Masthead

ସତର୍କ ସଙ୍କେତ ଟପିଲା ବଂଶଧାରା

ଗୁଣୁପୁର, (ବଡ଼ ଖବର ବ୍ୟୁରୋ): ଲଘୁଚାପ ପ୍ରଭାବରେ ରାୟଗଡା ଜିଲ୍ଲା ଗୁଣୁପୁର ସମେତ ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ଜାରି ରହିଛି । ଅପରାହ୍ନ ୩ ଟାରୁ ବର୍ତ୍ତମାନ ଯାଏଁ ବର୍ଷା ଜାରି ରହିଥିବା ଯୋଗୁଁ ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି । ଗୁଣୁପୁରଠାରେ ପ୍ରବାହିତ ବଂଶଧାରା ନଦୀ ଜଳସ୍ତର ସତର୍କ ସଂକେତ ଟପିଛି । ଆଜି ସନ୍ଧ୍ୟା ସୁଦ୍ଧା ଗୁଣୁପୁରରେ ୧୪ ସେଣ୍ଟିମିଟର ବର୍ଷା ରେକର୍ଡ କରାଯାଇଛି । ଗୁଣୁପୁରରେ ବିଶେଷ କରି ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟ, ସୌରା ପ୍ରଧାନୀଗୁଡା, ବାଇପାସ ଛକ, ନୂତନ ବସଷ୍ଟାଣ୍ଡ ଅଞ୍ଚଳ ପୁରା ପୁରି ଜଳମଗ୍ନ ହୋଇଯାଇଛି। କିଛି ସ୍ଥାନରେ ଲୋକଙ୍କ ଘରେ ଓ ଦୋକାନ ବଜାରରେ ପାଣି ପସିଯାଇଥିବା ଦେଖିବାକୁ ମିଳିଛି ।

ଏସ ପି ଗୁଡା ଛକରେ ୩ ଫୁଟ ଉଚ୍ଚତାର ପାଣି ଜମି ରହିଥିବାରୁ ଗୁଣୁପୁର ପୁଟାସିଂ ଯାତାୟତରେ ବାଧାପ୍ରାପ୍ତ ହୋଇଛି । ସେହିପରି ଭାବେ ଜଗନ୍ନାଥପୁର ନାଳରେ ପ୍ରବଳ ପାଣି ପ୍ରବାହିତ ହେଉଥିବାରୁ ଗୁଣୁପୁରରୁ ଆନ୍ଧ୍ର ପ୍ରଦେଶକୁ ଯାତାୟତ ମଧ୍ୟ ବାଧାପ୍ରାପ୍ତ ହୋଇଛି । ଅନ୍ୟପକ୍ଷରେ ରାତି ହୋଇଯିବା ଓ ବିଜୁଳି ନଥିବାରୁ ବର୍ଷାରେ ଲୋକେ ନାହିଁ ନଥିବା ସମସ୍ୟା ରେ ସମ୍ମୁଖୀନ ହୋଇଛନ୍ତି। ପ୍ରଶାସନ ତରଫରୁ ୪୩ଜଣ ବିପନ୍ନଙ୍କୁ କଲ୍ୟାଣ ମଣ୍ଡପରେ ରନ୍ଧା ଖାଦ୍ୟର ବ୍ୟବସ୍ଥା କରିଥିବା ତହସିଲଦାର ସୂଚନା ଦେଇଛନ୍ତି। ଗତ ୩୦ ବର୍ଷ ଧରି ଏଭଳି ବର୍ଷା ଓ ପ୍ରବଳ ପାଣି ପ୍ରବାହିତ ହେଉଥିବା ସ୍ଥାନୀୟ ଲୋକେ କେବେ ଦେଖି ନଥିବା ପ୍ରକାଶ କରିଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା