Masthead

ଗାଜାରେ ହାମାସର ସବୁଠୁ ବଡ଼ ସୁଡଙ୍ଗ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଗାଜାରେ ହମାସର ସବୁଠୁ ବଡ଼ ସୁଡ଼ଙ୍ଗ ଠାବ । ମାଟି ତଳେ ଲମ୍ବିଛି ୪ କିଲୋମିଟର ଲମ୍ବା ସୁଡ଼ଙ୍ଗ । ସୁଡ଼ଙ୍ଗର ଭିଡିଓ ଜାରି କଲା ଇସ୍ରାଏଲ ଡିଫେନ୍ସ ଫୋର୍ସ । ଇସ୍ରାଏଲ୍ ଏବଂ ହମାସ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଇସ୍ରାଏଲ୍ ସେନା ଏକ ବିରାଟ ଟନେଲ୍ ଖୋଜି ବାହାର କରିଛି । ଏ ସୁଡ଼ଙ୍ଗ ଦେଖିଲେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବେ । ମାଟିତଳେ ମାଇଲ ମାଇଲ ବାଟ ଧରି ଲମ୍ବିଛି ଏହି ସୁଡ଼ଙ୍ଗ । ସୁଡ଼ଙ୍ଗର ଆକାର ଏପରି ହୋଇଛି ଯେ ଛୋଟ ଯାନ ମଧ୍ୟ ବେଶ ଆରାମରେ ଯାତାୟତ ହୋଇପାରିବ ।

ସୁଡ଼ଙ୍ଗ ଭିତରେ ମଧ୍ୟ ବିଭିନ୍ନ ପ୍ରକାର ବ୍ୟବସ୍ଥା ରହିଛି । ଡ଼୍ରେନେଜ ସିଷ୍ଟମ ସହ ବିଜୁଳି ଟେଲି ଫୋନ ନେଟୱର୍କ ସୁବିଧା ରହିଛି । ଆଇଡିଏଫ୍ ଦାବି କରିଛି ଯେ ଏହା ହମାସର ସବୁଠାରୁ ବଡ ଟନେଲକୁ ଖୋଜି ବାହାର କରାଯାଇଛି । ରବିବାର ଟ୍ୱିଟରରେ ଏକ ପୋଷ୍ଟରେ ଆଇଡିଏଫ୍ କହିଛି ଯେ ବାହାର କରାଯାଇଥିବା ଟନେଲ ହମାସର ସବୁଠାରୁ ବଡ ଟନେଲ୍ । ଆଇଡିଏଫ୍ ଦାବି କରିଛି ଯେ ଗାଜାରେ ରହିଥିବା ହମାସର ଡାକ୍ତରଖାନାର କର୍ମଚାରୀ ଏହି ସୁଡଙ୍ଗରେ ଯିବା ଆସିବା କରନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା