Masthead

ହାପି ବାର୍ଥ ଡେ ବିରାଟ

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ଦିନିକିଆରେ ସର୍ବାଧିକ ରନ୍, ଦିନିକିଆର ପାଶ୍ଚାତ୍ ଧାବନରେ ସର୍ବାଧିକ ରନ୍, ସର୍ବାଧିକ ପ୍ଲେୟର ଅଫ୍ ଦ ସିରିଜ ଆୱାର୍ଡ, ଦିନିକିଆରେ ସର୍ବାଧିକ ଶତକ, ସମସ୍ତ ଫର୍ମାଟ୍‌ରେ ଆଇସିସି କ୍ରିକେଟର ଅଫ୍ ଦ ଇୟର୍, ଆଦି କେତେ ଆୱାର୍ଡ ନିଜ ନାମରେ କରିସାରିଛନ୍ତି । ଉଦୀୟମାନ ତାରକାରୁ ସେ ଆଜି ଲିଜେଣ୍ତ ହୋଇପାରିଛନ୍ତି । ନିଜ ନିଷ୍ଠା ବଳରେ ସେ ବିଶ୍ୱ କ୍ରିକେଟକୁ ପରାସ୍ତ କରି କିଙ୍ଗର ଗାଦିରେ ବସି ସାରିଛନ୍ତି । କ୍ରିକେଟ ଜଗତର ସେ କିଙ୍ଗ । କିଙ୍ଗ କୋହଲି..ବିରାଟ କୋହଲି ।

୧୯୮୮ ନଭେମ୍ୱର ୮ରେ ଦିଲ୍ଲୀରେ ଜନ୍ମ । ଖୁବ୍ କମ୍ ବୟସରେ ଆରମ୍ଭ କରିଥିଲେ କ୍ରିକେଟ ଖେଳ । ସାମାନ୍ୟ ମଧ୍ୟବିତ୍ତ ଘରୁ ଆସି ପୂରା ବିଶ୍ୱରେ ନାମ କମାଇ ପାରିଥିବା ନାଁ ହେଉଛି ବିରାଟ । ପ୍ରତିଟି ପ୍ରଂଶକଙ୍କ ହୃଦୟରେ କରୁଛନ୍ତି ରାଜ୍ । ନାମ ପାଇବାକୁ କେତେ ଯେ ସଂଘର୍ଷ କରିବାକୁ ପଡ଼ିଥିବ, ତାହା କେବଳ ସଂଘର୍ଷ କରିଥିବା ବ୍ୟକ୍ତି ହିଁ ଜାଣିଥିବ । ଦିଲ୍ଲୀର ଏକ ଛୋଟ ପିଲା ନିଜ ପରିଶ୍ରମ ବଳରେ ଆଜି ସେ ଏତେ ବଡ଼ ହୋଇପାରିଛି ଯେ, କେବଳ ଦେଶ ନୁହେଁ ପୂରା ବିଶ୍ୱ ଦିୱାନା ପାଲଟି ଯାଇଛି । ଯୁବାବସ୍ଥାରେ ଯେତେବେଳେ ସେ ନିଜ ଦିଲ୍ଲୀ ଟିମ୍ ପକ୍ଷରୁ ଖେଳୁଥିଲେ, ସେତେବେଳେ ପିତାଙ୍କ ଦେହାନ୍ତ ଖବର ପାଇଥିଲେ କୋହଲି । ତଥାପି ହାରି ଯାଇନଥିଲେ ବିରାଟ । ଦମଦାର ପ୍ରଦର୍ଶନ କରି ନିଜ ଦଳକୁ ଜିତାଇଥିଲଲେ ।

ନିଜ ପିତାଙ୍କ ସ୍ୱପ୍ନ ପୂରଣ କରିବା ଦିଗରେ ପ୍ରଥମ ପାଦ ରଖିଥିଲେ । ମାତ୍ର ୯ ବର୍ଷ ବୟସରେ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ ବିରାଟ । ସେବେଠାରୁ ଆଉ ପଛକୁ ଫେରି ନାହାନ୍ତି ସେ । ପରେ ପରେ ସେ ଭାରତୀୟ ଟ-୧୯ ଟିମ୍ରେ ସିଲେକ୍ଟ ହୋଇଥିଲେ । ୱାର୍ଲ୍ଡ କପ୍ ପାଇଁ ତାଙ୍କୁ କ୍ୟାପଟେନ୍ କରାଯାଇଥିଲା । ଫାଇନାଲ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ହରାଇ ବିଶ୍ୱକପ୍ ଜିତିଥିଲା ଭାରତର ଜୁନିଅର୍ ଟିମ୍ । ପରେ ପରେ ୨୦୦୮ ରେ ଦିନିକିଆରେ ସ୍ଥାନ ପାଇଲେ ବିରାଟ ।

୨୦୧୧ ରୁ ୨୦୨୦ ପର୍ଯ୍ୟନ୍ତ ବିରାଟ ନିଜ ଯାଦୁରେ ସମସ୍ତଙ୍କୁ ଚକିତ କରିସାରିଥିଲେ । ଏହି ଗୋଟିଏ ଦଶନ୍ଧିରେ ସେ କୋହଲିରୁ ପାଲଟିଥିଲେ କିଙ୍ଗ କୋହଲି । ଦିନିକିଆରେ ସଚିନଙ୍କ ପରେ ସେ ଦ୍ୱିତୀୟ ସର୍ବାଧିକ ଶତକ ହାସଲ କରିଛନ୍ତି । ନିଜର କଠୋର ପରିଶ୍ରମ, ସଂଘର୍ଷ ତଥା ଅଧ୍ୟବସାୟ ଦ୍ୱାରା ସେ ନିଜର ପ୍ରଦର୍ଶନରେ ଉନ୍ନତି ଆଣି ପାରିଛନ୍ତି । ଆଜି ସେହି ମହାନ କ୍ରିକେଟରଙ୍କ ଜନ୍ମଦିନ ଅବସରରେ ବଡ଼ ଖବର ପକ୍ଷରୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ