ଚିନ୍ତା ବଢ଼ାଇଲାଣି କେରଳ, ଅଧାରୁ ଅଧିକ ମାମଲା କେରଳରୁ ଚିହ୍ନଟ

କୋଚି(ବଡ଼ ଖବର ବ୍ୟୁରୋ): କେରଳରେ ବଢ଼ୁଛି କରୋନା ସଂକ୍ରମଣ । ଦେଶର ଦୈନିକ ସଂକ୍ରମଣ ମାମଲା ମଧ୍ୟରୁ ଅଧାରୁ ଅଧିକ ମାମଲା ରହିଛି କେବଳ କେରଳରୁ । କେରଳରୁ ଆସୁଥିବା ଦୈନିକ ମାମଲାକୁ ନେଇ ସ୍ୱାସ୍ଥ୍ୟ ବିଭାଗ ବି ଚିନ୍ତା ପ୍ରକଟ କରିଛି । ବୁଧବାର ଦେଶରେ ୪୩ ହଜାର ୬୫୪ ମାମଲା ଚିହ୍ନଟ ହୋଇଥିଲା, ଆଉ କେରଳରେ ରହିଥିଲା ୨୨ ହଜାର ୧୨୯ ମାମଲା । ମୃତ୍ୟୁ ସଂଖ୍ୟା ମଧ୍ୟ ଚିନ୍ତାଜନକ ରହିଛି । ଏବେ ବି ରାଜ୍ୟରେ ୧ ଲକ୍ଷ ୪୫ ହଜାରରୁ ଅଧିକ ସକ୍ରିୟ କରୋନା ଆକ୍ରାନ୍ତ ରହିଛନ୍ତି । ସବୁଠୁ ଚିନ୍ତାଜନକ ହେଉଛି କେରଳର ଟେଷ୍ଟ ପଜିଟିଭିଟି ରେଟ୍ ବା ସଂକ୍ରମଣ ହାର ।

ବୁଧବାର ଦିନ ରାଜ୍ୟର ସଂକ୍ରମଣ ହାର ରହିଥିଲା ୧୧.୨ ପ୍ରତିଶତ । ଯାହା ଜାତୀୟ ସଂକ୍ରମଣ ହାର ଠାରୁ ବହୁ ଅଧିକ । ସେପଟେ ବିଶ୍ୱରେ ଗୋଟିଏ ସପ୍ତାହରେ କରୋନା ଜନିତ ମୃତ୍ୟୁ ୨୧ ପ୍ରତିଶତ ବୃଦ୍ଧି ପାଇଛି । ଡେଲଟା ଭାଇରସ୍ ଯୋଗୁଁ ସ୍ଥିତି ସଂଗୀନ ହେବାରେ ଲାଗିଛି ବୋଲି କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଡବ୍ଲ୍ୟୁଏଚଓର ଆକଳନ, ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ସାରା ବିଶ୍ୱରେ ୨୦ କୋଟି ଟପିପାରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’