।

Veer' Surendra Sai-- the Odisha-born freedom fighter's valour still  inspires many | Sambad Englishମାତ୍ର ବିଶ୍ୱାସରେ ବିଷ ଦେଇ ସେମାନଙ୍କୁ ଧରିବା ପାଇଁ ଗୋରା ଶାସକ ଯେଉଁ ହୀନ ରାସ୍ତା ବରଣ କରିଥିଲେ ତାହା ଇତିହାସରେ କାପୁରୁଷତାର ନିଦର୍ଶନ ହୋଇ  ରହିବ । ଅନ୍ୟ ପକ୍ଷରେ ମା’ ମାଟି ପାଇଁ ସମ୍ବଲପୁର ମାଟିର ସେଇ ସୁପୁତ୍ରମାନଙ୍କର ଅସାଧାରଣ ସାହସ ଓ ବୀରତ୍ୱ ସହ ସେମାନଙ୍କ ଅସୀମ ତ୍ୟାଗ, ବଳିଦାନ, ଯନ୍ତ୍ରଣା ବିଶ୍ୱର ସମସ୍ତ ଦେଶପ୍ରେମୀମାନଙ୍କ ପାଇଁ ଦୃଷ୍ଟାନ୍ତ ହୋଇ ଚିରକାଳ ରହିବ । ଜାତୀୟ ଦୃଶ୍ୟପଟ୍ଟରେ ଝାନ୍‌ସୀ ରାଣୀ, ନାନାସାହେବ ଓ ତାତ୍ୟା ଟୋପେଙ୍କ ପରି ସୁରେନ୍ଦ୍ର ଓ ତାଙ୍କ ସାଥୀ ସହଯୋଗୀଙ୍କୁ ମାନ୍ୟତା କି ସ୍ୱୀକୃତି ମିଳିପାରି ନାହିଁ । ସେହି ବୀରପୁରୁଷଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପୁଣି ମନ୍ଦିରରେ ଦଳାଚକଟା, ଦୁଇଜଣ ଭକ୍ତଙ୍କ ମୃତ୍ୟୁ 🔴 ବସ୍-ବାଇକ ମୁହାଁମୁହିଁ ଧକ୍କା, ୨ଜଣଙ୍କ ମୃତ୍ୟୁ 🔴 ଆଜି ୪ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ 🔴 ଲଗାଣ ବର୍ଷା, ୬ ଜିଲ୍ଲାରେ ବନ୍ୟା ପରିସ୍ଥିତି 🔴 ବିଜେଡିରୁ ନିଲମ୍ବନ ହେଲେ କର୍ପୋରେଟର ଅମରେଶ ଜେନା 🔴 ରାସ୍ତାରେ ଆଣ୍ଠେଇଲା ବାଇକ ଆମ୍ବୁଲାନ୍ସ 🔴 ଆସୁଛି ବଡ ବନ୍ୟା 🔴 ସଫେଇ କର୍ମଚାରୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି 🔴 ଆମ୍ବୁଲାନ୍ସ ଭିତରେ ୨୬ ବର୍ଷୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ 🔴 କାରଗିଲ ବିଜୟ ଦିବସରେ ସେନାଙ୍କୁ ବଡ଼ ଉପହାର 🔴 ପୁଣି ମନ୍ଦିରରେ ଦଳାଚକଟା, ଦୁଇଜଣ ଭକ୍ତଙ୍କ ମୃତ୍ୟୁ 🔴 ବସ୍-ବାଇକ ମୁହାଁମୁହିଁ ଧକ୍କା, ୨ଜଣଙ୍କ ମୃତ୍ୟୁ 🔴 ଆଜି ୪ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ 🔴 ଲଗାଣ ବର୍ଷା, ୬ ଜିଲ୍ଲାରେ ବନ୍ୟା ପରିସ୍ଥିତି 🔴 ବିଜେଡିରୁ ନିଲମ୍ବନ ହେଲେ କର୍ପୋରେଟର ଅମରେଶ ଜେନା 🔴 ରାସ୍ତାରେ ଆଣ୍ଠେଇଲା ବାଇକ ଆମ୍ବୁଲାନ୍ସ 🔴 ଆସୁଛି ବଡ ବନ୍ୟା 🔴 ସଫେଇ କର୍ମଚାରୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି 🔴 ଆମ୍ବୁଲାନ୍ସ ଭିତରେ ୨୬ ବର୍ଷୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ 🔴 କାରଗିଲ ବିଜୟ ଦିବସରେ ସେନାଙ୍କୁ ବଡ଼ ଉପହାର