Masthead

ବିନା ଶିକ୍ଷକରେ ଚାଲିଛି ହାଇସ୍କୁଲ

ରାଜନଗର (ବଡ଼ ଖବର ବ୍ୟୁରୋ): ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା ଲକ୍ଷରେ ରାଜ୍ୟସରକାର ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା ହେଲେ ଶିକ୍ଷା ବିଭାଗର ବିଚିତ୍ର ବ୍ୟବସ୍ଥା ଏବେବି ପରିହାସ କରୁଛି ଶିକ୍ଷା ବିଭାଗକୁ । ବିନା ଶିକ୍ଷକରେ ଚାଲିଛି ହାଇ ସ୍କୁଲ । ହାଇସ୍କୁଲରେ ପାଠ ପଢାଉଛନ୍ତି ପ୍ରାଇମେରୀ ଶିକ୍ଷକ । ସପ୍ତାହକୁ ତିନି ଦିନ ଅନ୍ୟ ସ୍କୁଲରୁ ଡେପୁଟେସନରେ ଶିକ୍ଷକ ଆସି ପାଠ ପଢ଼ାଉଛନ୍ତି । ବାକିଦିନ ପିଲାମାନେ ନିଜେ ପାଠ ପଢୁଛନ୍ତି । ଏଭଳି ଏକ ସ୍କୁଲ ରହିଛି କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ସାତଭାୟାର ବଗପାଟିଆ ଠାରେ ।ରାଜନଗର ବ୍ଲକ ସାତଭାୟାର ସରକାରୀ ଉନ୍ନିତ ପଞ୍ଚୁବରାହୀ ଉଚ୍ଚ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏଭଳି ଅବ୍ୟବସ୍ଥା ।

୨୦୧୨ ମସିହାରୁ ନୋଡାଲ ଉପ୍ରା ବିଦ୍ୟାଳୟକୁ ସରକାରୀ ଅପଗ୍ରେଡେଡ ହାଇସ୍କୁଲର ମାନ୍ୟତା ମିଳିଛି । ହାଇସ୍କୁଲର ମାନ୍ୟତା ପାଇବା ପରେ ନବମ ଏବଂ ଦଶମ ଶ୍ରେଣୀର ପାଠ ପଢା ମଧ୍ୟ ହେଉଛି । ଏହା ଭିତରେ ୮ଟି ବ୍ୟାଚ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇ ସାରିଲେଣି କିନ୍ତୁ ହାଇସ୍କୁଲରେ ପଢାଇବା ପାଇଁ ଏଯାଏଁ ଜଣେବି ହାଇସ୍କୁଲ ଶିକ୍ଷକ ନିଯୁକ୍ତି ପାଇ ନାହାଁନ୍ତି । ଏହି ହାଇସ୍କୁଲରେ ନବମ ଶ୍ରେଣୀରେ ୧୦୦ ଜଣ ଓ ଦଶମ ଶ୍ରେଣୀରେ ୮୧ଜଣ ଛାତ୍ରଛାତ୍ରୀଙ୍କୁ ପଢାଇବା ପାଇଁ ଅନ୍ୟ ସ୍କୁଲରୁ ଡେପୁଟେସନରେ ଆସି ତିନିଜଣ ଶିକ୍ଷକ ସପ୍ତାହକୁ ତିନିଦିନ ପାଠ ପଢାଉଛନ୍ତି । ବାକି ତିନିଦିନ କଥା ନକହିବା ଭଲ ।

ସେପଟେ ଶିକ୍ଷକ ନଥିବାରୁ ବର୍ଷକର ପାଠ୍ୟକ୍ରମ ସରିନଥିବା ବେଳେ ପିଲାମାନେ କେମିତି ମାଟ୍ରିକ ପରୀକ୍ଷା ଦେବେ ବୋଲି ଶିକ୍ଷକ ପ୍ରଶ୍ନ କରିଛନ୍ତି । ପ୍ରାଥମିକ ବିଦ୍ୟାଳୟ ପାଇଁ ନିଯୁକ୍ତି ପାଇଥିବା ୯ଜଣ ଶିକ୍ଷକଙ୍କ ମଧ୍ୟରୁ ଜଣେବି ଟ୍ରେଣ୍ଡ ବିଇଡି ଶିକ୍ଷକ ନଥିବାରୁ ସେମାନେ ହାଇସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ପଢାଇ ପାରୁନଥିବା ଅଭିଭାବକ ଅଭିଯୋଗ କରିଛନ୍ତି । ହେଲେ ବର୍ତ୍ତମାନ ଏହି ସ୍କୁଲରେ ଜଣେ ଗଣ ଶିକ୍ଷକଙ୍କୁ ପ୍ରଧାନ ଶିକ୍ଷକ ରଖା ଯାଇଛି । ଶିକ୍ଷାର ବିକାଶ ପାଇଁ ଡିମଡିମ ପିଟୁଥିବା ସରକାର ଏଠାରେ ହାଇସ୍କୁଲ ଖୋଲିଦେଇ କୌଣସି ଶିକ୍ଷକ ନିଯୁକ୍ତି ନଦେବା ଶିକ୍ଷା ବିଭାଗର ନଗନ୍ନ ଚିତ୍ର କୁ ଦାଣ୍ଡରେ ପକାଇଛି । ଘରୋଇ ସ୍କୁଲ ଛାଡି କିଭଳି ଭାବରେ ପିଲାମାନେ ସରକାରୀ ସ୍କୁଲ ଆସିବାକୁ ଆଗ୍ରହ ହେବେ ସେନେଇ କେନ୍ଦ୍ରାପଡା ଜିଲ୍ଲାର ସମସ୍ତ ସ୍କୁଲ ଗୁଡିକୁ ସରକାର ମଡେଲ ସ୍କୁଲରେ ପରିଣତ କରୁଥିବା ବେଳେ ସାତଭାୟାର ଏହି ହାଇସ୍କୁଲରେ ବିନା ଶିକ୍ଷକରେ ପାଠ ପଢା ମଡେଲ ସ୍କୁଲକୁ ପରିହାସ କରୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା