Masthead

ଆସିଷ୍ଟାଣ୍ଟ ମହିଳା କଲେକ୍ଟରଙ୍କ ସନ୍ଦେହଜନକ ମୃତ୍ୟୁ

କୋଇଡା (ବଡ଼ ଖବର ବ୍ୟୁରୋ):ରାଉରକେଲା ADM ଅଫିସରେ କାର୍ୟ୍ୟରତ ମହିଳା ଆସିଷ୍ଟାଣ୍ଟ କଲେକ୍ଟରଙ୍କ ସନ୍ଧେହଜନକ ମୃତ୍ୟୁ ଘଟିଛି । ଗତ ଶନିବାର ମହିଳା ଆସିଷ୍ଟାଣ୍ଟ କଲେକ୍ଟର ସସ୍ମିତା ମିଞ୍ଜ ନିଜ ଗାଁ ରାଜଗାଙ୍ଗପୂର୍ ରାମାବାହାଲରୁ ଅଫିସ ଯାଇଥିଲେ । ହେଲେ ଘରକୁ ଫେରି ନଥିଲେ । ପରିବାର ଲୋକେ ଫୋନ୍ କରିବାରୁ ଫୋନ୍ ମଧ୍ୟ ଉଠାଇ ନଥିଲେ। ପରେ ତାଙ୍କ ଫୋନ୍ ରୁ ମେସେଜ କରିଥିଲେ ଯେ ଘରକୁ ଯିବି ନାହିଁ ।

କାର୍ଯ୍ୟ ବ୍ୟସ୍ତତାରେ ଅଛି , ତାପରଦିନ ପରିବାର ଲୋକେ ଉଦିତ ନଗର ଥାନାରେ ନିଖୋଜ ରିପୋର୍ଟ କରିଥିଲେ । ପରେ ଗତ ମଙ୍ଗଳବାର ରାତିରେ ସେନ୍ସରି ପାର୍କରୁ ମୃତଦେହ ଉଦ୍ଧାର ହୋଇଛି । ପରିବାର ଲୋକଙ୍କ ଅଭିଯୋଗ ଯେ ହତ୍ୟା କରାଯାଇଛି । ହତ୍ୟା ପଛରେ ସହକର୍ମୀ, ଅଧିକାରୀଙ୍କ ସଂପୃକ୍ତି ରହିଛି । ପରିବାର ଲୋକେ ପ୍ଲାଣ୍ଟ ସାଇଟ୍ ଥାନାରେ ହତ୍ୟା କରାଯାଇଥିବା ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି । ଯାହାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ