Masthead

ଅତିରିକ୍ତ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ: ଏକକାଳୀନ ୧୨ଟି ସ୍ଥାନରେ ରେଡ୍ କରୁଛି ଭିଜିଲାନ୍ସ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଭିଜିଲାନ୍ସ ପଞ୍ଝାରେ ଅତିରିକ୍ତ ମୁଖ୍ୟଯନ୍ତ୍ରୀ । ଓଡ଼ିଶାର ୧୨ଟି ସ୍ଥାନରେ ଭିଜିଲାନ୍ସର ଚଢ଼ାଉ କରିଥିବା ସୂଚନା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପ୍ରଦୀପ କୁମାର ରଥଙ୍କ ଘରେ ଚଢ଼ାଉ କରାଯାଇଥିଲା । ଅତିରିକ୍ତ ମୁଖ୍ୟ ଇଞ୍ଜିନିୟର, ଓଡ଼ିଶା ସେତୁ ଓ ନିର୍ମାଣ ନିଗମ, ମୁଖ୍ୟ ନିର୍ମାଣ ଇଞ୍ଜିନିୟର, ୯ ଡିଏସ୍ପି, ୧୧ ଜଣ ଇନସପେକ୍ଟରଙ୍କ ନେତୃତ୍ୱରେ କଟକ ସମେତ ଭୁବନେଶ୍ୱର, ଭଦ୍ରକ, ଯାଜପୁର,ଭଦ୍ରକ, ଖୋର୍ଦ୍ଧା ଆଦି ୧୨ଟି ସ୍ଥାନରେ ଭିଜିଲାନ୍ସ ଏକକାଳୀନ ଚଢ଼ାଉ କରିଥିଲା ।

ଭୁବନେଶ୍ୱର ରସୁଲଗଡ଼ ସତ୍ୟ ବିହାରରେ ଥିବା ପ୍ରଦୀପଙ୍କ ଆବାସିକ ଘର ସମେତ ଚନ୍ଦ୍ରଶେଖରପୁରସ୍ଥି ଆପାର୍ଟମେଣ୍ଟ, ଭଦ୍ରକର ଆଚାର୍ଯ୍ୟ ନଗରରେ ଥିବା ଦୁଇ ମହଲା କୋଠା, କଟକ ବାରବାଟୀ ଷ୍ଟାଡିୟମ୍ରେ ଥିବା ଅଫିସ୍ ରୁମ୍, ଭଦ୍ରକ ଅଗରପଡ଼ା ଓ ରନ୍ଦିଆହାଟରେ ଥିବା ପୈତୃକ ଘରରେ ଚଢ଼ାଉ କରିଛି ଭିଜିଲାନ୍ସ । ଏହା ବ୍ୟତୀତ ଯାଜପୁରର ଦୁଇଟି ସ୍ଥାନ, ଖୋର୍ଦ୍ଧାର ଦୁଇଟି ସ୍ଥାନ ଏଥିସହ ପ୍ରଦୀପଙ୍କ ପୁଅଙ୍କର ଆଇଡି ନୟାପଲ୍ଲୀ ମାର୍କେଟରେ ଏକ ମେଡିସିନ୍ ଷ୍ଟୋରରେ ମଧ୍ୟ ଭିଡିଲାନ୍ସ ଚଢ଼ାଉ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!