ବଧୂ ହତ୍ୟା ଘଟଣା, ଥାନା ଆଗରେ ଶବ ରଖି ଧାରଣା

ଜଗତସିଂହପୁର(ବଡ଼ ଖବର ବ୍ୟୁରୋ): ତେଲସରା ଗାଁ ରେ ବଧୂ ହତ୍ୟା ଘଟଣା । ପୋଷ୍ଟମଟମ ପରେ ଥାନା ସମ୍ମୁଖରେ ଶବକୁ ରଖି ପରିବାର ଲୋକଙ୍କ ପକ୍ଷରୁ ବିକ୍ଷୋଭ। ନାଉଗାଁ ଗ୍ରାମର ସ୍ଵର୍ଗତ ନିରଞ୍ଜନ ପରିଜାଙ୍କ ଝିଅ ମାମାଲି ଜେନା ତେଲସରା ଗାଁ ର ରଞ୍ଜିତ ଜେନାଙ୍କୁ ଗତ ପାଞ୍ଚ ବର୍ଷ ପୂର୍ବେ ବୈଦିକ ରୀତିରେ ବିବାହ କରିଥିଲେ। ବିବାହ ସମୟରେ ଶାଶୁ ଘର ତରଫରୁ ଦାବି ମୁତାବକ ସବୁ ଯୌତୁକ ଦିଆଯାଇଥିଲା। ବାହାଘରର କିଛିଦିନ ପରେ ଶାଶୁଘର ଲୋକେ ବାରମ୍ବାର ଅଧିକ ଯୌତୁକ ଦାବି କରି ମାମାଲିଙ୍କୁ ଶାରୀରିକ ଓ ମାନସିକ ନିର୍ୟାତନା ଦେଉଥିଲେ। ଶାଶୁ, ଶଶୁର ଜ୍ୱାଇଁ ବାରମ୍ବାର ମାଡ଼ ମାରୁଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ।

ମାମାଲିଙ୍କ ଶ୍ୱଶୁର ମାମାଲିଙ୍କ ଭାଇଙ୍କୁ ଫୋନ୍ କରି କହିଲେ ଯେ ତୋ ଭଉଣୀ ଘରେ ପଶି ରହିଛି କବାଟ ଖୋଲୁ ନାହିଁ ତୁମେ ତୁରନ୍ତ ଆସ। କିନ୍ତୁ ଭାଇ ପହଞ୍ଚି ଦେଖିଲେ କି ଘର କବାଟ ଖୋଲା ଅଛି ଭଉଣୀ ଫ୍ୟାନରେ ଝୁଲିକି ରହିଚି। ଘଟଣା ସ୍ଥଳରେ ନାଉଗାଁ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।ସେପଟେ ନିଜର ଭଉଣୀକୁ ମାରି ଟାଙ୍ଗି ଦେଇଥିବା ବୋଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଭାଇ। ହେଲେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ ମାମାଲିଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ସଦରମହକୁମା ମେଡିକାଲକୁ ପଠାଯାଇଥିଲା । ଶବ ବ୍ୟବଚ୍ଛେଦ ହୋଇ ଆସିବା ପରେ ବାପଘର ପକ୍ଷରୁ ଆସାମୀ ମାନଙ୍କୁ ଗିରଫ କରାଯାଇନଥିବା କାରଣରୁ ମାମାଲିଙ୍କ ଶବକୁ ନାଉଗାଁ ଥାନା ସମ୍ମୁଖରେ ରଖି ନ୍ୟାୟ ପ୍ରଦାନ ଦାବିରେ ବସି ରହିଛନ୍ତି। ଦୀର୍ଘ ସମୟ ଧରି ଥାନା ସମ୍ମୁଖରେ ଶବକୁ ରଖି ବସିବା ପରେ ଘଟଣା ସ୍ଥଳରେ ପ୍ରବଳ ଉତେଜନା ଦେଖିବାକୁ ମିଳିଥିଲା ।

ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ମାମାଲିଙ୍କ ଭାଇ ନିଜ ଦେହରେ କିରୋସିନି ଢାଳି ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରିଥିଲେ। ପରେ ପରେ ଉପଜିଲ୍ଲାପାଳ, ତହସିଲଦାର, ଏସଡିପିଓ ଓ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପହଞ୍ଚି ପରିବାର ଲୋକଙ୍କ ସହିତ ଆଲୋଚନା କରିଥିଲେ। ପରିଶେଷରେ ବାପଘର ଲୋକଙ୍କ ଦାବି ମୁତାବକ ମୃତ ମାମାଲିଙ୍କ ଶାଶୁ, ଶଶୁର, ଯାଆ ଓ ଦେଢଶୁର ଙ୍କୁ ପୁଲିସ ଗିରଫ କରିବା ପରେ ବିଳମ୍ବିତ ରାତିରେ ବାପଘର ଲୋକେ ଧାରଣାରୁ ଉଠିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା