Masthead

ଯୋଗୀ ରାବଣ, ପ୍ରିୟଙ୍କା ରାମ !

ଲକ୍ଷ୍ନୌ(ବଡ଼ ଖବର ବ୍ୟୁରୋ):୨୦୨୨ରେ ହେବ ଦେଶର ସବୁଠାରୁ ବଡ଼ ରାଜ୍ୟରେ ନିର୍ବାଚନ । ଏହାପୂର୍ବରୁ ଏଠାରେ ଘମାସାନ ହେୁଛି ରାଜନୀତି । ତେବେ ବର୍ତ୍ତମାନ ଏକ ପୋଷ୍ଟଚକୁ ନେଇ ରାଜନୀତି ତେଜିଛି । ସୋସିଆଲ ମିଡିଆରେ ଏହି ପୋଷ୍ଟରେ ଏବେ ବେଶ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଓ ପ୍ରିୟଙ୍କା ଗାନ୍ଧିଙ୍କୁ ଦେଖିବାକୁ ମିଳିଛି । ତେବେ ଏହି ପୋଷ୍ଟରରେ ଯୋଗୀ ରାବଣ ଓ ପ୍ରିୟଙ୍କା ରାମ ଦର୍ଶାଯାଇଛି । ଯାହାକୁ ନେଇ ୟୁପିରେ ଜୋର ଧରିଛି ରାଜନୀତି ।

ହିନ୍ଦୁ ଯୁବ ବାହିନୀ କଂଗ୍ରେସ ଉପରେ ହମଲା କରିଛି । କଂଗ୍ରେସ ବିରୋଧରେ ଥାନାରେ ଏତଲା ମଧ୍ୟ ଦିଆଯାଇଛି । ତେବେ ଏହି ପୋଷ୍ଟରଟି ହେଉଛି କଂଗ୍ରେସର ପୂର୍ବତନ ବିଧାୟକ ପ୍ରାର୍ଥୀ ରାଜମଙ୍ଗଲ ଯାଦବଙ୍କର । ସେ ବିଜୟା ଦଶମୀର ଶୁଭେଚ୍ଛା ଜଣାଇବା ସହ ଏପରି ପୋଷ୍ଟର ଲଗାଇଥିବା ଜଣାପଡ଼ିଛି ।

ହିନ୍ଦୁ ଯୁବ ବାହିନୀର ଜିଲ୍ଲା ସଂଯୋଜକ ଅଜୟ ସିଂହ କହିଛନ୍ତି, ବିଜୟା ଦଶମୀ ପର୍ବ ଉପଲକ୍ଷେ କଂଗ୍ରେସ ନେତା ରାଜମଙ୍ଗଲ ଯାଦବଙ୍କ ଦ୍ଵାରା ସାମାଜିକ ଗଣମାଧ୍ୟମରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଏକ ପୋଷ୍ଟର ଭାଇରାଲ୍ ହୋଇଛି। କୋତବାଲି ପୋଲିସ ଆଇପିସିର ଧାରା ୫୦୫ ଧାର୍ମିକ ଭାବନା ଉସୁକାଇବା ଏବଂ ୬୭ ଆଇଟି ଆକ୍ଟ ଆଧାରରେ ମୋକଦ୍ଦମା ରୁଜୁ କରିଛନ୍ତି। ଏତଲା ଦାୟର ହେବା ପରେ ରାଜନୈତିକ ମହଲରେ ହଇଚଇ ସୃଷ୍ଟି ହୋଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ