Masthead

ଏଡିଆରର ଆବେଦନକୁ ନିନ୍ଦା କଲେ ସୁପ୍ରିମକୋର୍ଟ, ଆବେଦନ ଟାଇମିଂକୁ ନେଇ ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ମତଦାନ ସରିବାର ୪୮ ଘଣ୍ଟା ମଧ୍ୟରେ ତଥ୍ୟ ସାର୍ବଜନୀନ କରିବାକୁ ହୋଇଥିବା ଆବେଦନ ଉପରେ ଆଜି ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ। ଆବେଦନକୁ ବିଚାରାଧୀନ ରଖିବା ସହ ବର୍ତ୍ତମାନ ଏହି ମାମଲା ଉପରେ ହସ୍ତକ୍ଷେପ କରିବାକୁ ମନା କରି ଦେଇଛନ୍ତି ସର୍ବୋଚ୍ଚ ଅଦାଲତ। ସୁପ୍ରିମକୋର୍ଟ କହିଛନ୍ତି, ବର୍ତ୍ତମାନ ସମୟରେ ଆମେ ମଧ୍ୟବର୍ତ୍ତୀକାଳୀନ ରାୟ ଦେବାକୁ ଇଚ୍ଛୁକ ନାହୁଁ। ସୂଚନାଯୋଗ୍ୟ, ଲୋକସଭା ନିର୍ବାଚନରେ ଭୋଟ ଦେବାର ୪୮ଘଣ୍ଟା ମଧ୍ୟରେ ପ୍ରତ୍ୟେକ ମତଦାନ କେନ୍ଦ୍ରରେ ଦିଆଯାଇଥିବା ଭୋଟର ତଥ୍ୟ ୱେବସାଇଟରେ ରଖିବାକୁ କୋର୍ଟ ଏକ ଆବେଦନ ଶୁଣାଣି କରିଛନ୍ତି।

କୋର୍ଟ ଏହି ନିଷ୍ପତ୍ତିକୁ ସଂରକ୍ଷିତ ରଖିଛନ୍ତି। ସୂଚନାଯୋଗ୍ୟ, ଆସୋସିଏସନ ଫର ଡେମୋକ୍ରାଟିକ୍ ରିଫର୍ମସ୍ (ଏଡିଆର) ଏବଂ ଟିଏମସି ସାଂସଦ ପ୍ରାର୍ଥୀ ମହୁଆ ମୋଇତ୍ର ୨୦୧୯ରେ ଏକ ଜନସ୍ୱାର୍ଥ ମାମଲା ଦାଖଲ କରିଥିଲେ। ଯେଉଁଥିରେ ଦାବି କରାଯାଇଥିଲା ଯେ, ମତଦାନ ସରିବାର ୪୮ ଘଣ୍ଟା ମଧ୍ୟରେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସମସ୍ତ ତଥ୍ୟ ସାର୍ବଜନୀନ କରାଯାଉ ଏବଂ ଫର୍ମ ୧୭ସି(ଭୋଟ୍ ରେକର୍ଡ) ସାର୍ବଜନୀନ କରାଯାଉ। ଆଜି ଏହି ଆବେଦନ ଉପରେ ବିଚାରପତି ଜଷ୍ଟିସ ଦୀପଙ୍କର ଦତ୍ତ ଏବଂ ଜଷ୍ଟିସ ସତୀଶ ଚନ୍ଦ୍ର ଶର୍ମାଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରିଛନ୍ତି। ଶୁଣାଣି ସମୟରେ ଫର୍ମ ୧୭ସି ସାର୍ବଜନୀନ କରିବା ଦାବିକୁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ବିରୋଧ କରାଯାଇଛି।

ନିର୍ବାଚନ ଆୟୋଗ କହିଛନ୍ତି, ନିୟମ ଅନୁଯାୟୀ ଫର୍ମ ୧୭ସି କେବଳ ମତଦାନ ଏଜେଣ୍ଟଙ୍କୁ ଦିଆଯିବା ଉଚିତ। ୧୭ସି ଅନ୍ୟ କୌଣସି ବ୍ୟକ୍ତି କିମ୍ବା ଅନୁଷ୍ଠାନକୁ ଦେବାକୁ ଅନୁମତି ନାହିଁ। ନିୟମ ଅନୁସାରେ, ଫର୍ମ ୧୭ସିକୁ ସର୍ବସାଧାରଣରେ ପ୍ରକାଶ କରିବା ଠିକ୍ ନୁହେଁ। ନିର୍ବାଚନ ଆୟୋଗ ସୁପ୍ରିମକୋର୍ଟଙ୍କୁ ଆହୁରି କହିଛନ୍ତି ଯେ, ଫର୍ମ ୧୭ସି(ଭୋଟ୍ ରେକର୍ଡ) ୱେବସାଇଟରେ ଅପଲୋଡ୍ କଲେ ଅନିୟମିତତା ହୋଇପାରେ। ଏଥିରେ ଟାମ୍ପରିଂ ହେବାର ସମ୍ଭାବନା ଅଛି, ଯାହା ଜନସାଧାରଣଙ୍କ ମଧ୍ୟରେ ଅବିଶ୍ୱାସ ସୃଷ୍ଟି କରିପାରେ।

ନିର୍ବାଚନ ଆୟୋଗଙ୍କ ଯୁକ୍ତି ଶୁଣିବା ପରେ ସର୍ବୋଚ୍ଚ ଅଦାଲତ କହିଛନ୍ତି, ଏତେ ଦିନ ମଧ୍ୟରେ କାହିଁକି ପୃଥକ ଆବେଦନ କରିନାହାନ୍ତି, ବର୍ତ୍ତମାନ କାହିଁକି ମଧ୍ୟବର୍ତ୍ତୀକାଳୀନ ଆଶ୍ୱସ୍ତି ମାଗୁଛନ୍ତି? ଆପଣଙ୍କୁ ଆମର ଅନେକ ପ୍ରଶ୍ନ ଅଛି। ୨୦୧୯ରୁ ୨୦୨୪ ମଧ୍ୟରେ ଆପଣ କଣ କରୁଥିଲେ? କାହିଁକି ଏକ ପୃଥକ ଆବେଦନ କରିପାରିଲେନି କୋଭିଡ ପାଇଁ ୨ ବର୍ଷକୁ ଛାଡି ଦିଅନ୍ତୁ, ମାର୍ଚ୍ଚ କିମ୍ବା ଏପ୍ରିଲରେ ଆବେଦନ କରିପାରିଥାନ୍ତେ। ତେବେ ନିର୍ବାଚନ ପରେ ଉପଯୁକ୍ତ ବେଞ୍ଚ ଏ ଉପରେ ଶୁଣାଣି କରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ