Masthead

ଜନ୍ମମାଟିକୁ ତିନି ଦିନିଆ ଗସ୍ତରେ ଆସୁଛନ୍ତି ମହାମହିମ

ବାରିପଦା (ବଡ଼ ଖବର ବ୍ୟୁରୋ):  ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ପ୍ରସ୍ତୁତି ଚୁଡାନ୍ତ । ଜନ୍ମମାଟିକୁ ତିନି ଦିନିଆ ଗସ୍ତରେ ଆସୁଛନ୍ତି ମହାମହିମ ଦ୍ରୋପଦୀ ମୂର୍ମୁ। ସୁସଜିତ ହୋଇଛି ଗାଁ ଠୁ ସହର ।  ଓଡ଼ିଶାର ସୁନା ଝିଅ ଦ୍ରୋପଦୀ ମୂର୍ମୁ ଦେଶର ପ୍ରଥମ ନାଗରିକ ହେବା ପରେ ତୃତୀୟ ଥର ପାଇଁ ନିଜ ରାଜ୍ୟକୁ ଆସୁଛନ୍ତି । କିନ୍ତୁ ପ୍ରଥମ ଥର ପାଇଁ ନିଜ ଜନ୍ମମାଟିକୁ ଆସୁଥିବାରୁ ଚଳଚଳଞ୍ଚଳ ମୟୂରଭଞ୍ଜ । ମୟୂରଭଞ୍ଜ ଜିଲ୍ଲାର ବାଦାମପାହାଡ଼ରେ ହେଲିପ୍ୟାଡ,ପାହାଡ଼ପୁର ସ୍କୁଲ ଏବଂ ରାଇରଙ୍ଗପୁରରେ ସମ୍ବୋଧନ କାର୍ୟ୍ୟକ୍ରମ ପାଇଁ ଚାଲିଛି ପ୍ରସ୍ତୁତି। ଆସନ୍ତା ମେ’ ୪ ତାରିଖ ଠାରୁ ୩ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଆସୁଥିବାରୁ ଖୁସିରେ ତାଙ୍କ ଗାଁ ପାହାଡପୁରର ସମେତ ଆଖପାଖ ଅଞ୍ଚଳର ଲୋକଙ୍କ ପାଦ ତଳେ ଲାଗୁନି । ଯୁଦ୍ଧକାଳୀନଭିତ୍ତିରେ ପରିଷ୍କାର ପରିଚ୍ଛନ୍ନ, ମାଟି ରାସ୍ତାରୁ ପକ୍କା ରାସ୍ତା ନିର୍ମାଣ, ରାସ୍ତାଘାଟ ନିର୍ମାଣ, ବିଦ୍ୟୁତ୍‌ ମରାମତି ସମେତ ଅସ୍ଥାୟୀ ହେଲିପ୍ୟାଡ୍ ନିର୍ମାଣ ପ୍ରଭୃତି ଜୋରଦାର୍ ଚାଲିଛି। ରାଷ୍ଟ୍ରପତିଙ୍କ ରାତ୍ରୀଯାପନ ପାଇଁ ଝାଡ଼ଖଣ୍ଡର ଟାଟାନଗରରୁ ସ୍ୱତନ୍ତ୍ର ଖଟ ଓ ବିଛଣା ପୂର୍ତ୍ତ ବିଭାଗର ଡାକବଙ୍ଗଳାକୁ ଅଣାଯାଇଛି। ବସିବା ପାଇଁ ସ୍ୱତନ୍ତ୍ର ଚୌକି ମଧ୍ୟ ବିଶିଷ୍ଟ କାରିଗରମାନଙ୍କ ଦ୍ୱାରା ନିର୍ମାଣ କରାଯାଉଛି। ତାଙ୍କ ଦ୍ୱାରା ନିର୍ମିତ ଏସଏଲଏସ୍ ସ୍ମାରକୀ ଆବାସିକ ବିଦ୍ୟାଳୟ ମଧ୍ୟ ଚକାଚକ୍ ହେଉଛି।  ସେପଟେ ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ୫୨ ପ୍ଲାଟୁନ ଫୋର୍ସ ନିୟୋଜିତ ହେବେ । ପ୍ରତ୍ୟେକ ସ୍ଥାନରେ ବ୍ୟାରିକେଡ ଏବଂ କେକିଂ ଜୋରଦାର କରାଯାଯିବ ବେ ାଲ ଏସପି କହିଛନ୍ତି । ରାଷ୍ଟ୍ରପତି ୫ରେ ଶିମିଳିପାଳ ପରିଦର୍ଶନରେ ଯିବାର କାର୍ୟ୍ୟକ୍ରମ ରହେିଛି । ୪ ଏବଂ ୫ରେ ଶିମିଳିପାଳ ଜାତୀୟ ଉଦ୍ୟାନ ପର୍ୟ୍ୟଟକଙ୍କ ପାଇଁ ବନ୍ଦ ରହିବ ବୋଲି ସୂଚନା ଦେଇଛନ୍ତି ଶିମିଳିପାଳ କ୍ଷେତ୍ର ନିର୍ଦେଶକ।  ସାରା ଜିଲ୍ଲା ରାଷ୍ଟ୍ରପତିଙ୍କ ଅପେକ୍ଷାରେ ରହିଥିବା ବେଳେ ଆସନ୍ତା ୬ତାରିଖରେ ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ଵ ବିଦ୍ୟାଳୟର ବିଭିନ୍ନ କାର୍ୟ୍ୟକ୍ରମରେ ଯୋଗ ଦେବେ। ରାଷ୍ଟ୍ରପତିଙ୍କ ଆଗମନକୁ ନେଇ ଛାତ୍ରଛାତ୍ରୀ ବେଶ୍ ଖୁସି ।  ରାଷ୍ଟ୍ରପତିଙ୍କ ଆଗମନକୁ ମୟୂରଭଞ୍ଜ ଜିଲ୍ଲାବାସୀ ଅପେକ୍ଷା କରିଥିବା ବେଳେ,ପ୍ରସ୍ତୁତି ଚୂଡାନ୍ତ ପର୍ୟ୍ୟାୟରେ ପହଞ୍ଚିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ