Masthead

ବଦଳୁଛି ହରିୟାଣା ଟ୍ରେଣ୍ଡ, କଂଗ୍ରେସ ତୁଳନାରେ ବିଜେପି ଆଗରେ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ସକାଳୁ ହରିୟାଣାରେ କଂଗ୍ରେସ ଆଗରେ ରହିଥିବା ବେଳେ ଏବେ ଟ୍ରେଣ୍ଡ୍‌ ପରିବର୍ତ୍ତନ ହୋଇଛି। କଂଗ୍ରେସ ତୁଳନାରେ ବିଜେପି ରାଜ୍ୟରେ ଅଧିକ ଆସନରେ ଆଗୁଆ ରହିଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟର ୯୦ଟି ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ୪୯ଟି ଟିରେ ବିଜେପି ଆଗରେ ଥିବାବେଳେ କଂଗ୍ରେସ ୩୪ ରେ ଆଗୁଆ ରହିଛି।ଗଣନା ଆରମ୍ଭ ହେବା ପୂର୍ବରୁ ମଧ୍ୟ ନୂଆଦିଲ୍ଲୀରେ କଂଗ୍ରେସ ମୁଖ୍ୟାଳୟ ବାହାରେ ଉତ୍ସବ ଆରମ୍ଭ ହୋଇଥିବାବେଳେ ଦଳ ସମର୍ଥକମାନେ ଢୋଲ ବଜାଇ ନାଚୁଥିବାର ଦେଖିବାକୁ ମିଳିଛି ।

କଂଗ୍ରେସ କର୍ମୀ ଜଗଦିଶ ଶର୍ମା ଏବଂ ଅନ୍ୟ ଦଳର କର୍ମୀମାନେ କଂଗ୍ରେସ କାର୍ୟ୍ୟାଳୟ ବାହାରେ ମିଠା ବାଣ୍ଟୁଛନ୍ତି।ସେପଟେ ଭୋଟ ଗଣତି ହରିୟାଣା ବାଦଲି ବିଧାନସଭା ଅସନରୁ ବିଜେପି ପ୍ରାର୍ଥୀ ଓମ୍‌ ପ୍ରକାଶ ଧନଖଡ କହିଛନ୍ତି, ‘ଆମେ ବଡ଼ ଫଳାଫଳକୁ ଅପେକ୍ଷା କରିଛୁ, ମଧ୍ୟାହ୍ନ ପରେ ନିଶ୍ଚିତ ହୋଇଯିବ ଯେ, କାହା ସରକାର ଗଠନ ହେବ। ନିର୍ବାଚନ ଯେତିକି ଚମତ୍କାର ସହ ଲଢ଼ିଛି ସେତିକି ଚତ୍ମକାର ବିଜୟକୁ ମଧ୍ୟ ଅପେକ୍ଷା ରହିଛି। ଏକଜିଟ୍ ପୋଲ୍ ବେଳେବେଳେ ସତ ଏବଂ ବେଳେବେଳେ ମିଥ୍ୟା ପ୍ରମାଣିତ ହୋଇଥାଏ।’

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ