Masthead

ଜମ୍ମୁ-କାଶ୍ମୀର ଓ ହିମାଚଳରେ ବାଦଲଫଟା ବର୍ଷା

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):ଜମ୍ମୁ-କାଶ୍ମୀର ଓ ହିମାଚଳ ପ୍ରଦେଶରେ ବାଦଲଫଟା ବର୍ଷା । ଯାହାଦ୍ୱାରା ଏଠାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ବନ୍ୟାକାରଣରୁ ୨୨ଜରଙ୍କର ମୃତ୍ରୁ ହୋଇଥିବା ବେଳେ ୫୦ଜଣ ନିଖୋଜ ରହିଥିବା ଜଣାପଡ଼ିଛି । କାଶ୍ମୀରରେ ୮ଜଣଙ୍କର ମୃତ୍ୟୁ ହୋଇଛି । କିଷ୍ଟୱାର ଜିଲ୍ଲା ଡାଚାନ ବ୍ଲକରେ ଅନେକ ଗାଁରେ ଘର ଭାସିଯାଇଛି । ୧୨ଜଣ ଆହତଙ୍କୁ ପୋଲିସ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି । ସୂଚନା ଅନୁସାରେ ଭୋର ସାଢ଼େ ଚାରିଟା ବେଳେ ପ୍ରବଳ ବର୍ଷା ହୋଇଥିଲା । ଯେଉଁଥିପାଇଁ ବନ୍ୟାଜଳ ମାଡ଼ି ଆସିଥିଲା ।

ଅଚାନକ ବନ୍ୟା ଆସିବା କାରଣରୁ ଲୋକମାନେ ସଚେତନ ବି ନଥିଲେ । ଶୋଇଥିବା ଅବସ୍ଥାରେ ହିଁ ଅଧିକ ଲୋକଙ୍କ ପ୍ରାଣ ଚାଲିଯାଇଛି । ନିଖୋଜ ଥିବା ଲୋକଙ୍କୁ ଖୋଜିବାରେ ଏସଡିଆରଏଫ ଲାଗିପଡ଼ିଛନ୍ତି । ସେହିଭଳି ହିମାଚଳରେ ଆସିଥିବା ବନ୍ୟାରେ ୧୪ ଜଣଙ୍କ ମୃତ୍ୟୁ ହୋଇଛି। ସରକାରୀ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ ଲାହଲ୍‌ ଏବଂ ସ୍ପିଟିରେ ୧୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ନିଖୋଜ ଅଛନ୍ତି। କୁଲ୍ଲୁ ଜିଲ୍ଲାରେ ୮ ଜଣ ନିଖୋଜ ହୋଇଯାଇଛନ୍ତି।

ଏମାନଙ୍କ ମଧ୍ୟରେ ଦିଲ୍ଲୀର ଜଣେ ପର୍ଯ୍ୟଟକ ବି ଅଛନ୍ତି। ଯେଉଁମାନେ ନିଖୋଜ ହୋଇଯାଇଛନ୍ତି ସେମାନେ ଭୂସ୍ଖଳନ ଯୋଗୁଁ ମାଟିତଳେ ଫସି ଯାଇଥିବା କୁହାଯାଉଛି। ଉଦ୍ଧାର କାର୍ୟ୍ୟରେ ଏନ୍‌ଡିଆରଏଫ୍‌ ଟିମ୍‌ ମୁତୟନ ହୋଇଛନ୍ତି। ଜଳବାୟୁ ପରିବର୍ତ୍ତନ ଯୋଗୁଁ ଲଗାତାର ଏଭଳି ବିପର୍ୟ୍ୟୟ ଘଟୁଛି ବୋଲି ଏନ୍‌ଡିଆରଏଫ୍‌ ମହାନିର୍ଦ୍ଦେଶକ ଏସ୍‌ ଏନ୍‌ ପ୍ରଧାନ କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ