Masthead

ହରିୟାଣା ସ୍ୱାସ୍ଥ୍ୟମନ୍ତ୍ରୀ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ହରିଆଣାର ସ୍ୱାସ୍ଥ୍ୟମନ୍ତ୍ରୀ ଅନୀଲ ବିଜ୍ କରୋନାରେ ସଂକ୍ରମିତ ହୋଇଛନ୍ତି । ସେ ବର୍ତ୍ତମାନ ସିବିଲ୍ ହସ୍ପିଟାଲ ଅମ୍ବାଲା କେଣ୍ଟରେ ଚିକିତ୍ସାଧିନ ଅଛନ୍ତି । ଆଶ୍ଚର୍ଯ୍ୟର କଥା ହେଲା ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ବେଜ୍ ଦୁଇ ସପ୍ତାହ ଆଗରୁ କୋଭାକ୍ସିନ ପରୀକ୍ଷଣ ବେଳେ ସ୍ୱେଚ୍ଚାସେବୀ ଭାବେ କୋଭାକ୍ସିନ୍ ଟିକା ନେଇଥିଲେ । ସ୍ୱାସ୍ଥ୍ୟମନ୍ତ୍ରୀ କରୋନାରେ ଆକ୍ରାନ୍ତ ହେବା କଥା ସେ ତାଙ୍କ ଟ୍ୱିଟର ହ୍ୟାଣ୍ଡଲରେ ଉଲ୍ଳେଖ କରିଛନ୍ତି । ସେ ଟ୍ୱିଟ୍ରେ ଲେଖିଛନ୍ତି ‘ମୁଁ କରୋନାରେ ସଂକ୍ରମିତ ହୋଇଛି । ସିବିଲ ହସ୍ପିଟାଲ ଅମ୍ବଲା କ୍ୟାଣ୍ଟରେ ଚିକି୍ତ୍ସାଧୀନ ଅଛି । ଯେଉଁମାନେ ମୋ ସଂସ୍ପର୍ଶରେ ଆସିଛନ୍ତି ମୁଁ ତାଙ୍କୁ ଅନୁରୋଧ କରୁଛି ସେମାନେ ତାଙ୍କର କରୋନା ପରୀକ୍ଷା କରାଇ ନିଅନ୍ତୁ । ଅନିଲ ବିଜ୍ ରାଜ୍ୟର ଗୃହମନ୍ତ୍ରୀ ମଧ୍ୟ ଅଟନ୍ତି ।’ ଶ୍ରୀ ବିଜ୍ ପ୍ରଥମ ଟିକା ଦେବାର ୨୮ ଦିନ ପରେ ଦ୍ୱିତୀୟ ଡ଼ୋଜ୍ ଦିଆଯାଇଥାନ୍ତା । ଡାକ୍ତର ତାଙ୍କ ଶରୀରରେ କିଭଳି ଏଣ୍ଟି-ବଡ଼ି ବଢ଼ାଇବା ପାଇଁ ଅଧ୍ୟୟନ କରିଥା’ନ୍ତେ । କିନ୍ତୁ ତାଙ୍କର ପୁଣି ପଜିଟିଭ ବାହାରିବା ଜାଣିବା ପରେ ଟିକା ଉପରେ ପ୍ରଶ୍ନବାଚି ସୃଷ୍ଟି ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା