Masthead

ବିଶ୍ୱନିୟନ୍ତାଙ୍କୁ ଦେଖୁଛି ବିଶ୍ୱ

ପୁରୀ(ବଡ଼ ଖବର ବ୍ୟୁରୋ): ସେ ନିରାକାର, ସେ ଅନନ୍ତ, ସେ ପୁଣି ପତିତପାବନ । କେତେ ଯେ ରୂପ ତାଙ୍କର । ସେ ଜଗନ୍ନାଥ , ସେ ପୁଣି କାଳିଆ ସାଅ।ନ୍ତ । କେତେବେଳେ ସେ ଦରଦୀର ବନ୍ଧୁ ତ ଆଉ କେତେବେଳେ ଭକ୍ତର ଭଗବାନ । ସେ ସର୍ବରୂପୀ ନାରାୟଣ । ହେଲେ ଭକ୍ତଙ୍କୁ ଛାଡି କଣ ସେ ରହିପାରେ । କେତେ ସମୟ ଆଉ ଏକା ଏକା ରହିବ ଯେ । ତା ରୂପକୁ ଦେଖବା ପାଇଁ ଡହକବିକଳ ହେଉଥିଲା ସାଧାରଣ ଭକ୍ତଟିଏ । ଶେଷରେ ଆଜି ଦର୍ଶନ ଦେଇଛନ୍ତି ଦରଦୀର ବନ୍ଧୁ । ପ୍ରଥମେ ସେବାୟତଙ୍କ ପରିବାର ପରେ ପୁରୀ ସହରବାସୀ ଏବଂ ଆଜି ଆରମ୍ଭ ହୋଇଛି ସର୍ବସାଧାରଣ ଦର୍ଶନ । ହଜାର ହଜାର ଭକ୍ତ ତାଙ୍କୁ ଆଜି ଦର୍ଶନ କରୁଛନ୍ତି ।

ଦର୍ଶନ ସମୟରେ କରୋନା ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି । ଶ୍ରୀମନ୍ଦିର ସାମ୍ନାରେ ବିଭିନ୍ନ ହୋଇଛି କିଓସ୍କର ବ୍ୟବସ୍ଥା । ଏହି କିଓସ୍କରେ ଭକ୍ତମାନେ ଆଣିଥିବା କରୋନା ନେଗେଟିଭ ରିପୋର୍ଟର ଯାଂଚ କରାଯିବା ପରେ ଶୃଙ୍ଖଳିତଭାବେ ଦର୍ଶନ କରୁଛନ୍ତି ଭକ୍ତ । ସେପଟେ ମହାବାହୁଙ୍କୁ ଦର୍ଶନ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିବା ସହ ରାଜ୍ୟବାସୀଙ୍କ ମଙ୍ଗଳକାମନା କରିଛନ୍ତି ରାଜ୍ୟପାଳ ।

ପ୍ରତିଦିନ ୧୫ରୁ ୧୭ ହଜାର ଭକ୍ତ ଦର୍ଶନ କରିବାର ସୂଯୋଗ ପାଇବେ । ଏହାସହିତ ଶ୍ରୀମନ୍ଦିର ଭିତରେ ମହାପ୍ରସାଦ ଖାଇବା ବାରଣ କରାଯାଇଛି । ସମସ୍ତ ଭକ୍ତଙ୍କ ପାଇଁ ପରିଚୟ ପତ୍ର ମଧ୍ୟ ବାଧ୍ୟତାମୂଳକ କରିଛି ଶ୍ରୀମନ୍ଦିର ପ୍ରଶାସନ । ସେପଟେ ଦୀର୍ଘ ଦିନ ପରେ ପ୍ରଭୁଙ୍କ ଦର୍ଶନ କରି ଭାବବିହ୍ୱଳ ହୋଇଛନ୍ତି ଭକ୍ତ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ