Masthead

ହାର୍ଦ୍ଦିକ ପାଣ୍ଡ୍ୟା @୨୭

ଭୁବନେଶ୍ୱର, (ବଡ଼ ଖବର ବ୍ୟୁରୋ):୨୭ ବର୍ଷରେ ପଦାର୍ପଣ କରିଛନ୍ତି ଟିମ୍ ଇଣ୍ଡିଆ ଏବଂ ମୁମ୍ବାଇ ଇଣ୍ଡିଆନ୍ସର ଯୁବ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ସେ ୧୯୯୩ ମସିହା ଅକ୍ଟୋବର ୧୧ରେ ଗୁଜୁରାଟର ସୁରଟ ଠାରେ ଜନ୍ମଗ୍ରହଣ କରିଥିଲେ । ପିଲାଟି ଦିନରୁ ତାଙ୍କର କ୍ରିକେଟ ପ୍ରତି ରୁଚି ଥିଲା। ଏହା ଦେଖି ହାର୍ଦ୍ଦିକଙ୍କ ବାପା ତାଙ୍କୁ ଭଦୋଦରା ସ୍ଥିତ କିରଣ ମୋରେଙ୍କ କ୍ରିକେଟ ଏକାଡେମୀରେ ନାମ ଲେଖାଇଥିଲେ । ସେ କ୍ରିକେଟ ପ୍ରତି ଅଧିକ ଧ୍ୟାନ ଦେବା ପାଇଁ ନବମ ଶ୍ରେଣୀରେ ପାଠ ପଢା ଛାଡିଥିଲେ ।
ପାଣ୍ଡ୍ୟା ୨୦ ବର୍ଷ ବୟସରେ ନିଜ ଘରୋଇ କ୍ରିକେଟ ବରୋଦା କ୍ରିକେଟ ଟିମରୁ ଆରମ୍ଭ କରିଥିଲେ । ସେ ୨୦୧୩-୧୪ ସିଜନରେ ସୟଦ ମୁଶତାକ ଅଲ୍ଲୀ ଟ୍ରଫି ଜିତିବାରେ ବରୋଦା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ପାଣ୍ଡ୍ୟା ୨୦୧୫ ମସିହାରେ ଆଇପିଏଲରେ ନିଜର ଡେବ୍ୟୁ କରିଥିଲେ । ସେ ଆଇପିଏଲରେ ପ୍ରଥମ ମ୍ୟାଚ ମୁମ୍ବାଇ ତରଫରୁ ବାଙ୍ଗାଲୋର ବିପକ୍ଷରେ ଖେଳିଥିଲେ । ଆଇପିଏଲରେ ଚମତ୍କାର ପ୍ରଦର୍ଶନ ପରେ ସେ ୨୦୧୬ରେ ଏସିଆ କପ୍ ଏବଂ ୨୦୧୬ ଟି-୨୦ ୱାର୍ଲ୍ଡ କପ ପାଇଁ ଭାରତୀୟ ଦଳରେ ସାମିଲ ହୋଇଥଲେ । ପାଣ୍ଡ୍ୟା ୨୦୧୬ ଜାନୁଆରୀ ୨୭ରେ ଅର୍ନ୍ତଜାତୀୟ ଟି-୨୦ରେ ଅଷ୍ଟ୍ରେଲିଆ ବିପକ୍ଷରେ ନିଜର ଡେବ୍ୟୁ କରିଥିଲେ । ହାର୍ଦ୍ଦିକ ସେହି ବର୍ଷ ଅକ୍ଟୋବର ୧୬ରେ ଧର୍ମଶାଳାରେ ନିୟୁଜଲ୍ୟାଣ୍ଡ ବିପକ୍ଷରେ ଦିନିକିଆ ମ୍ୟାଚରେ ପର୍ଦାପଣ କରିଥିଲେ । ସେ ସନ୍ଦୀପ ପାଟିଲ, ମୋହିତଶର୍ମା ଓ କେ ଏଲ ରାହୁଲଙ୍କ ପରେ ଚତୁର୍ଥ ଭାରତୀୟ ଭାବେ ଦିନିକିଆ ଡେବ୍ୟୁରେ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପାଇଥିଲେ । ସେ ୨୦୧୯ ଦିନିକିଆ ୱାର୍ଲ୍ଡକପରେ ଭାରତୀୟ ଦଳରେ ସାମିଲ ମଧ୍ୟ ହୋଇଥିଲେ । ପାଣ୍ଡ୍ୟା ୨୦୧୬ରେ ମଧ୍ୟ ଟେଷ୍ଟରେ ଡେବ୍ୟୁ କରିଥିଲେ କିନ୍ତୁ ଆହତ କାରଣରୁ ସେ ତାଙ୍କ ପ୍ରଥମ ଟେଷ୍ଟ୨୦୧୭ ଜୁଲାଇ ୨୬ରେ ଶ୍ରୀଲଙ୍କା ବିପକ୍ଷରେ ଖେଳିଥିଲେ । ପାଣ୍ଡ୍ୟା ତାଙ୍କ ଚମତ୍କାର ଅଲରାଉଣ୍ଡ ପ୍ରଦର୍ଶନ ପାଇଁ ୨୦୧୬ରୁ ନିୟମିତ ଭାବେ ଭାରତୀୟ ଦଳର ସଦସ୍ୟ ଭାବେ ରହି ଆସିଛନ୍ତି ।

https://twitter.com/imVkohli/status/1315179289524936704?s=20

ଆଜି ତାଙ୍କ ଜନ୍ମଦିନ ଅବସରରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ସମେତ ବହୁ କ୍ରିକେଟର ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବହୁ ଶୁଭେଛୁ ମଧ୍ୟ ତାଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ କର୍ମଚାରୀଙ୍କୁ ମାଡ଼ ଘଟଣା, ଜଣେ ମହିଳା ସମେତ ୮ ଗିରଫ 🔴 ବାଡିକୁ କୁକୁର ପଶିଯିବାରୁ ୮ ବର୍ଷର ଶିଶୁକୁ ନିର୍ମମ ମାଡ଼ 🔴 ସ୍ତ୍ରୀକୁ ଶାବଳରେ ହତ୍ୟା କଲା ସ୍ୱାମୀ 🔴 ରାଜକୋଟରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ବିଜୟ ରୂପାଣୀଙ୍କ ହେବ ଶେଷକୃତ୍ୟ 🔴 2027 ଜନଗଣନା ପାଇଁ ବିଜ୍ଞପ୍ତି ଜାରି 🔴 ଯାଜପୁରରେ ଅଣାୟତ୍ତ ଝାଡ଼ାବାନ୍ତି, ଦୁଇ ସପ୍ତାହ ବନ୍ଦ ହୋଟେଲ, ଓ ଢ଼ାବା 🔴 ଠାକୁର ଦର୍ଶନ ସାରି ଫେରୁଥିବା ବେଳେ ବଜ୍ରାଘାତ 🔴 ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା 🔴 ଷ୍ଟିୟରିଙ୍ଗ ଛାଡ଼ ଆନ୍ଦୋଳନ ପାଇଁ ନର୍ଲା ଡ୍ରାଇଭର୍ ସଂଘର ପ୍ରସ୍ତୁତି ବୈଠକ 🔴 ବଜ୍ରାଘାତରେ ୫ ଗୁରୁତର 🔴 ବନ କର୍ମଚାରୀଙ୍କୁ ମାଡ଼ ଘଟଣା, ଜଣେ ମହିଳା ସମେତ ୮ ଗିରଫ 🔴 ବାଡିକୁ କୁକୁର ପଶିଯିବାରୁ ୮ ବର୍ଷର ଶିଶୁକୁ ନିର୍ମମ ମାଡ଼ 🔴 ସ୍ତ୍ରୀକୁ ଶାବଳରେ ହତ୍ୟା କଲା ସ୍ୱାମୀ 🔴 ରାଜକୋଟରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ବିଜୟ ରୂପାଣୀଙ୍କ ହେବ ଶେଷକୃତ୍ୟ 🔴 2027 ଜନଗଣନା ପାଇଁ ବିଜ୍ଞପ୍ତି ଜାରି 🔴 ଯାଜପୁରରେ ଅଣାୟତ୍ତ ଝାଡ଼ାବାନ୍ତି, ଦୁଇ ସପ୍ତାହ ବନ୍ଦ ହୋଟେଲ, ଓ ଢ଼ାବା 🔴 ଠାକୁର ଦର୍ଶନ ସାରି ଫେରୁଥିବା ବେଳେ ବଜ୍ରାଘାତ 🔴 ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା 🔴 ଷ୍ଟିୟରିଙ୍ଗ ଛାଡ଼ ଆନ୍ଦୋଳନ ପାଇଁ ନର୍ଲା ଡ୍ରାଇଭର୍ ସଂଘର ପ୍ରସ୍ତୁତି ବୈଠକ 🔴 ବଜ୍ରାଘାତରେ ୫ ଗୁରୁତର