Masthead

ଧ୍ୱଂସସ୍ତୂପ ପାଲଟିଛି ହିମାଚଳ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):   ହିମାଚଳରେ ରବିବାର ଠାରୁ ପ୍ରବଳ ବର୍ଷା ଲାଗି ରହିଥିବାରୁ ବଢ଼ି ଚାଲିଛି ଦୁର୍ଦ୍ଦଶା । ୩ ଦିନରେ ଗଲାଣି ୭୧ ଜଣଙ୍କ ଜୀବନ । କାଙ୍ଗ୍ରା ଜିଲ୍ଲାରେ ପୋଙ୍ଗ ଡ୍ୟାମ ଖୋଲିବାରୁ ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଛି । ଅଗଷ୍ଟ ୧୩ରୁ ହିମାଚଳରେ ପ୍ରବଳ ବର୍ଷା ଲାଗି ରହିଛି। କେବଳ ହିମାଚଳରେ ୬୫ ଲୋକଙ୍କର ମୃତ୍ୟୁ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ କହିଛନ୍ତି। ମଙ୍ଗଳବାର ଦିନ ଉଦ୍ଧାରକାରୀ ଦଳ ହିମାଚଳରେ ଭୂସ୍ଖଳନ ଯୋଗୁଁ ଭାଙ୍ଗି ଯାଇଥିବା ମନ୍ଦିର ଏବଂ ଘରର ଭଗ୍ନାବଶେଷ ତଳୁ ୩ ମୃତଦେହ ବାହାର କରିଛନ୍ତି। ଶିମ୍‌ଲାରେ ଶିବ ମନ୍ଦିର ଭୁଶୁଡ଼ିବା ଘଟଣା‌ରେ ପୁଣି ଆଉ ଜଣଙ୍କ ମୃତ୍ୟୁ ହୋଇଛି।

ଶିମ୍‌ଲାର ସ୍ଥାନୀୟ କ୍ରୀଷ୍ଣନଗରରୁ ୬ ଅସ୍ଥାୟୀ ଘର ସମେତ ମୋଟ୍‌ ୮ଟି ଘର ଭୁଶୁଡ଼ି ପଡ଼ିଛି। ହିମାଚଳରେ ଆଗାମୀ ୨ ଦିନ ଏବଂ ଉତ୍ତରାଖଣ୍ଡରେ ଆଗାମୀ ୪ ଦିନ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏନ୍‌ଡିଆରଏଫ୍‌, ଏସଡିଆରଏଫ୍‌ ଏବଂ ସେନା ବାହିନୀ ମିଳିତ ଉଦ୍ଧାର ଅପରେସନ୍‌ ଜାରି ରଖିଛନ୍ତି । ସେପଟେ କାଙ୍ଗ୍ରା ନିକଟସ୍ଥ ତଳିଆ ଅଞ୍ଚଳରୁ ୮୦୦ରୁ ଅଧିକ ଲୋକଙ୍କୁ ଖାଲି କରାଯାଇଛି। ବର୍ଷା ଓ ଭୂସ୍ଖଳନ ଯୋଗୁଁ ହିମାଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ରହିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା