Masthead

ଆଜି ରାହୁଲଙ୍କ ଜନ୍ମଦିନ, ସେବା ଦିବସ ପାଳିବ କଂଗ୍ରେସ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଜନ୍ମଦିନ । ୧୯୭୦ ମସିହା ଜୁନ ୧୯ରେ ଜନ୍ମଗ୍ରହଣ କରିଥିଲେ ରାହୁଲ । ଆଜି ସେ ୫୧ବର୍ଷରେ ପଦାର୍ପଣ କରିଛନ୍ତି । ତେବେ ରାହୁଲଙ୍କ ଜନ୍ମଦିନକୁ ‘ସେବା ଦିବସ’ ଭାବେ ପାଳନ କରିବ କଂଗ୍ରେସ । ରାଜଧାନୀ ଦିଲ୍ଲୀରେ ଲୋକଙ୍କୁ ଆଜି ଫେସ ମାସ୍କ, ମେଡିସିନ କିଟ ଏବଂ ରନ୍ଧା ଖାଦ୍ୟ ସମେତ ଅନ୍ୟ କେତେକ ଅତ୍ୟାବଶ୍ୟକ ସାମଗ୍ରୀ ଦଳ ବଣ୍ଟନ କରିବ । ଏକ ବିବୃତିରେ ଦଳ ତରଫରୁ କୁହାଯାଇଛି ଯେ, ମାଗଣା ରାସନ ପାଇଁ ଲମ୍ବା ଲାଇନରେ ଛିଡ଼ା ହେଉଥିବା ଲୋକଙ୍କୁ ମାଗଣା ରାସନ ଯୋଗାଇ ଦିଆଯିବ । ଦିଲ୍ଲୀ ପ୍ରଦେଶ କଂଗ୍ରେସ କମିଟିର ଅଧ୍ୟକ୍ଷ ଚୌଧୁରୀ ଅନୀଲ କୁମାରଙ୍କ ନେତୃତ୍ବରେ ଦିଲ୍ଲୀ କଂଗ୍ରେସ କର୍ମୀମାନେ ମାସ୍କ୍‌, ମେଡିସିନ୍‌ କିଟ୍, ରନ୍ଧା ଭୋଜନ, ପାଣି ଏବଂ ଅନ୍ୟାନ୍ୟ ସାମଗ୍ରୀ ବଣ୍ଟନ କରିବ। କୁମାର ମଧ୍ୟ କହିଛନ୍ତି ଯେ, ଆଗାମୀକାଲି ରାହୁଲ୍‌ଜୀଙ୍କ ଜନ୍ମଦିନ ଅବସରରେ ଦିଲ୍ଲୀ କଂଗ୍ରେସ କର୍ମୀମାନେ ମହତ୍ କାର୍ୟ୍ୟ କରିବେ।

କୌଣସି ଆଡ଼ମ୍ବରପୂର୍ଣ୍ଣ କାର୍ୟ୍ୟକ୍ରମ ଆୟୋଜନ ନ କରି କଂଗ୍ରେସ ପାର୍ଟିର ପ୍ରଥା ଅନୁଯାୟୀ ଜନତାଙ୍କ ସେବା କରାଯିବ। ସମ୍ପ୍ରତି କୋଭିଡ୍‌-୧୯ ମହାମାରୀ ଯୋଗୁଁ ଅସୁବିଧାରେ ପଡ଼ିଥିବା ଜନତାଙ୍କୁ ସାହାଯ୍ୟ ଓ ସମର୍ଥନ କରିବା ଏହି କାର୍ୟ୍ୟକ୍ରମର ଉଦ୍ଦେଶ୍ୟ। ଏହାବ୍ୟତିରେକେ, ମାରାତ୍ମକ କରୋନାଭାଇରସ୍ ସଂକ୍ରମଣ ଯୋଗୁଁ ପ୍ରିୟ ପରିଜନଙ୍କୁ ହରାଇଥିବା ପରିବାରବର୍ଗଙ୍କୁ ମଧ୍ୟ କଂଗ୍ରେସ ନେତାମାନେ ଭେଟି ସାହାଯ୍ୟ ସହାନୁଭୂତି ପ୍ରଦାନ କରିବେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା