ପାରିଲେନି, ଖୋଲିଦେଲେ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କୋଭିଡ-୧୯ କଟକଣା ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କଠୋର ହୋଇଛି ପ୍ରଶାସନ । ଅମାନିଆଙ୍କୁ ଜରିମାନା କରାଯାଉଛି । ଆଇନ ଉଲ୍ଲଙ୍ଘନ ଅଭିଯୋଗରେ ଅଫିସ୍, ଦୋକାନ ବଜାର ପ୍ରଭୃତି ସିଲ୍ କରାଯାଉଛି । ଗତ ୮ ତାରିଖରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଏ-୩୭, ପଳାସପଲ୍ଲୀରେ ଥିବା ତାଙ୍କ ଅଫିସରେ ପାଳିଥିଲେ ଜନ୍ମଦିନ । କୋଭିଡ-୧୯ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଅପରାଜିତାଙ୍କ ଅଫିସ୍ ସିଲ୍ କରିଥିଲା । ପରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ ଅପରାଜିତା । ପଚାରିଥିଲେ ଅନେକ ପ୍ରଶ୍ନ । ଅପରାଜିତାଙ୍କ ପ୍ରଶ୍ନର ଉତ୍ତର ସରକାର ଦେଲେକି ନାହିଁ ଆମେ ଜାଣିନୁ କିନ୍ତୁ ସିଲ୍ ହୋଇଥିବା ତାଙ୍କ କାର୍ଯ୍ୟାଳୟ ଖୋଲିବା ପାଇଁ ବିଏମସି ଦେଇଛି ଅନୁମତି ।

କରୋନା ଆଇନ ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ବିଏମସି ଯେଉଁ ଦୋକାନ, ପ୍ରାଇଭେଟ୍ ଅଫିସ ପ୍ରଭୃତି ବନ୍ଦ କରିଥିଲା, ସେଗୁଡିକୁ ପୁନର୍ବାର ଖୋଲିବା ପାଇଁ ଅନୁମତି ଦେଇଛି । ଦୁର୍ଗାପୂଜାକୁ ଦୃଷ୍ଟିରେ ରଖି ବ୍ୟବସାୟ ପ୍ରତିଷ୍ଠାନଗୁଡିକ ଖୋଲିବା ପାଇଁ ଅନୁମତି ଦିଆଯାଇଛି ବୋଲି କୁହାଯାଇଛି । ଆଜି ଅପରାଜିତା ତାଙ୍କ ଅଫିସରେ ପ୍ରବେଶ କରିଛନ୍ତି । ଦଳୀୟକର୍ମୀଙ୍କ ଗହଣରେ ସେ ଅଫିସ ଭିତରେ ପ୍ରବେଶ କରି କାର୍ଯ୍ୟ ଆରମ୍ଭ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’