ଆଜି ଶ୍ରୀଜିଉଙ୍କ ନେତ୍ରୋତ୍ସବ

ଭୁୂବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆଜି ଶ୍ରୀଜିଉଙ୍କ ନେତ୍ରୋତ୍ସବ । ଉଭା ଅମାବାସ୍ୟା । ବା ନବଯୌବନ ଦର୍ଶନ । ସ୍ନାନପୂର୍ଣ୍ଣିମାଠାରୁ ଜ୍ୱରରେ ପୀଡ଼ିତ ହୋଇ ଶ୍ରୀଜିଉ ଅଣସର ପିଣ୍ଡିରେ ବିଜେ ହୋଇଥିଲେ । ସୁସ୍ଥ ହେବା ପରେ ଖଡ଼ି ପ୍ରସାଦ ଲାଗି ଓ ବନକ ଲାଗି ନୀତି ସମ୍ପନ୍ନ ହୋଇଛି । ଆଜି ଶ୍ରୀଜିଉ ଭକ୍ତଙ୍କୁ ଦର୍ଶନ ଦେବେ । ଉଭା ହେବେ ।

ନବଯୌବନ ବେଶରେ ଦର୍ଶନ ଦେବେ । ତେବେ କୋଭିଡ କଟକଣା ଯୋଗୁଁ ଭକ୍ତମାନେ ଏହି ଅପୂର୍ବ ଶେବ ଦର୍ଶନରୁ ବଞ୍ଚିତ । ଶୁକ୍ରବାର ଭୋରରୁ ଘଣ୍ଟ, ଛତା, କାହାଳୀ ସହ ଏକ ପ୍ରତିନିଧି ଦଳ ଦତ୍ତମହାପାତ୍ରଙ୍କ ଘରକୁ ଯାଇଥିଲେ । ସେଠାରୁ ଶ୍ରୀମନ୍ଦିରକୁ ଖଡିପ୍ରସାଦ ବିଜେ କରାଇଥିଲେ । ଖଡ଼ି ପ୍ରସାଦକୁ ପତି ମହାପାତ୍ର ସଂସ୍କାର କରିବା ପରେ ଦତ୍ତମହାପାତ୍ର ସେବକ ଓ ଦଇତାପତି ସେବକ ଶ୍ରୀନଆରକୁ ଖଡ଼ି ପ୍ରସାଦ ବିଜେ କରାଇଥିଲେ । ଏହି ଖଡ଼ି ପ୍ରସାଦଗୁଡ଼ିକୁ ଗଜପତିଙ୍କ ଗାଦିରେ ରଖାଯାଇଥିଲା। ପରେ ଶୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ବଢିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ