Masthead

ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ମହାମହିମ

ବାରିପଦା (ବଡ଼ ଖବର ବ୍ୟୁରୋ): ତିନିଦିନିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଅଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଦ୍ବିତୀୟ ଦିନର ସକାଳ ରାଇରଙ୍ଗପୁର ଶିବ ମନ୍ଦିର ଓ ଜଗନ୍ନାଥ ମନ୍ଦିରରେ କଟିଥିଲା । ସେଠାରେ ପୂଜାର୍ଚ୍ଚନା ପରେ ଦାଣ୍ଡବୋଷକୁ ଯାଇ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମ ବାର୍ଷିକୀ ଉପଲକ୍ଷେ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ସେଠାରୁ ସେ ୧୦.୧୫ ରେ ହେଲିକେପ୍ଟର ଯୋଗେ ଯଶିପୁର ନିକଟ ଛେଳିଗୋଦଳୀ ହେଲିପ୍ୟାଡରେ ଅବତରଣ କରିଥିଲେ । ପରେ ସ୍ୱତନ୍ତ୍ର ଗାଡିରେ ସଡ଼କ ପଥରେ ଶିମିଳିପାଳ ଭିତରକୁ ବୁଲିବାକୁ ଯାଇ ଚହଲାରେ ମଧ୍ୟାହ୍ନ ଭୋଜନ କରିବାର କାର୍ଯ୍ୟକ୍ରମ ରହିଛି ।

ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କ୍ଷେତ୍ର ନିର୍ଦ୍ଦେଶକ ଡ.ପ୍ରକାଶ ଚାନ୍ଦ ଗୋଗନେନୀ, ଦୁଇଜଣ ଉପନିର୍ଦେଶକ ସମ୍ରାଟ ଗୌଡା ଓ ସାଇକିରଣଙ୍କ ସହିତ ସଦଳବଳ ଶିମିଳିପାଳ ଆଭ୍ୟନ୍ତରୀଣ ରାସ୍ତା ମରାମତି ସହିତ ଚହଲା ବିଶ୍ରାମଗାରର ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି । ସେଠାରେ କାର୍ଯ୍ୟକ୍ରମ ସାରି ୪ଟା ୩୦ରେ ଛେଳିଗୋଦଳୀ ହେଲିପ୍ୟାଡରେ ପହଞ୍ଚିବା ପରେ ବାରିପଦା ଅଭିମୁଖେ ଆସିବେ ରାଷ୍ଟ୍ରପତି । ୫ଟା ୨୫ରେ ବାରିପଦାର ରାଣୀବନ୍ଧ ହେଲିପ୍ୟାଡରେ ପହଞ୍ଚି ପରେ ସର୍କିଟ ହାଉସରେ ରହିବେ । ସନ୍ଧ୍ୟା ୬ଟାରୁ ୭ଟା ପର୍ଯ୍ୟନ୍ତ ଅଞ୍ଚଳବାସୀଙ୍କ ସହ ଆଲୋଚନା କରିବା ପରେ ରାତ୍ରି ଯାପନ କରିବେ । ରାଷ୍ଟ୍ରପତି ଚହଲା ବିଶ୍ରାମଗାର ପହଞ୍ଚିବା ପରେ ସ୍ୱତନ୍ତ୍ର ସଫାରୀରେ ୪୫ମିନିଟ ଶୋଭାରାଜି ପରିଦର୍ଶନ କରି ପୁଣି ବିଶ୍ରାମଗାରକୁ ଫେରିବେ ।

୪୫ମିନିଟ ଭ୍ରମଣ ପାଇଁ ଏକ ସ୍ୱତନ୍ତ୍ର ସର୍କଲରେ ରାସ୍ତା ବ୍ୟବସ୍ଥା ହୋଇଛି । ସମୟର ସ୍ୱଳ୍ପତା ପାଇଁ ବରେହିପାଣି, ଯୋରନ୍ଦା ବା ଉସୁକି ଜଳପ୍ରପାତ ପରିଦର୍ଶନ ଗସ୍ତ କାର୍ଯ୍ୟକ୍ରମରୁ ବାଦ ଦିଆଯାଇଛି । ମଧ୍ୟାହ୍ନ ଭୋଜନ ପାଇଁ ଦେଶୀଚାଉଳର ଭାତ ଓ ତାୱା ରୁଟି ସହିତ ତରକାରୀ ପରସା ଯିବ । ଗୁରୁବାର ଏଥିପାଇଁ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଉତ୍ତର ବନ୍ୟପ୍ରାଣୀ ବନଖଣ୍ଡର ଉପନିର୍ଦେଶକଙ୍କ ସହାୟତାରେ ୨୭ଟି ହାଲୁକାଯାନର ମକଡ୍ରିଲ ଶେଷ ହୋଇଛି । ବାରିପଦା ସର୍କିଟ ହାଉସରେ ସନ୍ଧ୍ୟାରେ ରାଷ୍ଟ୍ରପତି ପହଞ୍ଚିବା ପରେ ବହୁ ବ୍ୟକ୍ତି ବିଶେଷ ଓ ସଙ୍ଗଠନର କର୍ମକର୍ତ୍ତା ସାକ୍ଷାତ କରିବେ ।

ପୂର୍ବରୁ ଏନେଇ ରାଷ୍ଟ୍ରପତିଙ୍କ ବ୍ୟକ୍ତିଗତ ସଚିବାଳୟରେ ଆବେଦନ କରାଯାଇଛି । ସେଠାରୁ ଯେଉଁମାନଙ୍କୁ ଫୋନ ଆସିଛି, କେବଳ ସେମାନେ ଗାଇଡଲାଇନ ଅନୁପାଳନ ପୂର୍ବକ ସାକ୍ଷାତ କରିପାରିବେ । ଏହି କ୍ରମରେ ବାରିପଦାସ୍ଥିତ ଭାରତୀୟ ଡାକ ଅଧୀକ୍ଷକ ବସନ୍ତ କୁମାର ସିଂହ ଓ ଜଣେ ବିଭାଗୀୟ କର୍ମଚାରୀଙ୍କୁ ଅନୁମତି ମିଳିଛି । ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନାମରେ ଏକ ଡାକଟିକଟ ଉନ୍ମୋଚିତ ହେବ । ଏହା ୬୦ଟଙ୍କାର ଟିକଟ ଓ ଗୋଟିଏ ପୃଷ୍ଠାକୁ ୩୦୦ଟଙ୍କା ଡାକ ବିଭାଗ ଦର ଧାର୍ଯ୍ୟ କରିଛି । ତତସହିତ ଡାକବିଭାଗ ପକ୍ଷରୁ ରାଷ୍ଟ୍ରପତିଙ୍କୁ ପୂର୍ବରୁ ଉନ୍ମୋଚିତ ଝୁମର ନୃତ୍ୟ ବିଶେଷ ଏନଭଲପ ଓ ଓଡିଶାର ବିଶିଷ୍ଠ ୪ଜଣ ବ୍ୟକ୍ତିତ୍ୱଙ୍କ ଡାକଟିକଟ ଉପହାର ପ୍ରଦାନ କରାଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ