Masthead

ବନ୍ଦ ଘରେ ବନ୍ଧୁକ ଧାରିର ଆତଙ୍କରାଜ

ବଲାଙ୍ଗିର (ବଡ଼ ଖବର ବ୍ୟୁରୋ):ବଲାଙ୍ଗିର ସହରରେ ଚାଞ୍ଚଲ୍ୟ। ସହରର ଶାନ୍ତି ପଡାର ମଦନ ମୋହନ ହୋତାଙ୍କ ଘରକୁ ଜଣେ ଯୁବକ ବନ୍ଧୁକ ଧରି ପଶି ଯାଇଥିବା ଜଣାପଡିଛି। ଘର ଲୋକଙ୍କୁ ଗୋଟିଏ କୋଠରୀରେ ବନ୍ଦ ରଖିଛନ୍ତି ବନ୍ଧୁକଧାରି ବ୍ୟକ୍ତି ଜଣକ। ଅନ୍ୟପଟେ ଖବର ପାଇ ଏସଡିପିଓ ତୁଫାନ ବାଗ ଓ ବଲାଙ୍ଗୀର ଟାଉନ ଅଧିକାରୀ କେ ପ୍ରିୟଙ୍କା ରାଉତରାୟ ଘଟଣାସ୍ଥଳକୁ ପହଞ୍ଚି  ତଦାରଖ କରୁଛନ୍ତି । ଘର ବାଟରେ ପୋଲିସ ଜଗି ରହିବା ସହ ଓଡ୍ରାଫ୍ ଟିମ ମଧ୍ୟ ସେଠାରେ ଉପସ୍ଥିତ ରହିଛନ୍ତି।

ତେବେ କାହିଁକି ଓ କିଭଳି ପରିସ୍ଥିତିରେ ଯୁବକ ଜଣକ ବନ୍ଧୁକ ଧରି ଘର ଭିତରକୁ ପଶିଛି ତାହା ଜଣା ପଡି ନାହିଁ। ଏପରିକି ଘର ଭିତରେ କେତେ ଜଣକୁ ବନ୍ଧୁକ ମୁନରେ ବନ୍ଦୀ ଅଛନ୍ତି ତାହା ମଧ୍ୟ ସ୍ପଷ୍ଟ ହୋଇ ନାହିଁ। ହେଲେ ପ୍ରାଥମିକ ତଦନ୍ତରୁ ଉକ୍ତ ଘଟଣାଟି କୌଣସି ଏକ ସମ୍ପର୍କକୁ ନେଇ ଘଟିଥିବା ଅନୁମାନ କରାଯାଉଛି। ପୋଲିସ ଘର ଆଗରେ ଜଗି ଥିବା ସହ ଚାରି ପଟେ ପଇଁତରା ମାରୁଛି। ହେଲେ ଦୁଇ ଘଣ୍ଟାରୁ ଅଧିକ ସମୟ ହେଲାଣି ଯୁବକ ଘର ଭିତରେ ପଶିଥିଲେ ବି ପୋଲିସ ତାକୁ କାବୁ କରି ପାରି ନାହିଁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ