Masthead

ଦୁଷ୍ମନ୍ତକୁ ମାରିଦେଲେ ସରକାର !

ଭୁବନେଶ୍ଵର( ବଡ଼ ଖବର ବ୍ୟୁରୋ ): ଜଗତସିଂପୁରର ଦୁଷ୍ମନ୍ତ ଦାସ । ଚିକିତ୍ସା ଅଭାବରୁ କଲବଲ ହେଉଥିଲେ । ତାଙ୍କୁ ସୁସ୍ଥ କରିଦେବା ପାଇଁ ତାଙ୍କ କୁନି ଝିଅ ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କୁ ଦରୋଦି କଥାରେ କାନ୍ଦି କାନ୍ଦି ଅନୁରୋଧ କରିଥିଲେ । ହେଲେ ହେଲା କ’ଣ? ଜିଲ୍ଲା ପ୍ରଶାସନ କି ରାଜ୍ୟ ସରକାର କେହି ଶୁଣିଲେ ନାହିଁ । ଶେଷରେ ବିଧାନସଭା ଆଗରେ ନିଜ ହାତକାଟି ବିଷପିଇ ଆତ୍ମହତ୍ୟା କଲେ ଦୁଷ୍ମନ୍ତ । ତାଙ୍କ ମୃତ୍ୟୁ ପରେ ସରକାରଙ୍କ ଅସଲ ରୂପ ପଦାରେ ପଡିଛି । ମୃତ ଦୁଷ୍ମନ୍ତଙ୍କ ପରିବାରକୁ ଉପଯୁକ୍ତ ନ୍ୟାୟ ଦାବିରେ ଭାରତୀୟ ବିକାଶ ପରିଷଦ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ।

ଦୁଷ୍ମନ୍ତକୁ ମାରିଦେଲେ ସରକାର । ଜାଣିଶୁଣି ଦୁଷ୍ମନ୍ତଙ୍କ ଚିକିତ୍ସା କରାଇଲେନି ? ଦୁଷ୍ମନ୍ତ ବିଷିପିଇଥିବା ଜାଣି ମଧ୍ୟ ତାଙ୍କ ଚିକିତ୍ସା କଲେନି । ତୁରନ୍ତ ଚିକିତ୍ସା କରାଇବା ପରିବର୍ତ୍ତେ ଥାନାରେ ଅଟକ ରଖିଲେ । ଦେଢଘଣ୍ଟା କାଳ ଥାନାରେ ବସାଇଦେଲେ । ଦୁଷ୍ମନ୍ତଙ୍କ ମୃତ୍ୟୁ ପାଇଁ କେବଳ ସରକାର ଦାୟୀ । ଏଭଳି କିଛି ଅଭିଯୋଗ କରି ହାଇକୋର୍ଟ ଯାଇଛି ଭାରତୀୟ ବିକାଶ ପରିଷଦ । ଦୁଷ୍ମନ୍ତଙ୍କ ମୃତ୍ୟୁ ଘଟଣାରେ ସିବିଆଇ ତଦନ୍ତ । ସହ ତାଙ୍କ ପରିବାରକୁ ୫୦ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦେବାକୁ କୋର୍ଟରେ ଦାୟର ହୋଇଛି ମାମଲା ।

ଭୁଲ ଚିକିତ୍ସା ଅଭିଯୋଗ କରି ସେପ୍ଟେମ୍ବର ୮ରେ ବିଧାନସଭା ସମ୍ମୁଖରେ ବିଷ ପିଇଦେଇଥିଲେ ଦୁଷ୍ମନ୍ତ । ହେଲେ ସରକାରଙ୍କ ଭାବମୁର୍ତ୍ତିରେ ଦାଗ ଲାଗିବା ଭୟରେ ଦୁଷ୍ମନ୍ତଙ୍କୁ ମେଡ଼ିକାଲ ନେବା ବଦଳରେ ଆସାମୀ ଭଳି ବ୍ୟବହାର କଲେ । ଦେଢଘଣ୍ଟା ଥାନାରେ ବସାଇଦେଲା କ୍ୟାପିଟାଲ ଥାନା ପୋଲିସ । ପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରୁ ତାଙ୍କୁ କଟକ ଏସସବିକୁ ରେଫର କରାଗଲା । କିନ୍ତୁ ସେତେବେଳକୁ ବହୁ ଡେରି ହୋଇସାରିଥିଲା । ଯନ୍ତ୍ରଣାରେ ଛଟପଟ ହୋଇ ଜୀବନ ହାରି ସାରିଥିଲେ ଦୁଷ୍ମନ୍ତ । ପରେ ସରକାର ଆରମ୍ଭ କରିଦେଇଥିଲେ ପ୍ୟାଚ-ଅପ୍ । ସବୁ ନିୟମକୁ ଜଳାଞ୍ଜଳି ଦେଇ ରାତାରାତି ଦୁଷ୍ମନ୍ତଙ୍କ ଶବକୁ ପୋଷ୍ଟମୋର୍ଟମ କରିଦେଲେ । ଖାଲି ପୋଷ୍ଟମୋର୍ଟମ କଲେନି ମୃତଦେହକୁ ଗାଁକୁ ଯିବାକୁ ଦେଲେନି । ରାତାରାତି ପୁରୀ ସ୍ୱର୍ଗଦ୍ୱାରରେ ଦାହ କରିଦେଲେ । ସରକାରଙ୍କ ଏଭଳି କାର୍ଯ୍ୟକୁ ସନ୍ଦେହ କରିଛି ଭାରତୀୟ ବିକାଶ ପରିଷଦ । ଆଉ ପୁରା ମାମଲାର ତଦନ୍ତ ପାଇଁ ଏସଆଇଟି ଟିମ ଗଠନ କରି ଯାଞ୍ଚ କରିବାକୁ ପରିଷଦ ହାଇକୋର୍ଟଙ୍କୁ ପ୍ରାର୍ଥନା କରିଛି ।

ଦୁଷ୍ମନ୍ତଙ୍କୁ ମାରିଦେଲେ କି ସରକାର ? ଦୁଷ୍ମନ୍ତ ମୃତ୍ୟୁ ପାଇଁ ଦାୟୀ କିଏ ? ମାଳମାଳ ଯୋଜନା କ’ଣ ଦୁଷ୍ମନ୍ତଙ୍କ ପାଇଁ ନଥିଲା କି ? ସରକାରଙ୍କ ଯୋଜନା ସବୁ ଦୁଷ୍ମନ୍ତଙ୍କ ପାଇଁ ଯେମିତି ଉପହାସ ପାଲଟିଥିଲା । ଦୁଷ୍ମନ୍ତଙ୍କ ମୃତ୍ୟୁ ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ର୍ୟ ଯୋଜନାର ବିକଳ ଚିତ୍ରକୁ ପଦାରେ ପକାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସୋଭନା ମହାନ୍ତି ମହିଳା କମିଶନ ଅଧ୍ୟକ୍ଷା 🔴 ଶିକ୍ଷକ ବଦଳିକୁ ବିରୋଧ, ସ୍କୁଲ ଗେଟରେ ତାଲା 🔴 ଦୁଇ କିମି ଖଟିଆରେ ବୁହା ହେଲା ଶବ 🔴 ସପ୍ତାହରେ ୩ଥର ଡାଳିମ୍ବ ଖାଇବା ଦ୍ୱାରା ଆପଣଙ୍କୁ ଅନେକ ଆଶ୍ଚର୍ଯ୍ୟଜନକ ଲାଭ ମିଳିଥାଏ…… 🔴 ପୁଣି ଶ୍ରୀମନ୍ଦିରରେ ହିଡେନ୍‌ କ୍ୟାମେରା 🔴 ରାଜ୍ୟରେ ନିର୍ମାଣ ହେବ ୮୩୫ ଆଦର୍ଶ ବିଦ୍ୟାଳୟ  🔴 ଆସୁଛି ଆଉ ଏକ ଲଘୁଚାପ 🔴 ଭାରତ ଉପରେ ଶୁଳ୍କ ବୃଦ୍ଧି ନେଇ ପୁଣି ଧମକାଇଲେ ଟ୍ରମ୍ପ 🔴 ନାଇଟ୍‌ ସିଫ୍ଟରେ କାମ କରିବା ପାଇଁ ମହିଳା ଦେବେ ସହମତି ପତ୍ର 🔴 ପୁଣି ରେଲୱେ ଟ୍ରାକରେ ଆଇଡି ବିସ୍ଫୋରଣ 🔴 ସୋଭନା ମହାନ୍ତି ମହିଳା କମିଶନ ଅଧ୍ୟକ୍ଷା 🔴 ଶିକ୍ଷକ ବଦଳିକୁ ବିରୋଧ, ସ୍କୁଲ ଗେଟରେ ତାଲା 🔴 ଦୁଇ କିମି ଖଟିଆରେ ବୁହା ହେଲା ଶବ 🔴 ସପ୍ତାହରେ ୩ଥର ଡାଳିମ୍ବ ଖାଇବା ଦ୍ୱାରା ଆପଣଙ୍କୁ ଅନେକ ଆଶ୍ଚର୍ଯ୍ୟଜନକ ଲାଭ ମିଳିଥାଏ…… 🔴 ପୁଣି ଶ୍ରୀମନ୍ଦିରରେ ହିଡେନ୍‌ କ୍ୟାମେରା 🔴 ରାଜ୍ୟରେ ନିର୍ମାଣ ହେବ ୮୩୫ ଆଦର୍ଶ ବିଦ୍ୟାଳୟ  🔴 ଆସୁଛି ଆଉ ଏକ ଲଘୁଚାପ 🔴 ଭାରତ ଉପରେ ଶୁଳ୍କ ବୃଦ୍ଧି ନେଇ ପୁଣି ଧମକାଇଲେ ଟ୍ରମ୍ପ 🔴 ନାଇଟ୍‌ ସିଫ୍ଟରେ କାମ କରିବା ପାଇଁ ମହିଳା ଦେବେ ସହମତି ପତ୍ର 🔴 ପୁଣି ରେଲୱେ ଟ୍ରାକରେ ଆଇଡି ବିସ୍ଫୋରଣ