Masthead

ଅବକାରୀମନ୍ତ୍ରୀଙ୍କ ଏରିଆରେ ଚୋରା ମଦ ବେପାର

ବାଲେଶ୍ୱର(ବଡ଼ ଖବର ବ୍ୟୁରୋ): ଅବକାରୀ ମନ୍ତ୍ରୀଙ୍କ ଏରିଆରେ ଚାଲିଛି ବେଧଡକ ଚୋରା ମଦ ବେପାର । ମନ୍ତ୍ରୀଙ୍କ ନିରବତା ପାଇଁ ଅବକାରୀ ବିଭାଗର ଛତ୍ରଛାୟା ତଳେ ଚାଲିଛି ଚୋରା ମଦ ବେପାର । ଚୋରା ମଦ ବେପାରୀ ସାଜନ ଓ ତା’ର ଦୁଇ ସହଯୋଗୀକୁ ଧରି ପୋଲିସକୁ ଦେଲେ ଗାଁ ଲୋକେ । ସାଜନର ଚୋରା ମଦ ପାଇଁ ସପ୍ତାହ ଭିତରେ ଗଲାଣି ବହୁ ଜୀବନ , ଅବକାରୀ ବିଭାଗ ଓ ଅବକାରୀ ମନ୍ତ୍ରୀ ସବୁ ଜାଣିବି ସାଜନ ଚୋରା ମଦ ବେପାରକୁ ବନ୍ଦ କରାନଯାଇ ଏତେ ଅନୁକମ୍ପା କାହିଁକି ।

ଗାଁ ଗାଁରେ ସାଜନର ଚୋରା ମଦ ଭାଟିର ବଢୁଛି ଆସର । ସେପଟେ ଚୋରା ମଦ ବେପାରୀ ସାଜନ ପାଖରେ ବନ୍ଧା ପଡ଼ିଛି କି ଅବକାରୀ ବିଭାଗ । ଯେଉଁଠି ସାଜନର ମଦକୁ ଧରିବା ପାଇଁ ବାଲେଶ୍ୱର ଅବକାରୀ ବିଭାଗର ଏତେ କାହିଁକି ଡର । ଗତକାଲି ରାତିରେ ସାଜନର ଦୁଇ ସହଯୋଗୀ ଏକ ବାଇକରେ ପାଖାପାଖି ଶହେ ଲିଟର ଚୋରା ମଦ ଭାଟି ନେଉଥିଲେ । ଗାଁଲୋକଙ୍କ ହାତରେ ଧରା ପଡ଼ିଲା ପରେ ଅବକାରୀ ବିଭାଗ ଓ ଅବକାରୀ ମନ୍ତ୍ରୀଙ୍କ ପାରିବା ପଣିଆ ଉପରେ ଉଠିଛି ପ୍ରଶ୍ନ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ