ତଦନ୍ତକୁ ନେଇ ମୁହାଁମୁହିଁ ବିଷ୍ଣପଦ-ସିବିଆଇ ଅଧିକାରୀ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ଘରେ ପଡିଛି ସିବିଆଇ ରେଡ୍ । ଆଜି ସକାଳ ୭ଟାରୁ ୮ ଜଣିଆ ସିବିଆଇ ଟିମ୍ କରୁଛି ମାରାଥନ୍ ରେଡ୍। ଟେଣ୍ଡର ଫିକ୍ସିଂରେ ବ୍ରିଜ୍ ଆଣ୍ଡ କମ୍ପାନୀକୁ ସ୍ବତନ୍ତ୍ର ଅନୁକମ୍ପା ଦେଖାଇଥିବା ଅଭିଯୋଗକରେ ବିଷ୍ଣୁପଦଙ୍କ ଘରେ ରେଡ୍ ପଡିଥିବା ସୂଚନା ରହିଛି। ସେପଟେ ରେଡ୍‌ ନେଇ ମୁହାଁମୁହିଁ ହୋଇଛନ୍ତି ବିଷ୍ଣୁପଦ ଓ ସିବିଆଇ ଅଫିସର । ଉଭୟଙ୍କ ମଧ୍ୟରେ ହୋଇଛି କଥା କଟାକଟି । ମୁହାଁମୁହିଁ ପରେ ପ୍ରତିକ୍ରିୟା ରଖିଛନ୍ତି ବିଷ୍ଣୁପଦ ସେଠୀ ।

କହିଛନ୍ତି ବ୍ରିଜ୍‌ ଆଣ୍ଡ ରୁଫ୍‌ ସହ ମୋର କିଛି ସମ୍ପର୍କ ନାହିଁ । ଚଞ୍ଚଲ ମୁଖାର୍ଜୀଙ୍କ ସହ ମଧ୍ୟ କିଛି ସମ୍ପର୍କ ନାହିଁ । ମୋର କିଛି ଦୋଷ ନାହିଁ ମୋତେ ଷଡ଼ଯନ୍ତ୍ର ପରି ଲାଗୁଛି । ମୋ ଘରେ ଜୋର ଜବରଦସ୍ତ ରେଡ୍ ଚାଲିଛି । ମହିଳା ପୋଲିସଙ୍କ ଅନୁପସ୍ଥିତିରେ ରେଡ୍‌ ଚାଲିଛି । ମୁଁ ଚାକିରିରୁ ଇସ୍ତଫା ଦେବାକୁ ପ୍ରସ୍ତୁତ ମଧ୍ୟ ପ୍ରସ୍ତୁତ ବୋଲି କହିଛନ୍ତି ବିଷ୍ଣୁପଦ । ତେବେ ବିଷ୍ଣୁପଦଙ୍କ ଭୁବନେଶ୍ବର ସ୍ଥିତ ସରକାରୀ ଭବନରେ ଚାଲିଛି । ପୂର୍ବରୁ ବିଭିନ୍ନ ପ୍ରସଙ୍ଗ ନେଇ ତାଙ୍କ ବିରୋଧରେ ଅଭିଯୋଗ ଥିବାବେଳେ ଏବେ ବ୍ରିଜ୍ ଆଣ୍ଡ୍ କମ୍ପାନୀକୁ ଅନୁକମ୍ପା ଦେଖାଇବା ଅଭିଯୋଗରେ ତନାଘନା ଚାଲିଛି । ପୂର୍ବରୁ ତାଙ୍କୁ ସବିଆଇ ପକ୍ଷରୁ ଡାକରା ଆସିଥିବାବେଳେ ସେ କିନ୍ତୁ ଯାଇ ହାଜର ହୋଇନଥିଲେ। ଏବେ ଖୋଦ୍ ସିବିଆଇ ତାଙ୍କ ଘରେ ରେଡ ପକାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ