Masthead

ମୁମ୍ବାଇ ଇଣ୍ଡିଆନ୍ସକୁ ୬ ୱିକେଟରେ ହରାଇଲା ଗୁଜୁରାଟ

ଅହମ୍ମଦାବାଦ(ବଡ଼ ଖବର ବ୍ୟୁରୋ): ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଆଇପିଏଲ୍‌-୨୦୨୪ର ପଞ୍ଚମ ମ୍ୟାଚ୍‌ରେ ୬ ୱିକେଟରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି ଗୁଜୁରାଟ ଟାଇଟନ୍ସ । ଗୁଜରାଟ ଟାଇଟନ୍ସ ୨୦ ଓଭରରେ ୬ ଉଇକେଟ ହରାଇ ୧୬୮ ରନ୍‌ କରିଥିଲା। ଜବାବରେ ମୁମ୍ବାଇ ୨୦ ଓଭରରେ ୯ ଉଇକେଟ ହରାଇ ୧୬୨ ରନ୍‌ କରିବାରେ ସକ୍ଷମ ହୋଇଥିଲା। ପ୍ରଥମେ ବ୍ୟାଟିଂ କରିଥିଲା ଗୁଜରାଟ ଇନିଂସ ।

ଗୁଜୁରାଟ ଟମର ମେରୁଦଣ୍ଡ ସାଜିଥିବା ସାଇ ସୁଦର୍ଶନ ସର୍ବାଧିକ ୪୫ ରନ କରିଥିଲେ। ମୁମ୍ବାଇ ପକ୍ଷରୁ ଯଶପ୍ରୀତ୍‌ ବୁମ୍‌ରା ଚମତ୍କାର ବୋଲିଂ କରି ନିଜ ୪ ଓଭରରେ ମାତ୍ର ୧୪ ରନ ଦେଇ ୩ଟି ଉଇକେଟ ନେଇଥିଲେ। ଜବାବରେ ମୁମ୍ବାଇ ଖାତା ଖୋଲିବା ପୂର୍ବରୁ ଇଶାନ କିଶନ ଉଇକେଟ ହରାଇଥିଲେ ହେଁ ରୋହିତ ଶର୍ମା ଓ ଡଓ୍ବୋଲ୍ଡ ବ୍ରେଭିସଙ୍କ ଦୃଢ଼ ବ୍ୟାଟିଂ ବଳରେ ବିଜୟ ପଥରେ ଅଗ୍ରସର ହୋଇଥିଲା। ମାତ୍ର ଏହି ୨ ଉଇକେଟ ପତନ ପରେ ମୁମ୍ବାଇ ଇନିଂସ ଦିଗହରା ହୋଇ ଯାଇଥିଲା। ବ୍ରେଭିସ ୪୬ ଓ ରୋହିତ ୪୩ ରନ କରି ଆଉଟ ହୋଇଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ