Before Header

ଭାରତର ବୃହତ ବିଜୟ

0 1,623

ବିଶାଖାପାଟଣା (ବଡ଼ ଖବର ବ୍ୟୁରୋ): ବିଶାଖାପାଟଣା ଟେଷ୍ଟରେ ଭାରତର ବୃହତ ବିଜୟ । ଦ୍ୱିତୀୟ ଟେଷ୍ଟରେ ଇଂଲଣ୍ଡକୁ ୧୦୬ ରନରେ ହରାଇଲା ଭାରତ । ୩୯୯ ଟାର୍ଗେଟକୁ ପିଛା କରି ଇଂଲଣ୍ଡ ୨୯୨ ରନ୍‌ରେ ଅଲଆଉଟ୍‌ । ଭାରତ ପକ୍ଷରୁ ବୁମରାହ ଓ ଅଶ୍ୱିନୀଙ୍କ ଦମଦାର ବୋଲିଂ ଯୋଗୁଁ ଭାରତ ବିଜୟୀ ହୋଇଛି । ଏହାସହ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଏବେ ୧-୧ରେ ବରାବର ସ୍ଥିତିରେ ରହିଛି । ଏହି ଟେଷ୍ଟ ମ୍ୟାଚରେ ଭାରତ ପ୍ରଥମେ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ।

ପ୍ରଥମ ଇଂନିସରେ ଭାରତର ସମସ୍ତ ବ୍ୟାଟ୍ସମ୍ୟାନ ବିଫଳ ହୋଇଥିଲା ବେଳେ କେବଳ ଜୟଶ୍ୱାଲ ୨୦୯ ରନର ବିଶାଳ ପାଳି ଖେଳି ଦଳୀୟ ସ୍କୋରକୁ ୩୯୬ରେ ପହଞ୍ଚାଇଥିଲେ । ସେହିପରି ଇଂଲଣ୍ଡ ତାର ପ୍ରଥମ ଇଂନିସରେ ୨୫୩ ରନ କରି ଅଲଆଉଟ ହୋଇଯାଇଥିଲା । ଏହି ମ୍ୟାଚରେ ଜ୍ୟାକ କ୍ରୱେଲ ୭୬ ରନ କରିଥିଲେ । ସେହିପରି ଦ୍ୱିତୀୟ ଇଂନିସରେ ବି ଭାରତର ସ୍ଥିତି ସମାନ ହୋଇଥିଲା । ଏହି ଇଂନିସରେ ଶୁଭମନ ଗିଲ ଶତକୀୟ ପାଳି ଖେଳିଥିଲେ । ଫଳରେ ଦଳ ୨୫୫ ରନ କରିବା ସହ ଇଂଲଣ୍ଡକୁ ୩୯୯ ରନର ବିଶଳ ଟାର୍ଗେଟ ଦେଇଥିଲା ।

Leave A Reply

Your email address will not be published.