Masthead

ମୁଣ୍ଡ ବିନ୍ଧାଇଲାଣି ଡ୍ରେନେଜ ସମସ୍ୟା, ପୁଣି ବୈଠକ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜ୍ୟ ବ୍ୟାପି ଡ୍ରେନ ସମସ୍ୟାର ହେବ ସମାଧାନ । ଏନେଇ ବିଧାନସଭାରେ ବସିଥିଲା ବୈଠକ । ସବୁ କର୍ପୋରେସନର ଅଧିକାରୀ ଉପସ୍ଥିତ ଥିଲେ । କଟକ, ଭୁବନେଶ୍ୱରର ଡ୍ରେନେଜ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି । ଯେଉଁଠି ଅସୁବିଧା ଅଛି, ଆଲୋଚନା ପରିସରକୁ ଅଣାଯାଇଛି। କିପରି ମୁକୁଳା ଡ୍ରେନ କଭର ହେବ, ଡ୍ରେନର ଦୁଇ କଡ଼ରେ ୧୦ ଫୁଟ ଉଚ୍ଚତାର ନେଟ ଲାଗିବ ଏବଂ ଜଳ ନିଷ୍କାସନ କରିବା ଲାଗି ଜବର ଦଖଲ କିଭଳି ଉଚ୍ଛେଦ ହେବ ତାର କ୍ୟାଚମେଣ୍ଟ ଏରିଆ ବଢ଼ାଯିବ, ତା ଉପରେ ଆଲୋଚନା ହୋଇଛି ।

ଆଉ କେତେ ଡ୍ରେନର ଆବଶ୍ୟକତା ଅଛି ତାର ଆକଳନ ଲାଗି କେଉଁ ଏକ୍ସପର୍ଟ ଟିମକୁ ଦାୟିତ୍ୱ ଦିଆଯିବ । କଟକ, ଭୁବନେଶ୍ୱରରେ ଏନଏଚ କଡ଼ରେ ହେଉଥିବା ୱାଟର ଲଗିଙ୍ଗ ସମସ୍ୟାର ସମାଧାନ ଓ ଯେଉଁଠି ଡ୍ରେନ ନାହିଁ ଡ୍ରେନ ତିଆରି ପାଇଁ ଏନଏଚଏଆଇ ଚିଠି ଲେଖାଯିବ । ଡ୍ରେନେଜ ସମସ୍ୟାର ସମାଧାନ ଲାଗି ଆଗାମୀ ଦିନରେ ଏକ କଂକ୍ରିଟ ବ୍ୟବସ୍ଥା କରାଯିବ । ଆସନ୍ତା ବର୍ଷ ବେଳକୁ କଟକ ଓ ଭୁବନେଶ୍ୱରରେ ଡ୍ରେନେଜ ସମସ୍ୟା ନଥିବ ବୋଲି କହିଛନ୍ତି ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ପ୍ରଫୁଲ୍ଲ ସାମଲ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା