Masthead

ସହିଦଙ୍କୁ ଅସମ୍ମାନ

କୋଟପାଡ଼, (ବଡ଼ ଖବର ବ୍ୟୁରୋ): ଦେଶକୁ ସ୍ୱାଧୀନ କରିବା ଲାଗି ବୀର ପୁରୁଷମାନେ ନିଜ ଜୀବନକୁ ମାଟି ମା’ ଲାଗି ଉତ୍ସର୍ଗ କରି ଦେଇଥିଲେ । ଦେଶ ମାଟି ଲାଗି ନିଜ ଜୀବନକୁ ବଳି ଦେବା ଲାଗି ପଛଘୁଞ୍ଚା ଦେଇ ନ ଥିଲେ । କିନ୍ତୁ ସେହି ସହିଦଙ୍କୁ ଅସମ୍ମାନ କରାଯାଉଥିବା ଦୃଶ୍ୟ ନଜରକୁ ଆସିଛି । କୋରାପୁଟ ଜିଲ୍ଲାର ବୀର ସହିଦ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତିକୁ ଅସମ୍ମାନ କରାଯାଇଥିବା ନଜରକୁ ଆସିଛି । କୋଟପାଡ଼ ମହାବିଦ୍ୟାଳୟ ପରିସରରେ ଥିବା ମହିଳା ପରିଶ୍ରାଗାର ନିକଟରେ ସହିଦଙ୍କ ପ୍ରତିମୂର୍ତ୍ତିକୁ ଫୋପାଡ଼ି ଦିଆଯାଇଛି । ପ୍ରତିମୂର୍ତ୍ତି ଉପରେ ଗଛ ଲତା ଚଢ଼ିଯାଇଛି । ପ୍ରତିମୂର୍ତ୍ତି ପଡ଼ିଥିବା ସ୍ଥାନରେ ଯୁବକମାନେ ମଦ ପିଉଛନ୍ତି । ସହିଦଙ୍କ ପ୍ରତିମୂର୍ତ୍ତି ପାଖରେ ଶହ ଶହ ମଦ ବୋତଲ ପଡ଼ିରହିଛି । ଯାହାକୁ ନେଇ ବୁଦ୍ଧିଜୀବୀଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ସହିଦଙ୍କ ପ୍ରତିମୂର୍ତ୍ତିକୁ ଯିଏ ଏଭଳି ଫୋପାଡ଼ି ଦେଇଛି ତା’ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ । ସମ୍ମାନର ସହ ପ୍ରତିମୂର୍ତ୍ତିକୁ ଆଉଥରେ ସ୍ଥାପନ କରାଯାଉ ବୋଲି ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି । ଆଶା କରୁଛୁ ଏହି ଖବର ପ୍ରକାଶନ ପରେ ପ୍ରଶାସନର ନିଶ୍ଚୟ ନଜର ପଡ଼ିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା