କାହାକୁ ତାଲିବାନ କରିବ ରାଷ୍ଟ୍ରପତି

(ବଡ଼ ଖବର ବ୍ୟୁରୋ): କିଏ ହେବେ ଆଫଗାନିସ୍ତାନର ନୂଆ ରାଷ୍ଟ୍ରପତି । ଏନେଇ ତାଲିବାନ ପକ୍ଷରୁ କୌଣସି ବିବୃତ୍ତି ରଖାଯାଇନଥିଲେ ମଧ୍ୟ ପାକିସ୍ତାନର ଏକ ୱେବସାଇଟ ‘ଦ ନେସନ’ରେ ପ୍ରକାଶ ପାଇଛି । ତେବେ ଏହି ଖବର ଅନୁସାରେ ମୌଲାନା ଅବଦୁଲ ଘନି ଆଫଗାନିସ୍ତାନର ନୂଆ ରାଷ୍ଟ୍ରପତି ହୋଇପାରନ୍ତି । ତେବେ ଆଫଗାନିସ୍ତାନରେ ତାଲିବାନକୁ ଅଧିକ ବଳ ପାକିସ୍ତାନ ଯୋଗାଇଛି ।

ଆଫଗାନସ୍ତନର ପୂର୍ବତନ ରାଷ୍ଟ୍ରପତି ଅସରଫ ଘନି ଏନେଇ ନିକଟରେ ସୂଚନା ଦେଇଥିଲେ । ବର୍ତ୍ତମାନ ସେ ନିଜ ପୂରା ରାଜନୀତିକ ଟିମ ସହ ଆଫଗାନିସ୍ତାନ ଛାଡ଼ି କାଜାକସ୍ତାନ ପଳାଇଛନ୍ତି । ସେପଟେ ଦେଶର ସମସ୍ତ ସରକାରୀ ଓ ବେସରକାରୀ ସଂସ୍ଥାକୁ ସ୍ୱାଭାବିକ ଭାବେ ଚଳାଇବା ପାଇଁ ନିର୍ଦ୍ଦେଶ ଦେଇଛି ତାଲିବାନ । ଏକ ବିବୃତ୍ତିରେ କହିଛି ଯେ, ଯେଉଁଭଳି ସରକାରୀ ପ୍ରଥା ଚାଲିଥିଲା ସେହିପରି ଚାଲିବ ।

କାହାରି ପାଖରୁ ତାଲିବାନ କୌଣସି ପ୍ରତିଶେଧ ନେବା ନାହିଁ । ୧୯୯୪ରେ ଆଫଗାନିସ୍ତାନରେ ଯେତେବେଳେ ତାଲିବାନ ଆରମ୍ଭ କରିଥିଲା ସେତେବେଳେ ମୌଲାନା ଅବଦୁଲ ନେତୃତ୍ୱ ନେଇଥିଲେ । ତାଲିବାନ କ୍ୟାମ୍ପର ସେ ଜଣେ ଦ୍ୱିତୀୟ ଶୀର୍ଷ କମାଣ୍ଡର ମଧ୍ୟ । ସେପ୍ଟେମ୍ବର ୧୧, ୨୦୦୧ର ଆତଙ୍କବାଦୀ ଆକ୍ରମଣ ପରେ ତାଲିବାନକୁ ହଟାଇବା ପାଇଁ ଆମେରିକା ସେନା ବାହିନୀକୁ ଏଠାରେ ନିୟୋଜିତ କରି ନିୟନ୍ତ୍ରଣରେ ରଖିଥିଲା। ଏହା ପୂର୍ବରୁ ଆଫଗାନିସ୍ତାନର ନାମ ‘ଇସଲାମିକ ଏମିରେଟ୍ ଆଫଗାନିସ୍ତାନ’ ଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’