Masthead

ସର୍ବନେତ୍ର ଫାଉଣ୍ଡେଶନ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରକ୍ତ ଦାନ ଏକ ମହତଦାନ । ବୁନ୍ଦାଏ ରକ୍ତ ପାଇଁ ହସି ଉଠୁଥିବା ଜୀବନ ଲାଗି ରକ୍ତ ଦାନ କରିବା ନିହାତି ଦରକାର । ତୁମରି ରକ୍ତରେ କାହାର ଜୀବନ ବଞ୍ଚିଲେ, ସେ କର୍ମ ହେବ ତୁମର ଶ୍ରେଷ୍ଠ କର୍ମ । ଏହି ପରିପ୍ରେକ୍ଷୀରେ ଏହି ମହତ କାର୍ଯ୍ୟକୁ ରୂପରେଖ ଦେବା ଲାଗି ସର୍ବନେତ୍ର ଫାଉଣ୍ଡେଶନ ପକ୍ଷରୁ ରବିବାର ସ୍ଥାନୀୟ ପଟିଆ ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି । ଏଥି ଲାଗି ଶହ ଶହ ସଂଖ୍ୟାରେ ରକ୍ତଦାତାମାନେ ଉପସ୍ଥିତ ରହି ୯୬ ୟୁନିଟ ରକ୍ତ ପ୍ରଦାନ କରିଥିଲେ ।

ଏଥିରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ମୁଖ୍ୟ ବକ୍ତା ଭାବେ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ସମ୍ମାନିତ ଅତିଥି ଭାବେ ଲକ୍ଷ୍ମୀପ୍ରିୟା ପରିଡା ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଏଭଳି ଆଗକୁ ମହତ କାର୍ଯ୍ୟ କରିବା ଲାଗି ପ୍ରତ୍ସହନା ଦେବା ସହ ସମସ୍ତଙ୍କୁ ସାଧୁବାଦ ଜଣାଇ ଥିଲେ । ଏହି କାର୍ଯ୍ୟକ୍ରମକୁ ସର୍ବନେତ୍ର ଫାଉଣ୍ଡେଶନର ଅଧ୍ୟକ୍ଷ ତୁଷାର ରଞ୍ଜନ ପଣ୍ଡା ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ପରାମର୍ଶଦାତା ଅନନ୍ତ ନାରାୟଣ ସାହୁ ଉପସ୍ଥିତ ଥିଲେ । ବିଜୟିନୀ ମହାପାତ୍ର ଧନ୍ୟବାଦ ଦେଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ