Masthead

ଗଠନ ହେଲା ଶ୍ରୀମନ୍ଦିର ପରିଚାଳନା କମିଟି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଗଠନ ହେଲା ଶ୍ରୀମନ୍ଦିର ପରିଚାଳନା କମିଟି । ୧୦ ଜଣ ସଦସ୍ୟଙ୍କୁ ନେଇ ଏହି କମିଟି ଗଠନ କରାଯାଇଛି । ଏହି କମିଟିରେ ସିଦ୍ଧେଶ୍ୱର ମହାପାତ୍ର, କୃଷ୍ଣଚନ୍ଦ୍ର ସାମନ୍ତରାୟ, ମଧୁସୂଦନ ସିଂଘାରୀ, ଜଗନ୍ନାଥ ପୂଜାପଣ୍ଡା ରହିଛନ୍ତି । ତାଙ୍କ ସହିତ ଗଣେଶ ଦାସ ମହାପାତ୍ର, ରାମନାରାୟଣ ଗୋଚ୍ଛାୟତ, ରଘୁବୀର ଦାସ ମହାରାଜ, ଗିରିଶ ଚନ୍ଦ୍ର ମୁର୍ମୁ, ଏ.କେ. ସାବତ ଏବଂ ମହେଶ କୁମାର ସାହୁ କମିଟିରେ ରହିଛନ୍ତି । ଏହାପୂର୍ବରୁ ଶ୍ରୀମନ୍ଦିର ପରିଚାଳନା କମିଟି କାହିଁକି ଗଠନ ହେଉନି, ସେନେଇ ଜୋରସୋରରେ ଚର୍ଚ୍ଚା ହେଉଥିଲା । ଏହି ସମୟରେ ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଖୁବଶୀଘ୍ର ଶ୍ରୀମନ୍ଦିର ପରିଚାଳନା କମିଟି ଗଠନ ହେବା ନେଇ ସୂଚନା ଦେଇଥିଲେ ।

notification

ପାଖାପାଖି ଗୋଟିଏ ବର୍ଷ ହେବ ଗଠନ ହୋଇନଥିଲା ଶ୍ରୀମନ୍ଦିର ପରିଚାଳନା କମିଟି । ଏତେଦିନ ଧରି କମିଟି ଗଠନ ନହେବାକୁ ନେଇ ଦେଖା ଦେଇଥିଲା ସବୁଠି ଅସନ୍ତୋଷ । ଏମିତିକି ରଥଯାତ୍ରା ସମୟରେ ଅଘଟଣ ଘଟିବା ଘଟଣା ପରେ ଏହି ଦାବି ଜୋର ଧରିଥିଲା । ବରିଷ୍ଠ ସେବାୟତଙ୍କ ଠାରୁ ଆରମ୍ଭ କରି ରାଜନେତା ମାନେ ଏହାକୁ ନେଇ ଅସନ୍ତୋଷ ବଢ଼ିଥିଲେ । ତେଣୁ ରାଜ୍ୟ ସରକାର ଖୁବଶୀଘ୍ର କମିଟି ଗଠନ କରିବାକୁ ନିଷ୍ପତ୍ତି ନେଇଥିଲେ । ଶ୍ରୀମନ୍ଦିର ପରିଚାଳନା କମିଟି ଗଠନ ହେବା ନେଇ ପୂର୍ବରୁ ଆଇନ ମନ୍ତ୍ରୀ ପ୍ରତିକ୍ରିୟା ରଖିଥିଲେ ।

ଅଗଷ୍ଟ ୧୫ ତାରିଖ ଦିନ ମନ୍ତ୍ରୀ କହିଥିଲେ, ସପ୍ତାହେ ମଧ୍ୟରେ ଗଠନ ହେବ ଶ୍ରୀମନ୍ଦିର ପରିଚାଳନା କମିଟି । ପୁରୀରେ ସ୍ବାଧୀନତା ଦିବସ ସମାରୋହ କାର୍ଯ୍ୟକ୍ରମ ଅବସରରେ ଏହି ବଡ଼ ଘୋଷଣା କରିଥିଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ରାଜ୍ୟ ସରକାରଙ୍କ ପକ୍ଷରୁ ପରିଚାଳନା କମିଟି ଗଠନ ନେଇ ସମସ୍ତ ପ୍ରକ୍ରିୟା ଶେଷ ହୋଇଛି । କମିଟି ଗଠନ ପରେ ରତ୍ନଭଣ୍ଡାରର ଅଳଙ୍କାର ଗଣତି ମଣତି କରାଯିବ । ଆରବିଆଇର ଦୁଇ ଅଧିକାରୀଙ୍କ ଉପସ୍ଥିତିରେ ଗଣତି ମଣତି ହେବ ବୋଲି ସୂଚନା ଦେଇଥିଲେ ମନ୍ତ୍ରୀ । ସେହିପରି ଆଗାମୀ ରଥଯାତ୍ରା ପାଇଁ ଖୁବ୍ ଶୀଘ୍ର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ ବୋଲି ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଥିଲେ । ଅଉ ଏବେ ଶ୍ରୀମନ୍ଦିର ପରିଚାଳନା କମିଟି ଗଠନ ଗରିଛନ୍ତି ସରକାର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ