Masthead

ସରିବ କି ୨୪ ବର୍ଷର ବନବାସ, ଅଜୟ ଫର୍ମୁଲାରେ ଆସିବ ବିଜୟ?

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ଓଡ଼ିଶାରେ ସରିବ କି କଂଗ୍ରେସର ୨୪ ବର୍ଷର ବନବାସ? ଅଜୟ ଫର୍ମୂଲାରେ ଓଡ଼ିଶା କଂଗ୍ରେସ ପାଇବ କି ବିଜୟ ? ରାହୁଲ ଗାନ୍ଧିଙ୍କ ଗସ୍ତର ଠିକ୍ ପୂର୍ବରୁ ଟିକଟ ବଂଟନର ଅନଲାଇନ ଫର୍ମୁଲ ଆରମ୍ଭ କରିଛି କଂଗ୍ରେସ । କଂଗ୍ରେସ ଟିକଟ ଆଶାୟୀ ଅନଲାଇନରେ କରିବେ ଟିକଟ ଆବେଦନ । ଯେଉଁ ଅଭିଯାନର ନାଁ ରଖାଯାଇଛି ପ୍ରଗମନ ।

ଅନଲାଇନରେ ଟିକଟ ଆବେଦନର ୱେବସାଇଟ ରହିଛି । ଏହି ଅବସରରେ ପ୍ରଭାରୀ ଅଜୟ କୁମାର କହିଥିଲେ, କଂଗ୍ରେସ ଟିକଟ ବଂଟନରେ ସ୍ୱଚ୍ଛତା ପାଇଁ ଏଭଳି ବ୍ୟବସ୍ଥା ଆରମ୍ଭ ହୋଇଛି । ଆଗାମୀ ୧୧ ଦିନ ପର୍ଯ୍ୟନ୍ତ ଆଶାୟୀମାନେ ଆବେଦନ କରିପାରିବେ । ଓଡ଼ିଶାରେ ଓଡ଼ିଆଙ୍କ ଶାସନ ଚାଲୁ ଏହି କଥାକୁ କଂଗ୍ରେସ ପ୍ରାଧାନ୍ୟ ଦେବ । ଯେଉଁମାନଙ୍କ ବିଜୟ ସମ୍ଭାବନା ଅଛି, ସ୍ୱଚ୍ଛତା ଅଛି, ଲୋକେ ଚାହିଁବେ ସେ ଟିକଟ ପାଇବେ । କାହାର ବେକଗ୍ରାଉଣ୍ଡ କଣ, ତାହା ବଡ କଥା ନୁହେଁ । ଏପିରିକି ଯିଏ କଂଗ୍ରେସରେ ନାହାନ୍ତି କିନ୍ତୁ ସମାଜସେବାରେ ଅଛନ୍ତି, ସେମାନେ ବି ଆବେଦନ କରିପାରିବେ । ଆୟୋଜିତ ପ୍ରେସମିଟରେ ଅଜୟ କୁମାର ବିଜେପି ଓ ବିଜେଡି ଉପରେ ଖୁବ୍ ବର୍ଷିଥିଲେ ।

ବିଜେଡି-ବିଜେପି ଟିକେଟ ବଂଟା ଡିଲ କଥା ଉଠାଇ ଅଶ୍ୱିନୀ ବୈଷ୍ଣବଙ୍କ ନାଁ ନେଇଥିଲେ । ଏହି ଆବେଦନ ପ୍ରକ୍ରିୟାକୁ ଠିକ୍ ଭାବେ ସମ୍ପାଦିତ କରିବାକୁ ଏକ କୋର୍ କମିଟି ଗଠନ କରିଛି କଂଗ୍ରେସ । ଗୋଷ୍ଠୀ କନ୍ଦଳ ଓ ଟିକଟ ବଂଟାରେ ଅନିୟମିତତା ପାଇଁ କଂଗ୍ରେସର ପ୍ରଦର୍ଶନ ନିମ୍ମଗାମୀ ହେବାରେ ଲାଗିଛି । ଠିକ୍ ଏତିକିବେଳେ ନିର୍ବାଚନର ୨ ମାସ ପୂର୍ବରୁ ନୂଆ ପିସିସି ସଭାପତି ନୂଆ ରଣନୀତିରେ କଂଗ୍ରେସକୁ ଆଗକୁ ନେଇ ଚଳାଇଛନ୍ତି ଉଦ୍ୟମ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା