Masthead

ବାପାକୁ ଟ୍ରଲିରେ ଟାଣି ଟାଣି ହସ୍ପିଟାଲ ନେଲା ଝିଅ

ଭଦ୍ରକ (ବଡ଼ ଖବର ବ୍ୟୁରୋ): କନ୍ୟା ବା ଝିଅ । ଏ ଶବ୍ଦକୁ କିଏ କେମିତ ବର୍ଣ୍ଣନା କରେ ଆମେ ଜାଣିନାହୁଁ । ଝିଅ କାହା ପାଇଁ ଅଲୋଡ଼ା ହୋଇପାରେ । କାହା ପାଇଁ ବୋଝ ବି ହୋଇପାରେ । ହେଲେ ଆମେ ତ କହିବୁ ସେ ଅମୂଲ୍ୟ ସଂପଦ । ଦୁନିଆର ଯେକୌଣସି ମୂଲ୍ୟ ତା’ ଆଗରେ ତୁଚ୍ଛ । ସବୁକିଛି ସହିପାରେ ସେ । ତା’ ଭିତରେ ଅନେକ ଯନ୍ତ୍ରଣା ଥାଏ । ମରିମରି ବଂଚେ । କାହା ପାଇଁ ଜାଣିଛନ୍ତି? ନିଜ ଲୋକଙ୍କ ପାଇଁ, ନିଜ ପରିବାର ପାଇଁ । ନିଜ ବାପା-ମା, ଭାଇ-ଉଭଣୀଙ୍କ ପାଇଁ ।

ଏ ଯେଉଁ ଦୃଶ୍ୟ ଆମେ ଦେଖାଉଛି ସଂପର୍କରେ ଏମାନେ ହେଉଛନ୍ତି ବାପ-ଝିଅ । କୌଣସି ପାରିବାରିକ ଘଟଣାକୁ କେନ୍ଦ୍ର କରି ବାପା ଗୁରୁତର ହେଲେ । ତାଙ୍କୁ ହସ୍ପିଟାଲ ନେବାକୁ ନା ଥିଲା ଝିଅ ପାଖରେ ସମ୍ବଳ । ନା ଆମ୍ପୁଲାନ୍ସ ଡାକିବାକୁ କ୍ଷମତା । ବାପା ଛଟପଟ ହେଉଥିବା ବେଳେ କୌଣସି ରାସ୍ତା ନ ପାଇ ଟ୍ରଲିରେ ଝିଅ ନେଇଥିଲା ହସ୍ପିଟାଲ । ଟ୍ରଲି ଟାଣିବା ପାଇଁ ତା’ ପାଖେ ଶକ୍ତି ନାହିଁ, ଥକି ଯାଉଛି ସେ । ହେଲେ ନିଜ କର୍ତ୍ତବ୍ୟରେ କେବେ ହେଳା କରିନାହିଁ ।

କାରଣ ସେ ଜାଣିଛି ସଂପର୍କର ମାନେ କ’ଣ । ଜାଣିଛି ବାପ-ଝିଅର ମୂଲ୍ୟ କ’ଣ? ଏ ଦୃଶ୍ୟ ଆପଣଙ୍କୁ ବିଚଳିତ କରିପାରେ । ଆଖିରୁ ଲୁହ ଝରିପାରେ । ମା’ ବାପାଙ୍କ ପାଇଁ କେବେଳ ଝିଅ ହିଁ ଏମିତି କରିପାରେ । ଏ ଦୃଶ୍ୟ ହେଉଛି ଭଦ୍ରକ ଜିଲ୍ଲାର । ଏମାନଙ୍କ ଘର ଧୁସୁରି ଥାନା ନଦୀଗାଁରେ । ଆମ୍ପୁଲାନ୍ସ ନ ମିଳିବାରୁ ନିଜ ଝିଅ, ବାପାଙ୍କୁ ଟ୍ରଲିରେ ନେଇ ଡାକ୍ତରଖାନାରେ ଚିକିତ୍ସା କରିଥିଲା । ଇଏ ହେଉଛି ଆମର ସ୍ୱାସ୍ଥ୍ୟସେବା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା