Masthead

ଡୋଡାରେ ବାଦଲ ଫଟା ବର୍ଷା

ଜମ୍ମୁ-କଶ୍ମୀର (ବଡ଼ ଖବର ବ୍ୟୁରୋ): ଜମ୍ମୁ-କଶ୍ମୀରରେ ପ୍ରବଳ ବର୍ଷା ଜାରି ।  ଡୋଡାରେ ବାଦଲ ଫଟା ଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା । ଅନ୍ୟପକ୍ଷେ ବର୍ଷା ବିତ୍ପାତରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ୧୫ଟି ଘର କ୍ଷତିଗ୍ରସ୍ତ ହୋଇଥିବା ବେଳେ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।  ଧରାଲି ଭଳି ଭୟଙ୍କର ବାଦଲ ଫଟା ବର୍ଷା ପରେ ରଚିଲା ତାଣ୍ଡବ। ଆଗକୁ ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା ରହିଛି। ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି ହୋଇଥିବା ବେଳେ ସ୍କୁଲ ଛୁଟି କରି ଦିଆଯାଇଛି।

4 killed, several structures damaged in Doda due to inclement weather in 24  hours – The News Now

ଡୋଡାରେ ଲଗାତାର ବର୍ଷା, ଭୂସ୍ଖଳନ, ମାଟି ଅତଡା ଓ ପଥର ଖସିବା ଭଳି ଘଟଣା ଦେଖିବାକୁ ମିଳୁଛି। ଯେଉଁ କାରଣରୁ ଜାତୀୟ ରାଜପଥ ସହ ବହୁ ଅଞ୍ଚଳ ବନ୍ଦ ହୋଇଯାଇଛି। ଡୋଡା ଜିଲ୍ଲାର ଭଲେସା ଅଞ୍ଚଳରେ ଆଜି ବାଦଲ ଫଟା ବର୍ଷା ଘଟଣା ସାମନାକୁ ଆସିଛି। ଏହି କାରଣରୁ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଯାତାୟତ ସମ୍ପୂର୍ଣ୍ଣ ବନ୍ଦ ରହିଛି। ବହୁ ସ୍ଥାନରେ ଭୂସ୍ଖଳନ ଯୋଗୁଁ ବର୍ଷା ପରେ ପଥର ଖସିବାର ଦେଖିବାକୁ ମିଳିଛି। ପାଣିପାଗ ବିଭାଗ କଠୁଆ, ସାମ୍ଭା, ଡୋଡା, ଜମ୍ମୁ, ରାମବନ ଓ କିଶତଓ୍ବାଡା ସହ ଜମ୍ମୁର ବହୁ ଅଞ୍ଚଳରେ ଚେତାବନୀ ଜାରି କରିଛି।

Doda Cloudburst: Several Feared Dead, Houses Washed Away In Flash Floods,  Water Level Rises In Chenab As Rain Fury Continues In Jammu; Videos

ଆଗକୁ ଏହି ସବୁ ଅଞ୍ଚଳରେ ବାଦଲ ଫଟା ବର୍ଷା ହେବାର ସମ୍ଭାନା ରହିଛି। ଖରାପ ପାଣିପାଗକୁ ଦୃଷ୍ଟିରେ ରଖି ଜମ୍ମୁର ସମ୍ଭାଗରେ ସମସ୍ତ ସରକାରୀ ଏବଂ ଘରୋଇ ସ୍କୁଲ ଛୁଟି କରି ଦିଆଯାଛି। ତଭି ନଦୀ ଓ ବିଭିନ୍ନ ନାଳରେ ଜଳସ୍ତର ପୂର୍ବରୁ ବିପଦ ସଙ୍କେତର ଉପର ବୋହୁଛି। ଏହା ପୂର୍ବରୁ ଉତ୍ତରାଖଣ୍ଡର ଧରାଲିରେ ବାଦଲଫଟା ବର୍ଷା ଯୋଗୁଁ ପୁରା ଗାଁର ପ୍ରଭାବିତ ହୋଇଥିଲା। ୫ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା। ଏପର୍ଯ୍ୟନ୍ତ ୫୦ରୁ ଅଧିକ ନିଖୋଜ ଅଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ