Before Header

ବିଧାନସଭାରେ ରଘୁବରଙ୍କ ପ୍ରଥମ ଅଭିଭାଷଣ, ଷୋଡଶ ବିଧାନସଭାର ଶେଷ ଅଧିବେଶନ

0 21

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  କାଲି ବିଧାନସଭାରେ ଆରମ୍ଭ ହେବ ବଜେଟ ଅଧିବେଶନ । ଅଧିବେଶନର ପ୍ରଥମ ଦିନରେ ଅଭିଭାଷଣ ରଖିବେ ରାଜ୍ୟପାଳ ରଘୁବର ଦାସ । ଓଡ଼ିଶାର ରାଜ୍ୟପାଳ ଭାବରେ ଓଡ଼ିଶା ବିଧାନସଭାରେ ଏହା ରଘୁବରଙ୍କ ହେବ ପ୍ରଥମ ଅଭିଭାଷଣ ।

ରଘୁବର ଓଡ଼ିଶା ସାରା ବୁଲି ବୁଲି ଲୋକଙ୍କ ସମସ୍ୟା ଶୁଣୁଛନ୍ତି । ତେଣୁ ବିଧାନସଭାରେ ତାଙ୍କର ପ୍ରଥମ ଅଭିଭାଷଣରେ ସେ କଣ କହିବେ ତାହା ଚର୍ଚ୍ଚାର ବିଷୟ ହୋଇଛି । ଏହି ଅଧିବେଶନ ୫ ତାରିଖରୁ ଆରମ୍ଭ ହୋଇ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ । ଗୁରୁବାର ଅର୍ଥମନ୍ତ୍ରୀ ବଜେଟ ଉପସ୍ଥାପନ କରିବେ । ଏହି ଅଧିବେଶନ ହେଉଛି ଷୋଡଶ ବିଧାନସଭାର ଶେଷ ଅଧିବେଶନ । ସେହି ଦୃଷ୍ଟିରୁ ସବୁ ବିଧାୟକଙ୍କ ପାଇଁ ଏହା ଖୁବ୍ ମହତ୍ୱପୂର୍ଣ୍ଣ ମଧ୍ୟ । କାରଣ ଏହାପରେ ନିର୍ବାଚନ ହେବ ଯିଏ ବିଧାୟକ ଭାବରେ ଜିତିବେ ସେପୁଣି ବିଧାନସଭା ଆସିବାକୁ ସୁଜଗ ପାଇବେ ।

Leave A Reply

Your email address will not be published.