Masthead

କଅଁଳ କାନ୍ଧରେ ସଂସାର ବୋଝ

କୃଷ୍ଣପ୍ରସାଦ,(ବଡ଼ ଖବର ବ୍ୟୁରୋ): ପରିବାର କହିଲେ ଦୁଇ ଭାଇ ଓ ଚାରି ଭଉଣୀ । ଦୁନିଆ କ’ଣ ବୁଝିବା ପୂର୍ବରୁ ସେମାନଙ୍କ ହାତ ଛାଡ଼ିଦେଲେ ବାପା ମା’ । ବାପା ମା’ ଛେଉଣ୍ଡ ୬ ଭାଇଭଉଣୀ ଦୁଃଖ ଦୁର୍ଦ୍ଦଶାରେ ଜୀବନ ଜିଉଛନ୍ତି । ବଞ୍ଚିବା ପାଇଁ ଖୋଜୁଛନ୍ତି ରାହା । ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ମାଲୁଦ କରଣସାହିରେ । ବାପା ସୂର୍ୟ୍ୟନାରାୟଣ ପଣ୍ଡା ଦୀର୍ଘ ୨୫ବର୍ଷ ହେବ ମାଲୁଦ ବଜାରରେ ଏକ ଗ୍ୟାରେଜ କରି ଭଡ଼ାଘରେ ପରିବାର ସହ ରହିଆସୁଥିଲେ । ସୂର୍ୟ୍ୟ ନାରାୟଣଙ୍କ ସ୍ତ୍ରୀ କୁମୁଦୁନୀ ହଠାତ୍ କର୍କଟରେ ପୀଡ଼ିତ ହୋଇ ଆରପାରିକୁ ଚାଲିଗଲେ। କୁମୁଦିନୀଙ୍କ ମୃତ୍ୟୁର ଆଠମାସ ପରେ ହୃଦଘାତରେ ଉଡ଼ିଗଲା ସୂର୍ୟ୍ୟନାରାୟଣଙ୍କ ପ୍ରାଣବାୟୁ ।

ବାପା ମା’ଙ୍କୁ ହରାଇ ବେସାହାରା ହୋଇଗଲେ ଛଅ ପୁଅଝିଅ। ନିଜସ୍ୱ ଘର ନଥିବାରୁ ଭଡାଘରେ ବିତୁଛି ସେମାନଙ୍କ ଜୀବନ । ଏବେ ଘର ଚଳେଇବା କଷ୍ଟକର ହେଉଛି ବୋଲି କହିଛନ୍ତି ବଡ଼ ଭଉଣୀ ସୋଫିଆ ପ୍ରିୟଦର୍ଶନୀ । ସେପଟେ ସାନ ଦୁଇଭାଇ ବାପାଙ୍କ ଗ୍ୟାରେଜରେ ଗାଡ଼ି କାମ କରି ଯାହା ରୋଜଗାର କରନ୍ତି, ସେତିକିରେ ଚଳୁଛି ସେମାନଙ୍କ ପରିବାର । ଏମାନଙ୍କ ଦୁଃଖ ଦେଖିଲେ ଆପେ ଆପେ ଲୁହ ଝରିପଡେ । ଜାଗା ଟିକିଏ ପାଇଁ ଦୀର୍ଘ ୩ ବର୍ଷ ହେବ କୃଷ୍ଣପ୍ରସାଦ ତହସିଲ ଅଫିସକୁ ଧାଇଁ ଧାଇଁ ନୟାନ୍ତ ହୋଇଗଲେଣି ସୋଫିଆ । ଏହାର ପ୍ରତିବଦଳରେ ମିଳୁଛି ଖାଲି ପ୍ରତିଶ୍ରୁତି । ଖଣ୍ଡିଏ ରାସନକାର୍ଡ ଦେଇ ଚୁପ୍ ବସିଛି ପ୍ରଶାସନ । ସରକାରୀ ନିୟମ ଅନୁଯାୟୀ ସମସ୍ତ ସାହାଯ୍ୟ କରାଯିବ ବୋଲି କୃଷ୍ଣପ୍ରସାଦ ତହସିଲଦାର ଅଭିମନ୍ୟୁ ମାଝୀ ପ୍ରତିଶ୍ରୁତି ଦେଇଛନ୍ତି । ତେବେ ଏହି ପ୍ରତିଶ୍ରୁତି କେବେ ପାଳନ ହେଉଛି ତାହା ଦେଖିବାକୁ ବାକି ରହିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ