Masthead

୧୬ରୁ ସ୍କୁଲ ଯିବା

ଭୁବନେଶ୍ୱର, (ବଡ଼ ଖବର ବ୍ୟୁରୋ): ଅନଲକ୍ -୫ ପରେ ନଭେମ୍ବର ମାସ ପାଇଁ ରାଜ୍ୟ ସରକାର ଅନଲକ୍ -୬ର ଗାଇଡ୍ ଲାଇନ୍ ଘୋଷଣା କରିଛନ୍ତି । ଅନଲକ୍ -୬ରେ ସିନେମା ହଲ ସୁଇମିଂପୁଲ୍ ଓ ଥିଏଟର ବନ୍ଦ ରହିବ । ନଭେମ୍ବର ୧୫ ଯାଏ ବନ୍ଦ ରହିବ ବୋଲି ଗାଇଡ୍ ଲାଇନରେ କୁହାଯାଇଛି । ସେହିଭଳି ବାହାଘର ଓ ଅନ୍ୟାନ୍ୟ ଉତ୍ସବରେ ଲୋକଗହଳିକୁ ନେଇ ରାଜ୍ୟ ସରକାର ଲଗାଇଥିବା କଟକଣାକୁ କିଛିଟା କୋହଳ କରାଯାଇଛି । ଏବେ ବାହାଘର ଓ ସେହିଭଳି କିଛି ଉତ୍ସବ ପାଇଁ ସର୍ବାଧିକ ୨ଶହ ଲୋକ ଠୁଳ ହୋଇପାରିବେ ବୋଲି ସରକାର ଅନଲକ୍-୬ ଗାଇଡ୍ ଲାଇନରେ ଉଲ୍ଲେଖ କରିଛନ୍ତି । ଅନ୍ୟପଟେ ସରକାରଙ୍କ ଅନଲକ୍ -୬ ଗାଇଡ୍ ଲାଇନରେ ଯେଉଁ ସବୁ କଟକଣା ଉପରେ କୋହଳ ମନୋଭାବ ପୋଷଣ କରିଛନ୍ତି ତାହା କଣ୍ଟେନମେଣ୍ଟ ଜୋନରେ ଲାଗୁ ହେବ ନାହିଁ ।

ସରକାର ଏବେ ସ୍କୁଲ ଖୋଲିବା ପାଇଁ କିଛି ମାତ୍ରରେ ଚେଷ୍ଟା କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ନଭେମ୍ବର ୧୬ ତାରିଖଠାରୁ ନବମରୁ ଦ୍ୱାଦଶ ଶ୍ରେଣୀଯାଏ ପିଲା ସ୍କୁଲ ଯାଇପାରିବେ । ଏହି ସବୁ ଶିକ୍ଷାନୁଷ୍ଠାନ ରାଜ୍ୟ ସରକାରଙ୍କ ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ଥିବା ଦରକାର । ଅନ୍ୟପଟେ ନଭେମ୍ବର ୩୦ ତାରିଖ ଯାଏ ଅନ୍ୟ ଶିକ୍ଷାନୁଷ୍ଟାନ ବନ୍ଦ ରହିବ ବୋଲି ଗାଇଡ୍ ଲାଇନରେ ଉଲ୍ଲେଖ ରହିଛି । ମହାମାରୀ କରୋନା ପାଇଁ ରାଜ୍ୟରେ ବନ୍ଦ ରହିଥିଲା ସବୁ ଶିକ୍ଷାନୁଷ୍ଠାନ।

ସେହିଭଳି ଅନ୍ତିମ ସଂସ୍କାର ବେଳେ ୫୦ ଜଣ ଲୋକ ଠୁଳ ହୋଇପାରିବେ ବୋଲି କୁହାଯାଇଛି । ବିମାନ ଚଳାଚଳ ଉପରେ କିନ୍ତୁ ଅନଲକ୍ -୬ରେ କଟକଣା ଜାରି ହୋଇଛି । ନଭେମ୍ବର ୩୦ ଯାଏ ଆନ୍ତର୍ଜାତୀୟ ଯାତ୍ରୀବାହୀ ବିମାନ ଚଳ ଚଳ ବନ୍ଦ ରହିବ । ଆବଶ୍ୟକ ସ୍ଥଳେ ମନ୍ତ୍ରାଳୟର ଅନୁମତି ନେଇ ବିମାନ ଚଳାଚଳ କରିପାରିବ । ସେହିଭଳି ଆବଶ୍ୟକ ସ୍ଥଳେ ଜିଲ୍ଲାପାଳ କିମ୍ବା ମ୍ୟୁନିସପାଲିଟ୍ ପକ୍ଷରୁ ନୂତନ ଅବରୋଧ ଅଞ୍ଚଳ ଚିହ୍ନଟ ହୋଇପାରିବ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ