Masthead

ଜମ୍ମୁ-କାଶ୍ମୀର ଓ ହିମାଚଳରେ ବାଦଲଫଟା ବର୍ଷା

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):ଜମ୍ମୁ-କାଶ୍ମୀର ଓ ହିମାଚଳ ପ୍ରଦେଶରେ ବାଦଲଫଟା ବର୍ଷା । ଯାହାଦ୍ୱାରା ଏଠାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ବନ୍ୟାକାରଣରୁ ୨୨ଜରଙ୍କର ମୃତ୍ରୁ ହୋଇଥିବା ବେଳେ ୫୦ଜଣ ନିଖୋଜ ରହିଥିବା ଜଣାପଡ଼ିଛି । କାଶ୍ମୀରରେ ୮ଜଣଙ୍କର ମୃତ୍ୟୁ ହୋଇଛି । କିଷ୍ଟୱାର ଜିଲ୍ଲା ଡାଚାନ ବ୍ଲକରେ ଅନେକ ଗାଁରେ ଘର ଭାସିଯାଇଛି । ୧୨ଜଣ ଆହତଙ୍କୁ ପୋଲିସ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି । ସୂଚନା ଅନୁସାରେ ଭୋର ସାଢ଼େ ଚାରିଟା ବେଳେ ପ୍ରବଳ ବର୍ଷା ହୋଇଥିଲା । ଯେଉଁଥିପାଇଁ ବନ୍ୟାଜଳ ମାଡ଼ି ଆସିଥିଲା ।

ଅଚାନକ ବନ୍ୟା ଆସିବା କାରଣରୁ ଲୋକମାନେ ସଚେତନ ବି ନଥିଲେ । ଶୋଇଥିବା ଅବସ୍ଥାରେ ହିଁ ଅଧିକ ଲୋକଙ୍କ ପ୍ରାଣ ଚାଲିଯାଇଛି । ନିଖୋଜ ଥିବା ଲୋକଙ୍କୁ ଖୋଜିବାରେ ଏସଡିଆରଏଫ ଲାଗିପଡ଼ିଛନ୍ତି । ସେହିଭଳି ହିମାଚଳରେ ଆସିଥିବା ବନ୍ୟାରେ ୧୪ ଜଣଙ୍କ ମୃତ୍ୟୁ ହୋଇଛି। ସରକାରୀ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ ଲାହଲ୍‌ ଏବଂ ସ୍ପିଟିରେ ୧୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ନିଖୋଜ ଅଛନ୍ତି। କୁଲ୍ଲୁ ଜିଲ୍ଲାରେ ୮ ଜଣ ନିଖୋଜ ହୋଇଯାଇଛନ୍ତି।

ଏମାନଙ୍କ ମଧ୍ୟରେ ଦିଲ୍ଲୀର ଜଣେ ପର୍ଯ୍ୟଟକ ବି ଅଛନ୍ତି। ଯେଉଁମାନେ ନିଖୋଜ ହୋଇଯାଇଛନ୍ତି ସେମାନେ ଭୂସ୍ଖଳନ ଯୋଗୁଁ ମାଟିତଳେ ଫସି ଯାଇଥିବା କୁହାଯାଉଛି। ଉଦ୍ଧାର କାର୍ୟ୍ୟରେ ଏନ୍‌ଡିଆରଏଫ୍‌ ଟିମ୍‌ ମୁତୟନ ହୋଇଛନ୍ତି। ଜଳବାୟୁ ପରିବର୍ତ୍ତନ ଯୋଗୁଁ ଲଗାତାର ଏଭଳି ବିପର୍ୟ୍ୟୟ ଘଟୁଛି ବୋଲି ଏନ୍‌ଡିଆରଏଫ୍‌ ମହାନିର୍ଦ୍ଦେଶକ ଏସ୍‌ ଏନ୍‌ ପ୍ରଧାନ କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ