Masthead

ଆମ୍ବୁଲାନ୍ସରେ ହେଲା ପ୍ରସବ, ଶୁଣିଲେନି ମେଡିକାଲ କର୍ମୀ

ପୁରୀ(ବଡ଼ ଖବର ବ୍ୟୁରୋ): ବଡଦାଣ୍ଡ ପାଖମାଲିଯାଗା ପାଖରୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର ହୋଇଥିବା ମାନସିକ ଭିନ୍ନକ୍ଷମ ମହିଳା ଜନ୍ମ ଦେଲେ ଏକ ଶିଶୁ କନ୍ୟାକୁ । ଆମ୍ବୁଲାନ୍ସରେ ଶିଶୁ କନ୍ୟାକୁ ଜନ୍ମଦେଇଥିବା ବେଳେ ତାଙ୍କୁ ଚିକିତ୍ସାରେ ଅବହେଳା କରାଯାଇଥିବା ଅଭିଯୋଗ ଆଣିଥିଲେ ସ୍ୱେଚ୍ଛାସେବୀ ।
ମହିଳା ଜଣଙ୍କ ଏକ ଆଶ୍ରୟ ସ୍ଥଳୀରେ ରହୁଥିବା ବେଳେ ଗତ କାଲି ତାଙ୍କୁ ପ୍ରଶବ ଯନ୍ତ୍ରଣା ହୋଇଥିଵା ବେଳେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଜ଼ିଲ୍ଲା ସଦର ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । ହସ୍ପିଟାଲ ପରିସରରେ କର୍ମଚାରୀଙ୍କ ଅବହେଳା ପାଇଁ ଆମ୍ବୁଲାନ୍ସରେ ସେ ଏକ ଶିଶୁ କନ୍ୟାକୁ ଜନ୍ମଦେଇଥିଲେ ।

ଯାହା ଫଳରେ ହସ୍ପିଟାଲ ପରିସରରେ ଦେଖା ଦେଇଥିଲା ଉତେଜନା । ସ୍ୱେଚ୍ଛାସେବୀ ଦୀର୍ଘ ସମୟ ପର‌୍ୟ୍ୟନ୍ତ ମହିଳା ଓ ତାଙ୍କ ଶିଶୁ କନ୍ୟାକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଆମ୍ବୁଲାନସ ଭିତରେ ଧରିକି ବସିଥିବା ଦେଖିବାକୁ ମିଳିଥିଲା । ଏହାପୂର୍ବରୁ ମଧ୍ୟ ଅନେକ ଥର ଭିନ୍ନକ୍ଷମ ମହିଳାଙ୍କୁ ଚିକିତ୍ସାରେ ଅବହେଳା କରାଯାଇଥିବା ଅଭିଯୋଗ ହୋଇଥିଲା । ପାରାଲିଗାଲ ସ୍ୱଛାସେଵୀ ତଥା ସାହିଭାଇ ଅନୁଷ୍ଠାନର ସମ୍ପାଦକ ଚନ୍ଦ୍ରଶେଖର ମିଶ୍ର ଏ ନେଇ ଆଇନି ସେବା ପ୍ରାଧିକରଣରେ ଅଭିଯୋଗ କଲା ପରେ ପୁରୀ ଏସ୍ପି ଏ ଘଟଣାରେ ହସ୍ତକ୍ଷେପ କରିଥିଲେ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା